ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅକ୍ଷୟ ତୃତୀୟା ଯିବା ର 1 ମାସ ପରେ ମଧ୍ୟ ବିହନ ପାଇଁ ହିନସ୍ତା ମହାକାଳ ପଡା ଚାଷୀ

ଅକ୍ଷୟ ତୃତୀୟା ଯିବା ର 1 ମାସ ପରେ ମଧ୍ୟ ବିହନ ପାଇଁ ହିନସ୍ତା ମହାକାଳ ପଡା ଚାଷୀ

କେନ୍ଦ୍ରାପଡ଼ା :-ମହାକାଳପଡ଼ା ବ୍ଲକ ଏକ କୃଷିପ୍ରଧାନ ଅଞ୍ଚଳ। ଏଠାରେ ମୁଖ୍ୟତ ଖରିଫ୍ ଋତୁରେ ଧାନ ଚାଷ ଉପରେ ନିର୍ଭର କରି କୃଷି ଅର୍ଥନୀତି ତିଷ୍ଠି ରହିଥାଏ। ବ୍ଲକରେ ପ୍ରାୟ ୨୬ ହଜାର ହେକ୍ଟର ଚାଷଜମି ରହିଛି। ବେସରକାରୀ ବିହନ ଉପରେ ମହାକାଳପଡ଼ା ଅଞ୍ଚଳର ଚାଷୀ, ନିର୍ଭର କରି ବିଗତ ଦିନରେ ବହୁ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ସରକାରୀ ସ୍ତରରେ ଯେଉଁ ବିହନ ଚାଷୀ ପାଇବା କଥା ସେହି ପ୍ରକ୍ରିୟା ଏବେ ଶୀତଳ ଭଣ୍ଡାରରେ ରହିଥ‌ିବା ଅଭିଯୋଗ ହେଉଛି।

ମହାକାଳପଡ଼ା ବ୍ଲକରେ ୧୨ରୁ ଊର୍ଦ୍ଧ ପ୍ରାଥମିକ ସମବାୟ ସମିତି ରହିଛି। ଏହି ସମିତି ମାଧ୍ଯମରେ ଧାନ ବିହନ ସରକାରୀ ସ୍ବୀକୃତିପ୍ରାପ୍ତ ଫାର୍ମ ହାଉସ୍‌ରୁ ଅଣାଯାଇ ଚାଷୀଙ୍କୁ ଦିଆଯାଏ। ଗତବର୍ଷ ଚାଷୀମାନେ ପ୍ରାଥମିକ ସମବାୟ ସମିତିରୁ ଧାନ ଆଣି ଚାଷ କରିଥିଲେ; ଯାହା ପାଇଁ ଚାଷୀ ଖୁବ୍ ସୁବିଧାଜନକ ସ୍ଥିତିରେ ଥିଲେ। ହେଲେ ଚଳିତବର୍ଷ ସାଧାରଣ ନିର୍ବାଚନ ଋତୁ ପଶିଯିବାରୁ ଏବେ ପର୍ଯ୍ୟନ୍ତ ସମବାୟ ସମିତିଗୁଡ଼ିକ ଧାନ ବିହନ ଉଠାଇ ପାରିନାହାନ୍ତି । ଚାଷୀମାନେ ସମବାୟ ସମିତି କାର୍ଯ୍ୟାଳୟକୁ ଦଉଡ଼ି ଦଉଡି଼ ନୟାନ୍ତ ହେଉଛନ୍ତି। ଏଣେ ବେସରକାରୀ ସ୍ତରରେ ଅନେକ ସ୍ଥାନରେ ଶହଶହ କୁଇଁଣ୍ଟାଲ ଧାନ ବିହନ ବିକ୍ରି ହେଉଛି। ଏମାନଙ୍କ ଉପରେ କୃଷି ବିଭାଗର ଅଙ୍କୁଶ ନାହିଁ, ମନଇଚ୍ଛା ଚାଷୀଙ୍କୁ ଶୋଷଣ କରି ଚାଲିଛନ୍ତି। ଯେତେବେଳେ ସରକାରୀ ସ୍ତରରେ ଧାନ ବିହନ ମିଳୁନାହିଁ, ସେହି ସମୟରେ ବାଧ୍ୟ ହୋଇ ଚାଷୀଟି ବେସରକାରୀ ଧାନ ବିହନ ଗୁମାସ୍ତାଙ୍କ ଦୁଆରକୁ ଯିବାକୁ ବାଧ୍ୟ ହେଉଛି। ମହାକାଳପଡ଼ା ଅଞ୍ଚଳରେ ଏହି ଧାନବିହନ ଗୁମାସ୍ତାମାନଙ୍କର ଦୌରାତ୍ମ୍ୟ ଖୁବ୍ ବେଶୀ। ଇତିମଧ୍ୟରେ ଆଉ କେଇଦିନ ମଧ୍ୟରେ ମୌସୁମୀ ଓଡ଼ିଶାକୁ ପ୍ରବେଶ କରିବ । ଅକ୍ଷୟ ତୃତୀୟା ପରଠାରୁ ଚାଷୀ ଅନେକ ସ୍ଥାନରେ ବିଲ ହଳ କରି ତଳି ପକାଇବାକୁ ପ୍ରସ୍ତୁତି କରିବାର 1 ମାସ ପୂରଣ ହେଇଗଲାଣି । ମୌସୁମୀ ଆଗମନ ଶୁଣି ଚାଷୀ ଖୁବ୍ ଉତ୍ସାହିତ ହୋଇପଡ଼ିଛି; କିନ୍ତୁ ଚାଷୀ ଭାଡ଼ିରେ ବିହନ ନାହିଁ। ଶଙ୍କର ଜାତୀୟ ବିହନ ଚାଷୀ ପାଇଁ ଆବଶ୍ୟକ ପଡ଼ୁଥିବା ବେଳେ ସରକାରୀ ସ୍ତରରେ ଏବେ ପର୍ଯ୍ୟନ୍ତ ଏ ନେଇ କୌଣସି ବ୍ୟବସ୍ଥା ହୋଇପାରିନାହିଁ I ପୂଜା, , ଶାରଳା, କନକ ପ୍ଲସ, ନର୍ମଦା, ନାଲି ସ୍ୱର୍ଣ, ଧଳା ସ୍ଵର୍ଣ,ଏବଂଖାଲ ଜମି ପାଇଁ ଅଞ୍ଚଳରେ କଳାଚମ୍ପା ଓ ଅନ୍ୟାନ୍ୟ କିସମର ଧାନ ମଧ୍ଯ ଚାଷ ହେଉଛି। ଖାଲି ଏତିକିରେ ଧାନ ବିହନର ସଂଖ୍ୟା ସମିତି ନୁହେଁ। ବିଲର ଅବସ୍ଥା, ଜଳସେଚନର ସୁବିଧା ଦେଖ୍ ଚାଷୀ ବିଲରେ କେଉଁ ପ୍ରକାର ଧାନ କରାଯିବ ନିଷ୍ପତ୍ତି ନେଇଥାଏ। ଏଭଳି ଅବସ୍ଥା ଉପୁଜିବା ଫଳରେ ଚାଷୀର ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେବା ଆଶଙ୍କା ଦେଖାଦେଇଛି। ତେଣୁ ତୁରନ୍ତ ଚାଷୀକୁ ଧାନ ବିହନ ଯୋଗାଇ ଦେବା ପାଇଁ ଚାଷୀ ମହଲରୁ ଦାବି ହେଉଛି।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!

Related posts

ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ବିଶ୍ବ ରକ୍ତଦାତା ଦିବସ ପାଳିତ : ଦୁଇ ରକ୍ତଦାତା ଙ୍କୁ ସମ୍ମାନିତ

masiha

RKVS Organizes Health Camp and Walkathon in Collaboration with Indus Hospital

Sunil Chandra Nayak

ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଦିଵ୍ଯାଙ୍ଗ ଛାତ୍ରଛାତ୍ରୀମାନଙ୍କ ପାଇଁ ସହାୟକ ଉପକରଣ ଆକଳନ ଶିବିର

Sunil Chandra Nayak

Leave a Comment

error: Content is protected !!