ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାର୍କଫେଡ୍ ଡାଇରେକ୍ଟର୍ ନିର୍ବାଚନରେ କଳାହାଣ୍ଡି ଜିଲ୍ଲା ରୁପ୍ରାରୋଡ୍ ପେକ୍ସ୍ ର ଡାଇରେକ୍ଟର୍ ଥିବା ଦେବରାଜ ମାଝୀ ନିର୍ବାଚିତ 

ରୁପ୍ରା, ୨୭/୨ (ମ ନି ସ) : ମାର୍କଫେଡ୍ ଓଡିଶା ପାଇଁ ରବିବାର ଭୁବନେଶ୍ୱର ବରଗଡର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିବା ଡାଇରେକ୍ଟର୍ ନିର୍ବାଚନରେ କଳାହାଣ୍ଡି ଜିଲ୍ଲା ନିର୍ବାଚନ ମଣ୍ଡଳୀର ଆଦିବାସୀ ସଂରକ୍ଷିତ ଡାଇରେକ୍ଟର୍ ପଦବୀ ପାଇଁ ରୁପ୍ରାରୋଡ୍ ପେକ୍ସ୍ ର ଡାଇରେକ୍ଟର୍ ଥିବା ବିଜେଡି ସମର୍ଥିତ ପ୍ରାର୍ଥୀ ଶ୍ରୀ ଦେବରାଜ ମାଝୀ ନିର୍ବାଚିତ ହୋଇଛନ୍ତି। ଏହି ପଦବୀ ପାଇଁ ତାଙ୍କ ପ୍ରତିଦ୍ବନ୍ଦି ଭାବରେ ସଦର ବ୍ଲକ ଅନ୍ତର୍ଗତ ଥୁଆପଦର ପେକ୍ସ୍ ର ଡାଇରେକ୍ଟର୍ ଶ୍ରୀ ଚୁଡାମଣି ନାଏକ ପ୍ରତିଦ୍ବନ୍ଦିତା କରିଥିଲେ। ତେବେ ଅନୁଷ୍ଠିତ ହୋଇଥିବା ଉକ୍ତ ନିର୍ବାଚନ ମଣ୍ଡଳୀର ୩୧୫ ଜଣ ଭୋଟର ଥିବାବେଳେ ୨୪ ଜଣ ମତଦାତା ନିର୍ବାଚନରେ ମତଦାନ ସାବ୍ୟସ୍ତ କରିଥିଲେ, ଉକ୍ତ ସମସ୍ତ ଭୋଟ୍ ରୁପ୍ରାରୋଡ୍ ପେକ୍ସ୍ ର ଡାଇରେକ୍ଟର୍ ଥିବା ଶ୍ରୀ ଦେବରାଜ ମାଝୀଙ୍କ ସପକ୍ଷରେ ପଡି ନିର୍ବାଚିତ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ନର୍ଲା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଶ୍ରୀ ଦୁର୍ଗା ପ୍ରସାଦ ମହାନ୍ତି( ମୁନା )ଙ୍କ ପ୍ରଚେଷ୍ଟା ଓ ରୁପ୍ରା ପେକ୍ସ୍ ସଭାପତି ଶ୍ରୀ ସରୋଜ କୁମାର ରାଉତ (ସମୀର) , ରୁପ୍ରାରୋଡ୍ ପେକ୍ସ୍ ସଭାପତି ଶ୍ରୀ ବିଜୟ ଭୋଇ ଓ ଭାନପୁର ପେକ୍ସ୍ ସଭାପତି ଶ୍ରୀ ଯତୀନ୍ଦ୍ର ପଧାନଙ୍କ ସମେତ ପଲମ ପେକ୍ସ୍ ପୂର୍ବ ସଭାପତି ତଥା ଡାଇରେକ୍ଟର୍ ଶ୍ରୀ ଦୁଲ୍ଲଭ ମାହାର ଓ ରୁପ୍ରା, ପଲମ, ରୁପ୍ରାରୋଡ୍ ଓ ଭାନପୁର ପେକ୍ସ୍ ର ଡାଇରେକ୍ଟର୍ ମାନେ ସହଯୋଗ କରିଥିଲେ। ଶ୍ରୀ ଦେବରାଜ ମାଝୀ ମାର୍କଫେଡ୍ ଡାଇରେକ୍ଟର୍ ଭାବରେ ନିର୍ବାଚିତ ହେବାପରେ ଜିଲ୍ଲା ବିଜେଡ଼ି ସଭାପତି ଶ୍ରୀ ପୁଷ୍ପେନ୍ଦ୍ର ସିଂଦେଓ, ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ଼ ବିଧାୟକ କେପଟେନ୍ ଦିବ୍ୟଶଙ୍କର ମିଶ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପୁଷ୍ପେନ୍ଦ୍ର ସିଂଦେଓ ତଥା ନର୍ଲା ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ମନୋରମା ମହାନ୍ତି ଓ ଉପାଧ୍ୟକ୍ଷ ଶ୍ରୀ ଦୁର୍ଗାପ୍ରସାଦ ମହାନ୍ତି ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ଧର୍ମପରାୟଣ ମହିଳାଙ୍କ ବିୟୋଗରେ ଶୋକ

masiha

ଭେଷଜ ରମ୍ଭାବତୀ ମହାବିଦ୍ୟାଳୟରେ ନୂଆ’ଓ’ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା

masiha

୭୪ତମ ବନମହୋତ୍ସବ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସହ ଗଛ ଲଗେଇ ବଞ୍ଚାଇବା ପାଇଁ ଶପଥ ପାଠ 

Leave a Comment

error: Content is protected !!