ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରଦ୍ଧା ରେ ବିଦ୍ୟୁତ୍ ସମ୍ବନ୍ଧୀୟ ସଚେତନତା ଶିବିର

ଶ୍ରଦ୍ଧା ରେ ବିଦ୍ୟୁତ୍ ସମ୍ବନ୍ଧୀୟ ସଚେତନତା ଶିବିର

ରାଉରକେଲା/ ଟାଟା ପାୱାର ପଶ୍ଚିମ ଓଡ଼ିଶା ଶାଖା ଆନୁକୂଲ୍ୟରେ ଶ୍ରଦ୍ଧା ବିଦ୍ୟାଳୟ ପରିସରରେ ବିଦ୍ୟୁତ୍ ସମ୍ବନ୍ଧୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଂସ୍ଥା ର ପ୍ରଶାସନିକ ଅଧିକାରୀ ବସନ୍ତ କୁମାର ପ୍ରଧାନ, ସୁନୀତା ମିଶ୍ର, ନିର୍ମଳା ପିଟର, ପ୍ରଦୀପ କୁମାର ଭୋଗ ଏବଂ କବିତା ଦଦେଲ ପ୍ରମୁଖ ଉକ୍ତ ଶିବିରରେ ଅଂଶ ଗ୍ରହଣ କରିଥିଲେ । ଶ୍ରୀ ପ୍ରଧାନ , ନିର୍ମଳା ପିଟର, ସୁନୀତା ମିଶ୍ର ତାଙ୍କ ବକ୍ତବ୍ୟରେ ବିଦ୍ୟୁତ ପରିଚାଳନା ଓ ସଂଯୋଗ ତଥା ସାବଧାନତା ଉପରେ ବିବରଣୀ ଦେଇଥିଲେ। ଘରେ ବ୍ୟବହୃତ ହେଉଥିବା ବିଦ୍ୟୁତ୍ କୁ ଅପଚୟ ନକରି ସାବଧାନତା ର ସହିତ ବ୍ୟବହାର କରିବା ଦରକାର । ବୈଦ୍ୟୁତିକ ସରଞ୍ଜାମ ଗୁଡ଼ିକ ମରାମତି ବେଳେ ମେନ୍ ସୁଇଚ୍ କୁ ବନ୍ଦ କରିବା ଓ ଶୁଷ୍କ ହାତରେ ମରାମତି କାର୍ଯ୍ୟ କରିବା ଦରକାର । ଅଯଥାରେ ଫ୍ୟାନ, ଲାଇଟ୍ ଇତ୍ୟାଦି ଜାଳନ୍ତୁ ନାହିଁ । ଘର ସାମ୍ନାରେ ମିଟର ବାକ୍ସ ଲଗାନ୍ତୁ । ବର୍ଷା ସମୟରେ ଘଡଘଡି , ବିଜୁଳି ମାରୁଥିବା ବେଳେ ଟିଭି, କମ୍ପୁଟର, ଆଦି କୁ ପ୍ଳଗରୁ ବିଛିନ୍ନ ରଖନ୍ତୁ । ଆଉ ନିଜର ମୋବାଇଲ କୁ ସୁଇଚ ଅଫ କରିବା ନି‌ହାତି ଜରୁରୀ ବୋଲି ମତ ରଖିଥିଲେ। ଏହା ସହିତ ଏହାର ପରିଚାଳନା ସାବଧାନତା ଉପରେ ସୂଚନା ଦେଇଥିଲେ ଏବଂ ଶ୍ରଦ୍ଧା ର କାର୍ଯ୍ୟକ୍ରମ କୁ ପ୍ରଶଂସା କରିଥିଲେ । ଶ୍ରଦ୍ଧା ର ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ପାଣ୍ଡବ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିବା ସହିତ ସ୍ଵାଗତ ଭାଷଣ ଦେଇଥିଲେ ଏବଂ ଅନୁଷ୍ଠାନ ର କାର୍ଯ୍ୟକ୍ରମ ଉପରେ ବିବରଣୀ ରଖିଥିଲେ । ସେ ଦର୍ଶାଇଥିଲେ ଯେ, ଆମର ଏହି ମାନସିକ ଭିନ୍ନକ୍ଷମ ପିଲାମାନଙ୍କ ଠାରେ ବିଶେଷ ଭାବରେ କିଛି ଅନ୍ୟ ଗୁଣ ରହିଛି। ଯାହା ଦ୍ୱାରା ଏମାନେ କିଛି କାମ ଆମଠୁ ଅଧିକ ଓ ଭଲ ଭାବରେ କରି ପାରିଥାନ୍ତି । ଅନେକ ଗୁଡିଏ କାମରେ ଏମାନେ ନିଖୁଣ ଭାବରେ କରି ଆମ ସମାଜରେ ବେଶ ଆଦୃତ ଓ ପ୍ରଶଂସିତ ହୋଇଛନ୍ତି । ଉପସଭାପତି ଅଶୋକ କୁମାର ବଳ ସଭା ରେ ପୈାରହିତ କରିବା ସହିତ ଅନୁଷ୍ଠାନର ଉତ୍କର୍ଷତା ର ବିଷୟ ରେ ଆଲୋକପାତ କରିଥିଲେ ଏବଂ ଶ୍ରଦ୍ଧା ଅନୁଷ୍ଠାନ ହାତ ବଢ଼ାଇ କୁ ଶ୍ରଦ୍ଧା ର ସହିତ ଆଗକୁ ନେବାକୁ ଅନୁରୋଧ କରିଥିଲେ । ଏହି ଅବସରରେ ଟାଟା ପାୱାର ପଶ୍ଚିମ ଓଡ଼ିଶା ଶାଖା ଦ୍ଵାରା ପିଲାମାନଙ୍କୁ ପୋଷାକ ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ଶ୍ରଦ୍ଧା ର ସ୍ଵତନ୍ତ୍ର ପିଲାମାନେ ସେମାନଙ୍କର ଗୁଣବତ୍ତା ର ପରିଚୟ ପ୍ରଦାନ ସ୍ଵରୁପ ଏକ ମନୋରମ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଗୀତରେ ରଶ୍ମି, ଗୈାରୀ, ସନ୍ତୋଷ, ଆରତୀ ଓ ନାଚରେ ରଶ୍ମି, ଦିବାକର , ନର୍ମଦା, ଏକକ ଅଭିନୟ ରେ ସନ୍ତୋଷ, ଆରତୀ ଭାଗନେଇ ମନୋମୁଗ୍ଧ କରିଥିଲେ । କାର୍ଯ୍ୟକ୍ରମ କୁ ପ୍ରୀତି ବାରିକ, ଅଞ୍ଜଳି ମହାରଣା, ସୁଜାତା ରାଉତ, ଇତିଶ୍ରୀ ଦାସ, ଧୀରେନ ଓଝା ପ୍ରଭୃତି ପରିଚାଳନା କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ସିଜିମାଳି ଆନ୍ଦୋଳନକାରୀଙ୍କୁ ନ୍ୟାୟ ପ୍ରଦାନ ପାଇଁ ବୁଦ୍ଧିଜୀବୀଙ୍କ ଗଣଧାରଣା, ଖଣି ଖନନକୁ ତୁରନ୍ତ ବାତିଲ ଦାବି କରାଯାଉ ନେଇ ଦାବିପତ୍ର 

Sunil Chandra Nayak

ମସିହା NEWS ର ମହାପ୍ରଭାବ , ଖବର ପ୍ରକାଶ ପରେ, କଙ୍କଡ଼ାହାଡ଼ ସମ୍ମନିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ଅଧିକାରୀଣି ସୋପାନ ଟଙ୍କା ହେରେଫେର ବାବଦରେ ନେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ

Sunil Chandra Nayak

ଇସି ରିଷ୍ଟ୍ରକ୍ଚରିଙ୍ଗ୍ ଵନ୍ଦ ଦାଵିରେ ନିଖିଳ ଓଡିଶା ଜୀଵିକା ମିଶନ ଇସି ସଂଘ ପକ୍ଷରୁ ୨୪ ଜାନୁଆରୀରେ କୋରାପୁଟ ଜିଲ୍ଲା ସ୍ତରୀୟ ଵିକ୍ଷୋଭ 

masiha

Leave a Comment

error: Content is protected !!