ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନଦୀରେ ବୁଡ଼ି ଶିଶୁପୁତ୍ରର ସଲିଳ ସମାଧି 

ନଦୀରେ ବୁଡ଼ି ଶିଶୁପୁତ୍ରର ସଲିଳ ସମାଧି 

 ମୟୂରଭଞ୍ଜ – ୨୦/୦୪ // ମୟୂରଭଞ୍ଜ ଜିଲ୍ଲାର ବହଳଦା ବ୍ଳକର ଅସନା ଗ୍ରାମପଞ୍ଚାୟତ ର ଚହଲାପଦା ଗ୍ରାମର ଜନୈକ ଶିଶୁ ନଦୀରେ ବୁଡ଼ି ମୃତ୍ୟୁ ବରଣ କରିଥିବା ଏକ ଅଭାବନୀୟ ଦୁଃଖଦ ଘଟଣା ଘଟିଯାଇଛି । ସୂଚନାଯୋଗ୍ୟ ଚହଲାପଦା ଗ୍ରାମର ତୁରାମ ସଦର ଅଭଉଣୀ ସହିତ ତାଙ୍କ ଶିଶୁ ପୁତ୍ର ଘର ପାଖରେ ବୋହି ଯାଇଥିବା ଚହଲାପଦା ନଦୀକୁ ଅପରାହ୍ନ ୩ ଟା ପାଖାପାଖି ସମୟରେ ଯାଇଥିଲେ । ସେଠାରେ ତୁରାମର ଭଉଣୀ ପୁତୁରାକୁ ନଦୀ ମୋଟରେ ଅଳ୍ପ ଦୂର ଶୌଚ ପାଇଁ ଯାଇଥିବାବେଳେ ଶିଶୁପୁତ୍ର ରିତିକ ସୟ ନଦୀ ପାଣିରେ ଖେଳୁ ଖେଳୁ ନଦୀ ଭିତରକୁ ଖସି ପାଣିରେ ବୁଡି ଯାଇଥିଲା ।ତୁରାମର ଭଉଣୀ ଆସି ରିତିକ ଖୋଜାଖୋଜି କରେ ଗାଁ ଓ ଘର ଲୋକଙ୍କୁ ଲୋକକୁ ଖବର ଦେଇଥିଲେ । ସମସ୍ତେ ଖୋଜାଖୋଜି ପରେ ନଦୀରେ ପାଇଥିଲେ ।ପରେ ମୃତକକୁ ଉଦ୍ଧାର କରି ରାଇରଙ୍ଗପୁର ଡାକ୍ତରଖାନା ଆଣିଥିଲେ । ଡାକ୍ତର ମୃତ ଘୋଷଣା କରିଥିଲେ। ରବିବାର ଦିନ ଵହଳଦା ପୋଲିସ ଏକ ଅପମୃତ୍ୟୁ ମାମଲା କେଶ ନମ୍ବର ୫ ରୁଜୁ କରି ଶବ ବ୍ୟବଚ୍ଛେଦ କରାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି । ଶିଶୁପୁତ୍ର କୁ ହରାଇ ଜ୍ଞାତି ପରିଜନଦୁଃଖରେ ଭାଙ୍ଗି ପଡିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ରୁଙ୍ଗଟା ପକ୍ଷରୁ ଆୟୋଜନ ହେଲା ମାଗଣା ସ୍ୱାସ୍ଥ୍ୟ ଶିବିର ଓ ଚକ୍ଷୁ ସେବା

masiha

ସ୍ଥାୟୀ ନିଯୁକ୍ତି ପାଇଁ ବିଭାଗୀୟ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

masiha

ରାଇରଙ୍ଗପୁର ସରକାରୀ ଉଚ୍ଚ ବିଦ୍ୟାଳୟର ଗୌରବ ଆଣିଛନ୍ତି ଶିବା ମାର୍ଣ୍ଡି

masiha

Leave a Comment

error: Content is protected !!