ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ଼ ରକ୍ତ ଭଣ୍ଡାର ବନ୍ଦ , ରକ୍ତ ଅଭାବରୁ ଶିଶୁର ମୃତ୍ୟୁ, ପରିବାର ଲୋକ ଙ୍କ ହଙ୍ଗାମା ଶବ ରଖି ଜାତୀୟ ରାଜପଥ ଅବରୋଧ…..

ଧର୍ମଗଡ଼ ରକ୍ତ ଭଣ୍ଡାର ବନ୍ଦ , ରକ୍ତ ଅଭାବରୁ ଶିଶୁର ମୃତ୍ୟୁ, ପରିବାର ଲୋକ ଙ୍କ ହଙ୍ଗାମା

ଶବ ରଖି ଜାତୀୟ ରାଜପଥ ଅବରୋଧ…..

ଧର୍ମଗଡ଼ ସରକାରୀ ଚିକିତ୍ସାଳୟ ପରିସରରେ ଥିବା ରକ୍ତ ଭଣ୍ଡାର ବନ୍ଦ ହୋଇ ଯାଇଛି। ଏଭଳି ପରିସ୍ଥିତିରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରକ୍ତ ଭଣ୍ଡାରକୁ ଚିକିତ୍ସା ପାଇଁ ଆସିଥିବା ୩ ବର୍ଷ ଶିଶୁ ର ମୃତ୍ୟୁ ଘଟିଛି। ଏହି ଘଟଣାକୁ ନେଇ ଆଜି ପରିବାର ଲୋକେ ଧର୍ମଗଡ଼ ସରକାରୀ ଚିକିତ୍ସାଳୟ ସାମ୍ନା ଜାତୀୟ ରାଜପଥ-୨୬ ରେ ଶିଶୁ ର ଶବ ରଖି ରାସ୍ତା ଅବରୋଧ କରିଥଲେ। ଫଳରେ ସଡ଼କ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା।

ସୂଚନାରୁ ପ୍ରକାଶ ଯେ,ଧର୍ମଗଡ଼ ବ୍ଲକ କୋକସରା ଥାନା ଅନ୍ତର୍ଗତ ଛତା ଗହୀରା ଗ୍ରାମର ଟିକଚନ ଦୁର୍ଗା ରକ୍ତହୀନତା ର ଶିକାର ଥିବା ତାଙ୍କର ତିନି ବର୍ଷ ର ଶିଶୁ ପୁତ୍ର ପ୍ରିୟାଂଶୁ ଦୁର୍ଗାକୁ ଧରି ଚିକିତ୍ସା ପାଇଁ ଧର୍ମଗଡ଼ ସରକାରୀ ଚିକିତ୍ସାଳୟ କୁ ଆସିଥିଲେ। ଶିଶୁକୁ ରକ୍ତର ଆବଶ୍ୟକତା ଥିବା ବେଳେ ଧର୍ମଗଡ଼ ରକ୍ତ ଭଣ୍ଡାର ବନ୍ଦ ଥିବାରୁ ତାଙ୍କୁ ଭବାନିପାଟଣା ମୁଖ୍ୟ ଚିକିତ୍ସାଳୟ କୁ ପଠେଇ ଦିଆ ଯାଇଥିଲା। ହେଲେ ଭବାନୀପାଟଣା ରେ ରକ୍ତ ଯୋଗାଡ଼ ପୂର୍ବରୁ ଶିଶୁର ମୃତ୍ୟୁ ଘଟିଥିଲା। 

“ଧର୍ମଗଡରେ ସାଙ୍ଗେ ସାଙ୍ଗେ ରକ୍ତ ଦିଆ ଯାଇଥିଲେ ମୋର ଶିଶୁ ପୂତ୍ର ବଞ୍ଚି ଯାଇଥାନ୍ତା। ମୋର ଦୁର୍ଭାଗ୍ୟ ଯେ ଧର୍ମଗଡ଼ ରକ୍ତ ଭଣ୍ଡାର କୌଣସି କାରଣରୁ ବନ୍ଦ ହେବା ଓ ଆବଶ୍ୟକ ସମୟରେ ରକ୍ତ ନ ମିଳିବା ଯୋଗୁଁ ମୋର ଶିଶୁର ମୃତ୍ୟୁ ଘଟିଲା। ଆଜି ରାସ୍ତାରୋକ ର ଅଭିପ୍ରାୟ ହେଲା ଅନ୍ୟ କାହାର ସନ୍ତାନ ବା ମୁମୂର୍ଷୁ ରକ୍ତ ଅଭାବରୁ ମୃତ୍ୟୁ ବରଣ ନ କରନ୍ତୁ ତେଣୁ ସରକାର ତ୍ଵରିତ ପଦକ୍ଷେପ ଗ୍ରହଣ କରି ତୁରନ୍ତ ଧର୍ମଗଡ଼ ରକ୍ତ ଭଣ୍ଡାର କୁ ପୁନଃ କାର୍ଯ୍ୟକ୍ଷମ କରନ୍ତୁ” ବୋଲି ମୃତକ ର ପିତା ଟିକଚନ ଦୁର୍ଗା ରାସ୍ତା ରୋକ ହଟାଇବା କୁ ଆସିଥିବା ଧର୍ମଗଡ଼ ଉପ ଜିଲ୍ଲାପାଳ ଓ ଉପଖଣ୍ଡିୟ ପୋଲିସ ଅଧିକାରୀ ଙ୍କୁ କୋହଭରା କଣ୍ଠରେ ନିବେଦନ କରିଥିଲେ। ଏହା ଏକ ସ୍ପର୍ଶ କାତର ଘଟଣା ହୋଇଥିବାରୁ ଏହି ରାସ୍ତାରୋକ କୁ ସହରର ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ସମର୍ଥନ ଦେଇ ରକ୍ତ ଭଣ୍ଡାର କୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ଦାବୀ କରିଥଲେ। ଉପ ଜିଲ୍ଲାପାଳ ମୃତକଙ୍କ ପରିବାର କୁ ରେଡକ୍ରସ ପାଣ୍ଠି ରୁ ଅନୁକମ୍ପା ରାଶି ପ୍ରଦାନ କରି ଖୁବ ଶୀଘ୍ର ରକ୍ତ ଭଣ୍ଡାର କାର୍ଯ୍ୟକ୍ଷମ ହେବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଭାଟିଫାସ ଗ୍ରାମରେ ନୂତନ ପ୍ରାଥମିକ ବିଦ୍ଯାଳୟ ଖୋଲିବା ପାଇଁ ଏକ ବୈଠକ ଅନୁଷ୍ଠିତ

Sunil Chandra Nayak

ଧର୍ମଗଡ ଏନଏସି ର ୧୪ ଗୋଟି ୱାର୍ଡ ରେ ସୋନ୍ଦର୍ଯ୍ୟ ଓ ଆଲୋକିକରଣ କାର୍ଯ୍ୟ ତ୍ଵରାନିତ୍ଵ

masiha

ରଚନା ସାହୁଙ୍କୁ ନ୍ୟାୟ ପାଇଁ ନିଜ ଜନ୍ମ ମାଟିରେ କେଣ୍ଡେଲ ରାଲି  

masiha

Leave a Comment

error: Content is protected !!