ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନାରୀ ସଶକ୍ତିକରଣ ଉପରେ ତାଳୁକ ଆଇନ ସେବା ସମିତି ର ସଚେତନତା କାର୍ଯ୍ୟକ୍ରମ

ଧର୍ମଗଡ:୨୭/୨/୨୩: ନାରୀ ସଶକ୍ତିକରଣ ଉପରେ ତାଲୁକ ଆଇନ ସେବା ସମିତି ଓ ଜାତୀୟ ମହିଳା ଆୟୋଗ ଙ୍କ ମିଳିତ ସହଯୋଗ ରେ ଏକ ସଚେତନତା କାର୍ଯ୍ୟକ୍ରମ ଧର୍ମଗଡ ସ୍ଥିତ ସ୍ଵଧାର ଗୃହ ଠାରେ ଅନୁଷ୍ଠିତ ହୋଇ ଯାଇଛି । ତାଲୁକ ଆଇନ ସେବା ସମିତି ର ଅଧକ୍ଷ୍ୟା ତଥା ଧର୍ମଗଡ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ବନ୍ଦନା କର ଙ୍କ ପ୍ରତକ୍ଷ୍ ତତ୍ଵା ବଧାନ ରେ ଅନୁଷ୍ଠିତ ଏହି ଆଇନ ସଚେତନତା କାର୍ଯ୍ୟକ୍ରମ ରେ ମୁଖ୍ୟ ବକ୍ତା ଭାବରେ ରାଜ୍ୟ ସାମାଜ ମଙ୍ଗଳ ବୋର୍ଡ ଅଧ୍ୟକ୍ଷା ଶ୍ରୀମତୀ କଲ୍ୟାଣୀ ନାଏକ,ସମ୍ମାନିତ ଅତିଥି ଭାବେ ବରିଷ୍ଠ ଦେୱାନୀ ମାଜିଷ୍ଟ୍ରେଟ ବିଶ୍ୱ ବିସ୍ତୃତ କର,ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀମତୀ ଲିପାପୁଷ୍ପା ଖୁଣ୍ଟିଆ, ବିଚାର ବିଭାଗୀୟ ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟେ ରାଜେଶ କୁମାର ଦାସ , ମାରୱାଡି ମହିଳା ମୋର୍ଚା ସମ୍ପାଦିକା ଶ୍ରୀମତୀ ସବିତା ପାନସାରୀ , ବରିଷ୍ଠ ଆଇନଜୀବୀ ଚିନ୍ତାମଣି ପାତ୍ର, ସରକାରୀ ଓକିଲ ରାଜେନ୍ଦ୍ର ମୁନି ପ୍ରମୁଖ ଯୋଗ ଦେଇ ଉପସ୍ଥିତ ଶ୍ରୋତା ମାନଙ୍କୁ ମହିଳା ଙ୍କ ସୁରକ୍ଷ୍ୟା ତଥା ଅଧିକାର ସମ୍ବନ୍ଧିତ ବହୁ ଅଧିନିୟମ ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମ କୁ ବରିଷ୍ଠ ଆଇନଜିବୀ ତୁଷାର ରଞ୍ଜନ ପଟ୍ଟଯୋଷୀ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ଆୟୋଜନ ରେ ସ୍ୱଧାର ଗୃହ ର କର୍ମକର୍ତା ଓ ଅନ୍ତେ ବାସୀ ମାନେ ବିଶେଷ ଭାବେ ସାହାଯ୍ୟ କରିଥିଲେ ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

Related posts

ଛାତ୍ରଛାତ୍ରୀ ହନ୍ତସନ୍ତ ତଥାପି ଆଡ଼ ଆଖିରେ ଚାହୁନି ପ୍ରଶାସନ ?   

Sunil Chandra Nayak

ରାଇରଙ୍ଗପୁର ଓକିଲ ସଂଘ ସଭାପତି ଭାବେ ୫ମ ଥର ପାଇଁ ଅକ୍ଷୟ ମହାନ୍ତି

Sunil Chandra Nayak

ଧର୍ମଗଡ ଏନଏସି ପକ୍ଷରୁ ହର ଘର ତିରଙ୍ଗା ଓ ଭତ୍ତା ବଣ୍ଟନ କାର୍ଯକ୍ରମ

masiha

Leave a Comment

error: Content is protected !!