ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଙ୍ଗାଲୋରରେ ଓଡ଼ିଆ ଶ୍ରମିକଙ୍କ ଅକାଳ ମୃତ୍ୟୁ

ବାଙ୍ଗାଲୋରରେ ଓଡ଼ିଆ ଶ୍ରମିକଙ୍କ ଅକାଳ ମୃତ୍ୟୁ

ଖଇରା,୨୯/୧/୨୫ – ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ସାରୁଗାଁ ପଞ୍ଚାୟତ ମିଟୁଆଣି ଗ୍ରାମର ଚିତ୍ତରଞ୍ଜନ ମହାପାତ୍ରଙ୍କ ଏକମାତ୍ର ରୋଜଗାରକ୍ଷମ ପୁତ୍ର ହେମନ୍ତ କୁମାର ମହାପାତ୍ର(୩୮) ଆଜକୁ ୧୦ ବର୍ଷ ହେବ ବାଙ୍ଗାଲୋରର ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ଗତ ୨୭ ତାରିଖ ଦିନ ହଠାତ୍ ପେଟ ଯନ୍ତ୍ରଣା ହେବାରୁ ସଙ୍ଗେ ସଙ୍ଗେ ତାଙ୍କୁ ନିକଟସ୍ଥ ଘରୋଇ ମେଡ଼ିକାଲକୁ ଚିକିତ୍ସା ନିମନ୍ତେ ନିଆଯାଇଥିଲା । କିଛି ସମୟ ଚିକିତ୍ସା ପରେ ତାଙ୍କ ମୃତ୍ୟୁ ଘଟି ଥିବାର ଡାକ୍ତର ଘୋଷଣା କରିଥିଲେ । ପରେ ଏକ ଆମ୍ବୁଲାନ୍ସ ଯୋଗେ ମୃତ ଶରୀରକୁ ନିଜ ଗ୍ରାମକୁ ଅଣାଯାଇଥିଲା । ମୃତଦେହ ଘରେ ପହଞ୍ଚିବା ପରେ ଶୋକାକୋଳ ପରିବେଶ ସୃଷ୍ଟି ହୋଇଥିଲା । ପରିବାରର ଏକମାତ୍ର ରୋଜଗାରିଆ ପୁତ୍ରକୁ ହରାଇ ସମ୍ପୂର୍ଣ୍ଣ ପରିବାର ଦୁଃଖରେ ଭାଙ୍ଗି ପଡିଛନ୍ତି । ଖବର ପାଇ ତାଙ୍କର ବିଧବା ପତ୍ନୀ ସମେତ ୨ ପୁଅ ଓ ୧ ଝିଅ ଅଛନ୍ତି । ଖବରପାଇ ଜିତେନ୍ଦ୍ର ସାହୁ, ବୈକୁଣ୍ଠ ମହାପାତ୍ର, ପ୍ରଭାକର ଦତ୍ତ, ବସନ୍ତ ସାହୁଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ । ବେସାହାରା ପରିବାରକୁ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଜିଲ୍ଲାସ୍ତରୀୟ ୮୯ତମ ଓଡ଼ିଶା ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳିତ ମାତୃଭାଷାର ପ୍ରଗତିରେ ଜାତିର ଉନ୍ନତି: ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର

masiha

ରାଇରଙ୍ଗପୁରରେ ବାଲେଶ୍ଵରର ‘ଭଜନ ଶ୍ରୀ କ୍ଷେତ୍ର’ ରେ ଅଧ୍ୟକ୍ଷଙ୍କୁ ରାଇରଙ୍ଗପୁର ପାଲା,କଳା ଓ ସଂଗୀତ ପରିଷଦ ତରଫରୁ ସମ୍ବର୍ଦ୍ଧନା

masiha

ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ବିଭିନ୍ନ ଉପକରଣ ବଣ୍ଟନ, ରାୟଗଡ଼

masiha

Leave a Comment

error: Content is protected !!