ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚଇତି ଆର୍ଥିକ ସବ-କମିଟି ବୈଠକ ଅନୁଷ୍ଠିତ 

ଚଇତି ଆର୍ଥିକ ସବ-କମିଟି ବୈଠକ ଅନୁଷ୍ଠିତ 

ରାୟଗଡ:-ତା. ୨୬/୧୧-ଆଜି ଲୋକମାହୋତ୍ସବ ଚଇତି -୨୦୨୪ପାଳନ ଅବସରରେ ଆର୍ଥିକ ଉପ-ସମିତିର ଅଧ୍ୟକ୍ଷ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ, ଜିଲ୍ଲାପରିଷଦ ଶ୍ରୀ ନିହାର ରଞ୍ଜନ କହଁରଙ୍କ ଅଧ୍ୟକ୍ଷତlରେ ଆଜ ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l

 ଏହି କମିଟିର ସହ ଅଧ୍ୟକ୍ଷ, ଉପଜିଲ୍ଲାପାଳ ରୟାଗଡ଼, ଶ୍ରୀମତୀ, କଲ୍ୟାଣୀ ସଂଘମିତ୍ରା ଦେବୀ, ଅତିରକ୍ତ ପ୍ରକଳ୍ପ ନିର୍ଦେଶକ, ଜିଲ୍ଲାପରିଷଦ, ଶ୍ରୀ ବିଜୟ କୁମାର ନାୟକ, ଜିଲ୍ଲା ସଂସ୍କୃତିକ ଅଧିକାରୀ ସୁଶ୍ରୀ ସୁସ୍ମିତା ବାଉରୀ, ଜିଲ୍ଲା ସୂଚନା ଓ ଲକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ପ୍ରକଳ୍ପ ପରିଚାଳକ ଆର୍ଥୀକ ଶ୍ରୀ ରଶ୍ମୀକାନ୍ତ ପରିଡ଼ା, ଓରମାସ ଡେପୁଟି ସିଓ, ମନୋଜ ପାତ୍ର, ଏପିଡି ପ୍ରଭାତ ଲେଙ୍କା, ଅଜତଶତ୍ରୁ ଓ ଅନ୍ୟାନ୍ୟ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧି ଯୋଗଦାନ କରିଥିଲେ l ଏହି ସବ-କମିଟିରେ ନୂତନ ଭାବରେ ଯୁବ ବିକାଶ ପରିଷଦର ସଭାପତି ଶ୍ରୀ ଶିବାଜୀ ଦାଶ, ସାମ୍ବାଦିକ ରବୀନ୍ଦ୍ର ପାଟଖଣ୍ଡଳ, ରଶ୍ମି ରଞ୍ଜନ ଦୋରା ଓ ଭି. ଭି ରାମଣl ଯୋଗଦାନ କରିଛନ୍ତି l ଏବଂ ଚଇତି ଆର୍ଥିକ କମିଟିର ସୁଦ୍ଧାର, ଦାନ ସଂସ୍ଥାକୁ ଅଧିକ ଆର୍ଥିକ ସହାୟତା ନିମନ୍ତେ ଅନୁରୋଧ କରିବାକୁ ମତାମତ ଦେଇଥିଲେ l 

ଜିଲ୍ଲାମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଜିଲ୍ଲାପରିଷଦ, ରୟାଗଡ଼ ପୂର୍ବ ବର୍ଷର ଆର୍ଥିକ ଆଦାୟ ଓ ଖର୍ଚ୍ଚ ବିଷୟରେ ବୈଠକରେ ଉପସ୍ଥାପନା କରିଥିଲେ ଓ ସଦସ୍ୟ ମାନଙ୍କ ମତାମତ ଲୋଡ଼ିଥିଲେ l ଆସନ୍ତା ଦିନରେ ପୁଣି ଏହି କମିଟି ବସି ବିଚାର ଆଲୋଚନା କରିବ ବୋଲି କହିଥିଲେ l

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଚିଲିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ କାର୍ଯ୍ୟକ୍ରମ 

Sunil Chandra Nayak

ସର୍ଦାରବନ୍ଧ ଗ୍ରାମ ପଞ୍ଚାୟତରେ ଦନ୍ତା ହାତୀ ଆତଙ୍କ

masiha

ଜିଲ୍ଲା ସ୍ବାସ୍ଥ୍ୟ ସମିତି ସୁନ୍ଦରଗଡ଼ ତରଫରୁ ବିଶ୍ବ ରକ୍ତଶିକୁଳି (ସିକଲସେଲ) ଦିବସ ୨୦୨୬ ପାଳିତ

Sunil Chandra Nayak

Leave a Comment

error: Content is protected !!