ଦୁର୍ଘଟଣା ରେ ସ୍ୱାମୀ ସ୍ତ୍ରୀ ମୃତ
ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ୩୫୩ ଜାତୀୟ ରାଜପଥ ଚଳାନପଡା ବଡପୋଲ ପାଖରେ କାରକୁ ଧକ୍କା ଦେଲା ଟ୍ରକ ସ୍ୱାମୀ ସ୍ତ୍ରୀ ମୃତ । ପୁଲିସ ସୂତ୍ରରୁ ପ୍ରକାଶ ଯେ ଶୁକ୍ରବାର ସନ୍ଧ୍ୟା ଚାରି ଘଣ୍ଟା ସମୟରେ ବଡଦୋହେଲ ଗ୍ରାମର ସେନାପତି ବାଗ (୩୬) ଓ ସ୍ତ୍ରୀ ସରିତା ବାଗ (୩୨) ସି ଜି ଏଫ ଡି ୮୧୦୦ କାର ଯୋଗେ ନୂଆପଡା ପଟକୁ ଯାଉଥିବା ବେଳେ ଏକ କଣ୍ଟେନର ଟ୍ରକ ଏପି ୩୯ ଟି ଏକ୍ସ ୬୮୫୯ କାରକୁ ଧକ୍କା ଦେଇଥିଲା । ଫଳରେ ସ୍ୱାମୀ ଓ ସ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଲୟରେ ଭର୍ତି କରିଥିବା ବେଳେ ଚିକିତ୍ସାଧିନ ଅବତାର ସେମାନଙ୍କ ସେମାନଙ୍କ ମୃତ୍ୟୁ ହୋଇ ଯାଇଛି । ମୃତକଙ୍କ ଦୁଇ ପୁଅ ସରୋଜ ବାଗ (୧୧) ରାଜବିର ବାଗ (୯) ଓ ଝିଅ ଚୈତ୍ର। ବାଗ (୬) ବର୍ଷ ଅନାଥ ହୋଇ ଯାଇଛନ୍ତି । ଦୁର୍ଘଟଣା ପରେ କଣ୍ଟେନରକୁ ପାଞ୍ଚ କିଲୋମିଟର ଦୂରକୁ ନେଇ ଛାଡି ଡ୍ରାଇଭର ଫେରାର ହୋଇ ଯାଇଥିବା ଜଣା ପଡ଼ିଛି । ଥାନା ଅଧିକାରୀ ପ୍ରଦୀପ ଧାରୁଆ ପ୍ରକାଶ କରିଛନ୍ତି ।