ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶୋଇ ବନାଞ୍ଚଳ ଅଧିନସ୍ଥ ସରଗଡା ସେକ୍ସନର କାର୍ଯ୍ୟରତ ବନପାଳ ଜୀତେନ୍ଦ୍ରନାଥ ଵେହେରାଙ୍କ ଦେହାନ୍ତ

ବିଶୋଇ ବନାଞ୍ଚଳ ଅଧିନସ୍ଥ ସରଗଡା ସେକ୍ସନର କାର୍ଯ୍ୟରତ ବନପାଳ ଜୀତେନ୍ଦ୍ରନାଥ ଵେହେରାଙ୍କ ଦେହାନ୍ତ

ରାଇରଙ୍ଗପୁର – ୩/୧୧ ରାଇରଙ୍ଗପୁର ବନଖଣ୍ଡ ଅନ୍ତର୍ଗତ ବିଶୋଇ ବନାଞ୍ଚଳ ଅଧିନସ୍ଥ ସରଗଡା ସେକ୍ସନ ର କାର୍ଯ୍ଯରତ ବନପାଳ ଜିତେନ୍ଦ୍ରନାଥ ବେହେରା(୫୧) ଙ୍କ ର ଆଜି ମଙ୍ଗଳବାର ସକାଳ ୭ ଟା ପାଖାପାଖି ସମୟରେ ଶରୀର ଅସୁସ୍ଥତା ଯୋଗୁଁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା ସେଠାରେଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଡିଏଫଓ ସୁଵ୍ରତ ପାତ୍ର , ଏସିଏଫ ପ୍ରଭାକର ମଲ୍ଲିକ,ଏସିଏଫ ମେଧା ସିହ୍ନା, ରାଇରଙ୍ଗପୁର ବନାଞ୍ଚଳ ଅଧିକାରୀ ନବକିଶୋର ନାୟକ,ମତଦାନ ବନାଞ୍ଚଳ ଅଧିକାରିଣୀ ରେଣୁବାଳା ବିଶ୍ବାଳ,ବାଦାମ ପାହାଡ଼ ବନାଞ୍ଚଳ ଅଧିକାରୀ ମାର୍ଶାଲ କିସ୍କୁ,ବିଶୋଇ ରେଞ୍ଜ ଇନ୍ଚାର୍ଜ ଯଶୋବନ୍ତ ମହାକୁଡ଼ ,ବନବିଭାଗ ବିଷୟ ଵିଶେଷଜ୍ଞ ତ୍ରିଲୋଚନ ରାୟ,ବିଜନ ବରାଳ,ତୁଫାନ ଖଡିରତ୍ନ ଏବଂ ଅନ୍ୟ ବନ କର୍ମଚାରୀ ପ୍ରମୁଖ ତାଙ୍କ ବାସ ଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ପୁଷ୍ପମାଲ୍ୟ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।ଜଣେ ସହକର୍ମୀକୁ ହରାଇ ବନ ବିଭାଗର ସମସ୍ତ କର୍ମଚାରୀ ଶୋକାବିଭୁତ ହୋଇପଡ଼ିଥିଲେ ।ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଭଗବାନଙ୍କ ପାଖରେ ପ୍ରାର୍ଥନା କରିବା ସହ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସାନ୍ତ୍ଵନା ଦେଇଥିଲେ ।ଶେଷକୃତ୍ୟ ସମ୍ପନ୍ନ ପାଇଁ ଡିଏଫଓ ପରିବାରବର୍ଗଙ୍କୁ ୧୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଥିଲେ । ସେ ଜଣେ କର୍ମଠ,ମେଳାପି,ଦରଦି , ସଦା ସର୍ବଦା ହସହସ ମୁହାଁ, ପରୋପକାରୀ,ସଂଗଠନପ୍ରିୟ ବ୍ୟକ୍ତି ଥିଲେ ।ତାଙ୍କ ଦେହାନ୍ତରେ ରାଇରଙ୍ଗପୁର ପୌରପାଳିକାର ଵାଇଦାପୋଷୀ ନିଜ ଗ୍ରାମରେ ଶୋକରେ ଛାୟା ଖେଳିଯାଇଛି ।ଵାଇଦାପୋଷୀ କ୍ରୀଡା ଓ ନୃତ୍ୟ ସଂଗଠନର ଜଣେ ଆଗଧାଡିର ସଦସ୍ୟ ଥିଲେ । ବାଇଦାପୋଷୀ କ୍ରୀଡା ସଂସଦ,ବାଇଦାପୋଷୀ ଲକ୍ଷ୍ମୀପୂଜା କମିଟି,ରାଇରଙ୍ଗପୁର ଵନଖଣ୍ଡର ଅଣଗେଜେଟେଡ ଵନସେଵାସଂଘ ,ପ୍ରାକ୍ତନ କଂଗ୍ରେସ ବିଧାୟକ ଶାମ ଚରଣ ହାଁସଦାଃ,ଓଷ୍ଟା ସଂଘନେତା ଦୁର୍ଯୋଧନ ବେହେରା ପ୍ରମୁଖ ଗଭୀର ଶୋକ ପ୍ରକାଶ ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।ରାଇରଙ୍ଗପୁର ସ୍ଵର୍ଗଦ୍ଵାର ରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ୱାଳ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ପ୍ରକଳ୍ପ ପରିଚାଳନା ୟୁନିଟ୍ ର ପ୍ରଥମ ବୈଠକ

Sunil Chandra Nayak

ରାଇରଙ୍ଗପୁର ଗୋଲେଇ ଛକ ଆଇସିଆଇ ବ୍ୟାଙ୍କ ନିକଟରେ ଅତ୍ୟାଧୁନିକ ଶୀତ ତାପ ନିୟନ୍ତ୍ରିତ ଡିଜିଟାଲ କମ୍ପ୍ୟୁଟର ସୋରୁମ୍ ଉଦ୍ଘାଟିତ 

masiha

ସମାଜ ସେବୀ ଲଳିତ ଯୋଶୀ ଙ୍କ ପରଲୋକ 

Sunil Chandra Nayak

Leave a Comment

error: Content is protected !!