ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଗୋଲେଇ ଛକ ଆଇସିଆଇ ବ୍ୟାଙ୍କ ନିକଟରେ ଅତ୍ୟାଧୁନିକ ଶୀତ ତାପ ନିୟନ୍ତ୍ରିତ ଡିଜିଟାଲ କମ୍ପ୍ୟୁଟର ସୋରୁମ୍ ଉଦ୍ଘାଟିତ 

ରାଇରଙ୍ଗପୁର ଗୋଲେଇ ଛକ ଆଇସିଆଇ ବ୍ୟାଙ୍କ ନିକଟରେ ଅତ୍ୟାଧୁନିକ ଶୀତ ତାପ ନିୟନ୍ତ୍ରିତ ଡିଜିଟାଲ କମ୍ପ୍ୟୁଟର ସୋରୁମ୍ ଉଦ୍ଘାଟିତ 

ମୟୂରଭଞ୍ଜ – ୨୦/୦୪ // ମୟୂରଭଞ୍ଜ ଜିଲ୍ଲାର ଦିତୀୟ ବୃହତ୍ତମ ସହର ହେଉଛି ରାଇରଙ୍ଗପୁର । ରାଇରଙ୍ଗପୁର ର ଜନସଂଖ୍ୟା ୬୦ ହଜାରରୁ ଉର୍ଦ୍ଧ୍ବ ।ଏହି ସହରରେ ବହୁ ସରକାରୀ, ବେସରକାରୀ, ବାଣିଜ୍ୟ ପ୍ରତିଷ୍ଠାନ, ବ୍ୟାଙ୍କ, ଶିକ୍ଷାନୁଷ୍ଠାନ ଅବସ୍ଥିତ । ବର୍ତମାନ ଡିଜିଟାଲ ଯୁଗ ଚାଲିଛି ।ଜନ୍ମରୁ ମଶାଣୀ ପର୍ଯ୍ୟନ୍ତ ସବୁଠି ଡିଜିଟାଲ ର ଆବଶ୍ୟକତା ରହିଛି । ତେଣୁ ସମସ୍ତଙ୍କୁ ଡିଜିଟାଲ ଶିକ୍ଷା ଆବଶ୍ୟକ ।ଡିଜିଟାଲ ଶିକ୍ଷା ପାଇଁ ଲାପଟପ୍,ପ୍ରିଣ୍ଟ,ଜେରସ୍କ , କମ୍ପ୍ୟୁଟର ସମେତ ଆବଶ୍ୟକୀୟ କମ୍ପ୍ୟୁଟର ସାମଗ୍ରୀ ବିଆବଶ୍ୟକତା ରହିଛି ।ଦ ଲୋକଙ୍କ ଆବଶ୍ଯକତା ଦେଖି ରାଇରଙ୍ଗପୁର ଗୋଲାଇ ଛକ ଆଇହସିଆଇ ବ୍ୟାଙ୍କ ସନ୍ନିକଟ ଏକ ଅତ୍ୟାଧୁନିକ ଶୀତ ତାପନିୟନ୍ତ୍ରିତ ଡିଜିଟାଲ କମ୍ପ୍ୟୁଟର ସେଣ୍ଟର୍ ସୋରୁମ୍ ଆଜି ରବିବାର ଦିନ ବିଶିଷ୍ଟ ଯୁବ ସମାଜସେବୀ ସଞ୍ଜିତା କୁମାର ସ୍ବାଇଁ ଏବଂ ତାଙ୍କ ସହଧର୍ମିଣୀ ମଧୁସ୍ମିତା ସ୍ଵାଇଁ ଙ୍କ କର କମଳରେ ଶୁଭ ଉଦ୍ଘାଟିତ ହୋଇଯାଇଛି ।ଏହି ଉଦ୍ଘାଟନ ସମୟରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସେକ ମୁସ୍ତାଫା ଅଲ୍ଲି ସେକ ସଵରାତି,ସେକ ଇରଫାନ୍ ହୁସେନ,ସେକ ଇନାୟତ୍ ହୁସେନ ପ୍ରମୁଖ ଉପସ୍ଥିତ ରହିଥିଲେ ।ସୋରୁମର ପ୍ରୋଫାଇଟର, ସେକ ଇନାୟତ୍ ହୁସେନ ସୂଚନା ଦେଇଥିଲେ ଏଠାରେ କମ୍ପ୍ୟୁଟର ଏବଂ ଲାପଟପ୍ ରିଲେଟେଡ ସମସ୍ତ ସାମଗ୍ରୀ ମିଳିବା ସବୁ ବଡ଼ ବଡ଼ ବ୍ରାଣ୍ଡର ସାମଗ୍ରୀ ମିଳିଯିବ ।ତଦସହ ଖରାପ ହେଲେ ମରାମତି ଦାୟିତ୍ଵ ମଧ୍ୟ ଉପଲବ୍ଧ ହେବ । ଏଠାରେ ସୁଲଭ ଓ ଉଚିତ ଜିନିଷ ସମସ୍ତ ଗ୍ରାହକଙ୍କୁ ଦିଆଯିବ । ତେଣୁ ରାଇରଙ୍ଗପୁର ବାସୀ ଥରେ ମାତ୍ର ତାଙ୍କ ଦୋକାନରେ ପାଦ ପକାଇ ସବୁକିଛି ଦୋକାନର ହାଲଚାଲ ବୁଝି ଯିବାପାଇଁ ଅନୁରୋଧ କରିଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ପଶ୍ଚିମ ଓଡିଶା ବିକାଶ ପରିଷଦର ବିଶେଷଜ୍ଞ ସଦସ୍ୟ ଅବିନାଶ ଠାକୁର ଙ୍କ ଶୈବ ପୀଠ ପରିଦର୍ଶନ

masiha

କଳାହାଣ୍ଡି ଜିଲ୍ଲାରେ ମାଗଣା ସିଭିଲ୍ ସର୍ଭିସେସ୍ କୋଚିଂ ‘ମିଶନ୍ ଆକାଂକ୍ଷା’ ର ଶୁଭାରମ୍ଭ 

Sunil Chandra Nayak

ଜୟପାଟଣା: ଦୁର୍ଦ୍ଦିନରେ ପରିବା ଚାଷୀ , ଶୀତଳ ଭଣ୍ଡାର ପାଇଁ ଦାବି

Sunil Chandra Nayak

Leave a Comment

error: Content is protected !!