PDG ଲାୟନ ଦିଲ୍ଲୀପ କୁମାର ଦାଶଙ୍କ ଜନ୍ମଦିନରେ ଲାୟନ୍ସ କ୍ଲବ ଏଲିଟ୍ର ସେବା କାର୍ଯ୍ୟ
ନବରଙ୍ଗପୁର:(୨|୯)(ରବି ନାରାୟଣ ମହାନ୍ତି)PDG ଲାୟନ ଦିଲ୍ଲୀପ କୁମାର ଦାଶଙ୍କ ଜନ୍ମଦିନ ଅବସରରେ ଲାୟନ୍ସ କ୍ଲବ ଏଲିଟ୍, ନବରଙ୍ଗପୁର ପକ୍ଷରୁ ସ୍ଥାନୀୟ ଦିବ୍ୟାଙ୍ଗ ପିଲାମାନଙ୍କ ଅନୁଷ୍ଠାନ “ଆଶା କିରଣ” ପରିସରରେ ଏକ ମହତ୍ ସେବା କାର୍ଯ୍ୟକ୍ରମ “Food for Hunger” ଆୟୋଜିତ ହୋଇଥିଲା। ଏହି ଅବସରରେ ଦିବ୍ୟାଙ୍ଗ ପିଲାମାନଙ୍କୁ ଖାଦ୍ୟ ଓ ପୋଷାକ ବଣ୍ଟନ କରାଯାଇଥିଲା।କାର୍ଯ୍ୟକ୍ରମରେ ଆର୍.ସି. ଲାୟନ ଡ଼. ସଂଯୁକ୍ତା ପଣ୍ଡା, ସଭାପତି ଲାୟନ ଡ଼. ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ସମ୍ପାଦକ ଲାୟନ ଅବନୀ ମହାପାତ୍ରଙ୍କ ସମେତ କ୍ଲବର ସଦସ୍ୟ ଲାୟନ ବିନୋଦ ନାୟକ, ସରୋଜ ମାଝୀ, ପ୍ରତାପ ସେଠୀ, ଚନ୍ଦନ ନାୟକ, ଓଁକାର ମହାପାତ୍ର, ବବିତା ମହାପାତ୍ର, ମମତା ମହାପାତ୍ର, ଶିବାନୀ, ସ୍ୱୟଂସିଦ୍ଧା, ହରି ପାଇକ, ନୀଳକଣ୍ଠ ଓ ବଳରାମ ପ୍ରମୁଖ ଉପସ୍ଥିତ ଥିଲେ।ଏହି ଅବସରରେ ଲାୟନ୍ସ କ୍ଲବ ଏଲିଟ୍ର ସଭାପତି ଲାୟନ ଡ଼. ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଜନ୍ମଦିନକୁ ମାନବ ସେବା ସହିତ ପାଳନ କରିବାର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ଅସହାୟ ଓ ଆବଶ୍ୟକତାବୋଧ କରୁଥିବା ଲୋକଙ୍କ ମୁହଁରେ ହସ ଫୁଟାଇବା ହିଁ ପ୍ରକୃତ ସେବା ଏବଂ ଏପରି ସେବା କାର୍ଯ୍ୟ ଆଗାମୀ ଦିନରେ ମଧ୍ୟ ଜାରି ରହିବ।PDG ଲାୟନ ଦିଲ୍ଲୀପ କୁମାର ଦାଶ ନିଜ ଜନ୍ମଦିନକୁ ଏଭଳି ମାନବିକ ଓ ସେବାମୂଳକ କାର୍ଯ୍ୟ ମାଧ୍ୟମରେ ପାଳନ କରିବା ପାଇଁ କ୍ଲବର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇବା ସହିତ ଦିବ୍ୟାଙ୍ଗ ପିଲାମାନଙ୍କ ଉନ୍ନତି ଓ ସେମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ସମାଜର ସମସ୍ତଙ୍କ ସହଯୋଗର ଆବଶ୍ୟକତା ଉପରେ ମତ ପ୍ରକାଶ କରିଥିଲେ।ଆର୍.ସି. ଲାୟନ ଡ଼. ସଂଯୁକ୍ତା ପଣ୍ଡା ନିଜ ବକ୍ତବ୍ୟରେ କହିଥିଲେ ଯେ, “ସେବା ହିଁ ଲାୟନିଜମ୍ର ମୂଳମନ୍ତ୍ର। ଦିବ୍ୟାଙ୍ଗ ପିଲାମାନଙ୍କ ପାଇଁ ‘ଆଶା କିରଣ’ ଭଳି ଅନୁଷ୍ଠାନ ଏକ ଆଶାର ଆଲୋକ। ଏହି ପିଲାମାନଙ୍କ ସହିତ ଖୁସି ବାଣ୍ଟିବା ଓ ସେମାନଙ୍କ ଆବଶ୍ୟକତାରେ ସହଯୋଗ କରିବା ଆମ ସମସ୍ତଙ୍କ ସାମାଜିକ ଦାୟିତ୍ୱ।”ଆଶା କିରଣ ଅନୁଷ୍ଠାନର ମୁଖ୍ୟ ଶ୍ରୀ ଜଗନ୍ନାଥ ବେହେରା ଲାୟନ୍ସ କ୍ଲବ ଏଲିଟ୍ର ଏହି ମହତ୍ ପ୍ରୟାସ ପାଇଁ କୃତଜ୍ଞତା ପ୍ରକାଶ କରିଥିଲେ।ଜନ୍ମଦିନକୁ ଆନନ୍ଦ ଉତ୍ସବରେ ସୀମିତ ନରଖି ସେବା, ସହଯୋଗ ଓ ମାନବିକତାର ଉତ୍ସବ ଭାବେ ପାଳନ କରିବାର ଏହି ପ୍ରୟାସ ସମାଜ ପାଇଁ ଏକ ପ୍ରେରଣାଦାୟୀ ବାର୍ତ୍ତା ପ୍ରଦାନ କରିଛି।
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍

