ଜନୈକ ମହିଳାଙ୍କ ମୋବାଇଲ ଚୋରୀ ସନ୍ଦେହ କରି ନିସ୍ତୁକ ମାଡ଼ରେ ଚିକିତ୍ସାଧୀନ ଅବସ୍ଥାରେ ଯୁବକ ମୃତ
ରାଇରଙ୍ଗପୁର- ୩/୧୧ ରାଇରଙ୍ଗପୁର ପୋଲିସ ଜିଲ୍ଲାର ବାଦାମପାହାଡଥାନା ଅନ୍ତର୍ଗତ କୁଦୁଲିବାଡି ବସ୍ତି ଅଞ୍ଚଳର ଜନୈକ ମହିଳାଙ୍କ ମୋବାଇଲ ଚୋରୀ ସନ୍ଦେହକୁ ଘେନି ଜନୈକ ଯୁବକକୁ ନିସ୍ତୁକ ମାଡ଼ ମାରି ଗୁରୁତର ଅବସ୍ଥାରେ ସୋମବାର ସନ୍ଧ୍ୟାରେ ରାଇରଙ୍ଗପୁର ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ଯୁବକର ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତ ଯୁବକର ହେଲେ ବାଦାମ ପାହାଡ଼ ଥାନା ଅଞ୍ଚଳର କଣ୍ଟାଶୋଲା ଗ୍ରାମର ବରଜୁ ଦେହୂରୀ । ସୂଚନାଯୋଗ୍ୟ ଗତ କିଛିଦିନ ତଳେ ଦୁଧିଝରଣ ଗ୍ରାମର କୁଦୁଲିସାହି ବସ୍ତି ଅଞ୍ଚଳର ଜନୈକ ମହିଳାଙ୍କ ମୋବାଇଲ ଚୋରୀ ମାମଲାରେ ବରଜୁ ଦେହୂରୀ ଚୋରୀ କରିଥିବା ସନ୍ଦେହ କରି ଶନିବାର ରାତି ୯ ଟା ପାଖାପାଖି ସମୟରେ ମହିଳାଙ୍କ କିଛି ସମ୍ପର୍କୀୟ ବାଦାମପାହାଡ଼ ଥାନା ଅଞ୍ଚଳର ଚାକରଡିହି ଗ୍ରାମ ଛକରେ ବରଜୁ ଅଟକାଇ ନିସ୍ତୁକ ମାଡ଼ ମାରିଥିଲେ ।ପରେ ଗୁରୁତର ଅବସ୍ଥାରେ ରାଇରଙ୍ଗପୁରହସ୍ପିଟାଲରେ ଚାକିତ୍ସାଧୀନ ଅବସ୍ଥାରେ ସୋମବାର ରାତିରେ ମୃତ୍ୟୁ ହୋଇଥିଲା । ଆଜି ମଙ୍ଗଳବାର ବାଦାମପାହାଡ଼ ପୋଲିସ ମୃତକକୁ ଉଦ୍ଧାର କରି ଏକ ମାମଲା କେଶ ନମ୍ଵର ୧୫୧/୨୬ ରୁଜୁ କରି ଶବ ବ୍ୟବଚ୍ଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରି ଘଟଣାର ତଦନ୍ତକୁ ଜୋରଦାର କରିଛି ।
ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ୱାଳ

