ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଜିଲ୍ଲାରେ ନିର୍ବାଚନ ଖର୍ଚ୍ଚ ଟିମ୍, ପାର୍ଥିଙ୍କ ଆଚରଣ ବିଧି ନିରୀକ୍ଷଣ ଟିମ୍, ଲେଖା ହିସାବ ସମ୍ବନ୍ଧୀୟ ଟିମ୍,ପୋଲିସ ଟିମ୍, ଭିଡିଓ ଟିମ୍ ତାଲିମ ସମ୍ବନ୍ଧୀୟ ସମୀକ୍ଷା ବୈଠକ 

କଳାହାଣ୍ଡି ଜିଲ୍ଲାରେ ନିର୍ବାଚନ ଖର୍ଚ୍ଚ ଟିମ୍, ପାର୍ଥିଙ୍କ ଆଚରଣ ବିଧି ନିରୀକ୍ଷଣ ଟିମ୍, ଲେଖା ହିସାବ ସମ୍ବନ୍ଧୀୟ ଟିମ୍,ପୋଲିସ ଟିମ୍, ଭିଡିଓ ଟିମ୍ ତାଲିମ ସମ୍ବନ୍ଧୀୟ ସମୀକ୍ଷା ବୈଠକ 

ଭବାନୀପାଟଣା ତା ୧୫.୩.୨୦୨୪: ଗତ ୧୪.୩.୨୦୨୪ ରିଖ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହ ରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଅଧ୍ୟକ୍ଷତା ରେ ନିର୍ବାଚନ ଖର୍ଚ୍ଚ ପର୍ଯ୍ୟବେକ୍ଷଣ , ଖର୍ଚ୍ଚ ନିରୀକ୍ଷଣ ସେଲ,ଆଚରଣ ବିଧି, ଭିଡିଓ ଟିମ୍, ଷ୍ଟାଟିକ ସର୍ଭେଲାନ୍ସ ଟିମ୍,ଲେଖା ହିସାବ ଟିମ୍,ଅଭିଯୋଗ ନିୟନ୍ତ୍ରଣ ରୁମ୍ ଟିମ୍, ଏମ ସି ଏମ ସି ର ନୋଡାଲ ଅଧିକାରୀ ଏବଂ ଅନ୍ୟ ଅଧିକାରୀ ମାନେ ତାଲିମ ଗ୍ରହଣ କରିଥିଲେ। ତାଲିମ ପ୍ରଦାନ କାର୍ଯ୍ୟକ୍ରମରେ ଆରକ୍ଷୀ ଅଧିକ୍ଷକ ଜି ଅଭିଳାଷ,ଅତିରିକ୍ତ ଜିଲ୍ଲାପାଳ ତ୍ରିଲୋଚନ ପାତ୍ର, ସି ଡି ଓ ଜିଲ୍ଲାପରିଷଦ ଦୟାମୟ ପାଢ଼ୀ, ଧର୍ମଗଡ ଉପଜିଲ୍ଲାପାଳ ଧିମନ ଚକମା, ଭବାନୀପାଟଣା ଉପ ଜିଲ୍ଲାପାଳ ଡ ବିଶ୍ୱଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଆଚରଣ ବିଧି ଲାଗୁ ହେଲା ପରେ ଏହି ଟିମ୍ ମାନଙ୍କର ଗୁରୁ ଦାୟିତ୍ଵ ନିର୍ବାହ ସହ ଅତି ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।ଆଚରଣ ବିଧି ଉଲଘଂନ, ଜାତି,ଧର୍ମ,ଭାଷା, ଚରିତ୍ର କୁ ନେଇ ଉତ୍ତେଜନା ମୂଳକ ଭାଷଣ, ଆୟୋଜିତ ସଭାରେ ସମସ୍ତ ସାଜସଜ୍ଜା ବ୍ୟବସ୍ଥା ର ଭିଡିଓ ରେକର୍ଡିଂ, ପାର୍ଥୀଙ୍କ ନିର୍ବାଚନ ସମ୍ବନ୍ଧୀୟ ଖର୍ଚ୍ଚ ର ବିବରଣୀ, ଭୋଟରଙ୍କୁ ପ୍ରଲୋଭିତ କରିବାକୁ ବିଭିନ୍ନ ଧମକ ଦେବା, ଲାଞ୍ଚ ଦେବା ଭଳି ଅନୈତିକ ଉପାୟ ଅବଲମ୍ବନ , ସି -ଭିଯିଲ ଆପ୍ ର ବ୍ୟବହାର ଉପରେ ପି ପି ଟି ମାଧ୍ୟମରେ ନିର୍ବାଚନ ରେ ନିୟୋଜିତ ଟିମ୍ ଅଧିକାରୀଙ୍କୁ ବିଶେଷ ତାଲିମ ଦିଆଯାଇଥିଲା।

ମସିହା ନିୟୁଜ୍ ସର୍ଭିସ୍ 

Related posts

ମଶାଲ ଯାତ୍ରା ସହ ଉଦଘାଟିତ ହେଲା କୋକସରା ବ୍ଲକ ସ୍ତରୀୟ ଗୁଡହାଣ୍ଡି ଉତ୍ସଵ

masiha

ଢେଙ୍କାନାଳ ପୋଲିସ ଲାଇନ୍ ସରକାରୀ ଉପ୍ରା ବିଦ୍ୟାଳୟରେ କ୍ଷୁଦ୍ର ବିଜ୍ଞାନ କେନ୍ଦ୍ର ଉଦ୍ ଘାଟିତ ହୋଇ କାର୍ଯ୍ୟକ୍ଷମ

Sunil Chandra Nayak

ବିକାଶ ବାହାନ ଯାତ୍ରା ନେଇ ପ୍ରସ୍ତୁତି ବୈଠକ 

masiha

Leave a Comment

error: Content is protected !!