ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁର୍ଘଟଣା ରେ ସ୍ୱାମୀ ସ୍ତ୍ରୀ ମୃତ

ଦୁର୍ଘଟଣା ରେ ସ୍ୱାମୀ ସ୍ତ୍ରୀ ମୃତ

ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ୩୫୩ ଜାତୀୟ ରାଜପଥ ଚଳାନପଡା ବଡପୋଲ ପାଖରେ କାରକୁ ଧକ୍କା ଦେଲା ଟ୍ରକ ସ୍ୱାମୀ ସ୍ତ୍ରୀ ମୃତ । ପୁଲିସ ସୂତ୍ରରୁ ପ୍ରକାଶ ଯେ ଶୁକ୍ରବାର ସନ୍ଧ୍ୟା ଚାରି ଘଣ୍ଟା ସମୟରେ ବଡଦୋହେଲ ଗ୍ରାମର ସେନାପତି ବାଗ (୩୬) ଓ ସ୍ତ୍ରୀ ସରିତା ବାଗ (୩୨) ସି ଜି ଏଫ ଡି ୮୧୦୦ କାର ଯୋଗେ ନୂଆପଡା ପଟକୁ ଯାଉଥିବା ବେଳେ ଏକ କଣ୍ଟେନର ଟ୍ରକ ଏପି ୩୯ ଟି ଏକ୍ସ ୬୮୫୯ କାରକୁ ଧକ୍କା ଦେଇଥିଲା । ଫଳରେ ସ୍ୱାମୀ ଓ ସ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଲୟରେ ଭର୍ତି କରିଥିବା ବେଳେ ଚିକିତ୍ସାଧିନ ଅବତାର ସେମାନଙ୍କ ସେମାନଙ୍କ ମୃତ୍ୟୁ ହୋଇ ଯାଇଛି । ମୃତକଙ୍କ ଦୁଇ ପୁଅ ସରୋଜ ବାଗ (୧୧) ରାଜବିର ବାଗ (୯) ଓ ଝିଅ ଚୈତ୍ର। ବାଗ (୬) ବର୍ଷ ଅନାଥ ହୋଇ ଯାଇଛନ୍ତି । ଦୁର୍ଘଟଣା ପରେ କଣ୍ଟେନରକୁ ପାଞ୍ଚ କିଲୋମିଟର ଦୂରକୁ ନେଇ ଛାଡି ଡ୍ରାଇଭର ଫେରାର ହୋଇ ଯାଇଥିବା ଜଣା ପଡ଼ିଛି । ଥାନା ଅଧିକାରୀ ପ୍ରଦୀପ ଧାରୁଆ ପ୍ରକାଶ କରିଛନ୍ତି ।

ନୂଆପଡ଼ା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଖାତିଗୁଡା ପୋଲିସ ଏବଂ ଶ୍ରମିକ ଙ୍କୁ ଉଦ୍ଧାରରେ ସହଯୋଗ କାରୀଙ୍କୁ ସମ୍ବର୍ଦ୍ଧିତ କଲେ ଗ୍ରାମବାସୀ 

ଜାତୀୟ ମତ୍ସ୍ୟ ଚାଷୀ ଦିବସ–୨୦୨୬ ପାଳିତ 

Sunil Chandra Nayak

ବ୍ରହ୍ମପୁରରେ ଚାଲିଥିବା ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଯାପିତ

Sunil Chandra Nayak

Leave a Comment

error: Content is protected !!