ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧରାକୋଟ ରେ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା 

ଧରାକୋଟ ରେ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା 

ଆସିକା, ୧୫/୯/୨୫ — ଧରାକୋଟ ସ୍ଥିତ ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟ ମିନି ଷ୍ଟାଡିୟମ ପରିସରରେ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ବି ଇ ଓ ଅଭିମନ୍ୟୁ ସାହୁ ଙ୍କ ସଭାପତିତ୍ବରେ ଆୟୋଜିତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ, ମୁଖ୍ୟ ବକ୍ତା ଭାବରେ ତହସିଲଦାର ଲମ୍ବୋଦର ମାରାଣ୍ଡି, ସମ୍ମାନୀତ ଅତିଥି ଭାବରେ ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ସାହୁ, ବି ଆର ସି ସି ତଥା ଏ ବି ଇ ଓ ସୌରୀ ଶଙ୍କର ବେହେରା, ବିଭୂତି ଭୂଷଣ ପାତ୍ର, ମାଣିକ ପୁର ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବାବୁଲା ପ୍ରଧାନ, ବରଡାବିଲି ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବିରୁପାକ୍ଷ ପରିଡ଼ା,ପୂର୍ବତନ ଏ ବି ଇ ଓ ସିମାଞ୍ଚଳ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ। ପ୍ରାରମ୍ଭରେ କ୍ରୀଡା ପତାକା ଉତ୍ତୋଳନ କରି ସମସ୍ତେ ଶପଥ ପାଠ କରିଥିଲେ । ମାଣିକପୁର, ମୁଣ୍ଡମରାଇ, ବେଠୁଆର ଓ ଧରାକୋଟ ସମେତ ମୋଟ ଚାରି ଗୋଟି ଜୋନ ରୁ 600 ଛାତ୍ର ଛାତ୍ରୀ ଏହି ବ୍ଲକ ସ୍ତରୀୟ କ୍ରୀଡ଼ାରେ ଭାଗ ନେଇଥିଲେ । ଦୌଡ଼, କବାଡି, ଯାଭଲିନ, ସଟ ଫୁଟ, ଲମ୍ବା ଡିଆଁ, ଉଚ୍ଚ ଡିଆଁ, ଖୋ ଖୋ ଭଳି ବିଭିନ୍ନ ଖେଳରେ ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ। ସେହିଭଳି ପୁରସ୍କାର ବିତରଣ ଉତ୍ସବ ରେ ବି ଇ ଓ ଅଭିମନ୍ୟୁ ସାହୁ ପୌରୋହିତ୍ୟ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ବି ଇ ଓ ଲିଙ୍ଗରାଜ ସ୍ୱାଇଁ,ସମ୍ମାନୀତ ଅତିଥି ଭାବରେ ଗଞ୍ଜାମ ଜିଲ୍ଲା କ୍ରୀଡ଼ା ସଂଗଠକ ହରିହର ରାଉତ,ବ୍ଲକ ଶିକ୍ଷକ ସଂଘ ସଭାପତି ଶୁକ୍ରୁ ବେହେରା , ବି ଆର ସି ସି ସୌରୀ ଶଙ୍କର ବେହେରା, ଏ ବି ଇ ଓ ବିଭୂତି ଭୂଷଣ ପାତ୍ର,ବ୍ଲକ କ୍ରୀଡା ସଂଘ ସଂପାଦକ ପାଣ୍ଡବ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି କ୍ରୀଡା ରେ ଉତ୍ତୀର୍ଣ୍ଣ ହୋଇଥିବା 160 ଜଣ ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଶିକ୍ଷକ ଦେବାଶିଷ ବେହେରା ଓ ସୁରେଶ ପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସମସ୍ତ ସି ଆର ସି ସି ଓ ବିଭିନ୍ନ ବିଦ୍ୟାଳୟର 25 ଜଣ କ୍ରୀଡା ଶିକ୍ଷକ ଏଥିରେ ସକ୍ରିୟ ସହଯୋଗ ପ୍ରଦାନ କରିଥିଲେ।

ଆସିକା ରୁ ଶିବ ଶଙ୍କର ମିଶ୍ର ଙ୍କ ରିପୋର୍ଟ ମସିହା ନ୍ୟୁଜ

Related posts

ଚାରିଦିନ ହେଲା BSNL ଯୋଗାଯୋଗ ସେବା ଠପ 

Sunil Chandra Nayak

ଓଜେୟୁ ତରଫରୁ ଜିଲାପାଳଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା । ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ

Sunil Chandra Nayak

ସାମ୍ବାଦିକ ରମେଶ ବାରିକଙ୍କ ପିତୃ ବିୟୋଗ

Sunil Chandra Nayak

Leave a Comment

error: Content is protected !!