ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରବନ୍ଧ ପ୍ରତିଯୋଗିତାରେ ପ୍ରଥମ ହେଲେ ଲିଳାମୟୀ

ପ୍ରବନ୍ଧ ପ୍ରତିଯୋଗିତାରେ ପ୍ରଥମ ହେଲେ ଲିଳାମୟୀ

ଖଇରା,୦୩/୮/୨୪- ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ଦ୍ବାରା ପ୍ରତ୍ୟେକ ରବିବାର ଗଦ୍ୟ ଓ ପଦ୍ଯକୁ ନେଇ ପ୍ରତିଯୋଗିତା ହୋଇଥାଏ । ଅନୁଷ୍ଠାନର ସଦସ୍ୟ ସଦସ୍ୟା ମାନଙ୍କ ଦ୍ବାରା ପ୍ରତିଯୋଗୀଙ୍କ ନିମନ୍ତେ ବିଷୟବସ୍ତୁ ନିର୍ଧାରଣ ହୋଇଥାଏ । ସମସ୍ତଙ୍କ ଲେଖା ଗୁଡିକୁ ଭଲଭାବେ ପଢ଼ି ସମୀକ୍ଷା ଦାୟିତ୍ୱ ଯାହାଙ୍କୁ ଅର୍ପଣ କରାଯାଇଥାଏ ସେମାନେ ସମୀକ୍ଷା କରିଥାନ୍ତି । ଏହି ପରିପ୍ରେକ୍ଷୀରେ ଗତ ତା ୨୮/୭/୨୪ ରିଖ ଦିନ ପ୍ରତିଯୋଗୀଙ୍କ ନିମନ୍ତେ ପ୍ରବନ୍ଧ ପ୍ରସଙ୍ଗ ଥିଲା – ” ଶ୍ରୀରାମ ଜନ୍ମଭୂମି ଅଯୋଧ୍ୟା ” । ଏଥିରେ ପୂଜା ବାଦୀ ସୁନ୍ଦରଗଡ, ଅବନ୍ତି ପଣ୍ଡା ଜଗତସିଂହପୁର, ଲିଳାମୟୀ ଦାଶ କେନ୍ଦ୍ରାପଡା, ମମତା ବେହୁରା କଟକ, ପୂର୍ଣ୍ଣ ଚନ୍ଦ୍ର କୁମ୍ଭାର ବଲାଙ୍ଗୀର ଅଂଶ ଗ୍ରହଣ କରିଥିଲେ । ସମସ୍ତଙ୍କ ଲେଖା ଗୁଡିକୁ ଭଲ ଭାବେ ପଢ଼ି ସମୀକ୍ଷା କରିଥିଲେ ଡଃ ତାନଶ୍ରୀ ପାଣିଗ୍ରାହୀ । ତାଙ୍କ ସମୀକ୍ଷାରୁ ଲିଳାମୟୀ ଦାଶଙ୍କୁ ପ୍ରଥମ ସ୍ଥାନ ମିଳିଛି । ଅନ୍ୟମାନେ ମଧ୍ୟ ଭଲ ଲେଖିଥିଲେ । ସମସ୍ତଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା । ଏଥିସହିତ ତା ୦୪/୮/୨୪ ରିଖ ରବିବାର ପାଇଁ ପ୍ରତିଯୋଗୀଙ୍କ ନିମନ୍ତେ ଏକ କ୍ଷୁଦ୍ରଗଳ୍ପ ରଖାଯାଇଛି, ଯାହାର ପ୍ରସଙ୍ଗ ରହିଛି ” ସହରୀ ସ୍ବପ୍ନ ” । ଆସନ୍ତୁ ଏଥିରେ ସାମିଲ ହୁଅନ୍ତୁ, ନିଜର ସାହିତ୍ୟ ଲିଖନ ଜ୍ଞାନକୁ ବୃଦ୍ଧି ଓ ବିକଶିତ କରନ୍ତୁ, ଯାହା ମୋ ଅନୁଷ୍ଠାନ ପରିବାର ତରଫରୁ ସମସ୍ତଙ୍କୁ ଆହ୍ବାନ କରାଯାଇଛି । ଚଳିତ ବର୍ଷ ଡିସେମ୍ବର ମାସ ୨୭ ତାରିଖ ବାର୍ଷିକ ଉତ୍ସବରେ ସମ୍ବର୍ଦ୍ଧିତ କରାଯିବ, ଆସିବାକୁ ଅନୁରୋଧ ।।

ବାଲେଶ୍ଵର ଖଇରାରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଯୋରନ୍ଦା ରେ ସୁରୁଖୁରୁରେ ଚାଲିଛି ମାଟ୍ରିକ ପରୀକ୍ଷା

masiha

ଉତ୍କଳ ଆଲୁମିନାରେ 76 ତମ ସାଧାରଣ ତନ୍ତ୍ର ଦିବସ ପାଳିତ 

masiha

ଫରୱାର୍ଡ଼ ବ୍ଲକ ତରଫରୁ ସୌମ୍ୟାଶ୍ରୀ ଙ୍କୁ ଶ୍ରଦ୍ଧାଞ୍ଜଳୀ

Sunil Chandra Nayak

Leave a Comment

error: Content is protected !!