ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାସନ୍ତୀ ପାଠାଗାରର ୨୦୨୫ – ୨୦୨୭ ପାଇଁ କର୍ମକର୍ତ୍ତା ନିର୍ବାଚିତ

ବାସନ୍ତୀ ପାଠାଗାରର ୨୦୨୫ – ୨୦୨୭ ପାଇଁ କର୍ମକର୍ତ୍ତା ନିର୍ବାଚିତ

ରାଉରକେଲା ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାରର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି |ପାଠାଗାରର ସଭାପତି ଡ଼. ଶକ୍ତି ପ୍ରସାଦ ସାମନ୍ତରାୟଙ୍କ ଅଧ୍ୟକ୍ଷତା ଓ ଉପସଭାପତି ବିଭୁଦତ୍ତ ବେହେରାଙ୍କ ସଂଯୋଜନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଭାପତି ସ୍ୱାଗତ ଭାଷଣ ଦେବା ପରେ ସାଧାରଣ ସମ୍ପାଦକ ଅଜୟ କୁମାର ପ୍ରଧାନ ବାର୍ଷିକ ବିବରଣୀ ପାଠ କରିଥିଲେ |କୋଷାଧକ୍ଷ ପ୍ରକାଶ ଚନ୍ଦ୍ର ପାଢ଼ୀ ଆୟ ବ୍ୟୟର ହିସାବ ବୈଠକରେ ପାଠ କରିଥିଲେ | ପରେ ପରେ ପାଠାଗାରର ଉର୍ନତିକଳ୍ପେ ଉପସ୍ଥିତ ସଭ୍ୟମାନେ ନିଜ ନିଜର ସୁଚିନ୍ତିତ ମତାମତ ରଖିଥିଲେ |ଶେଷରେ ଆସନ୍ତା ଦୁଇ (୨୦୨୫ – ୨୦୨୭) ବର୍ଷ ପାଇଁ କର୍ମକର୍ତ୍ତା ଚୟନ କରାଯାଇଥିଲା| ପାଠାଗାରର ପ୍ରତିଷ୍ଠାତା ସଭ୍ୟ ଶ୍ରୀଯୁକ୍ତ ବିଜୟ କୁମାର ବରାଳ ପର୍ଯ୍ୟବେକ୍ଷକ ଭାବରେ ରହି ଚୟନ ପ୍ରକ୍ରିୟାକୁ ସୁଚାରୁରୂପେ ପରିଚାଳନା କରିଥିଲେ | ସର୍ବସମ୍ମତି କ୍ରମେ ନିମ୍ନଲିଖିତ ସଭ୍ୟମାନଙ୍କୁ ବିଭିନ୍ନ ପଦପଦବୀରେ ରହିବା ପାଇଁ ଘୋଷଣା କରିବା ସଙ୍ଗେ ସଙ୍ଗେ ପର୍ଯ୍ୟବେକ୍ଷକ ନବନିର୍ବାଚିତ ସମସ୍ତ ସଭ୍ୟଙ୍କୁ ଏକା ସଙ୍ଗେ ଶପଥ ପାଠ କରାଇଥିଲେ | ନୂତନ କର୍ମକର୍ତ୍ତମାନେ ହେଲେ :-

ଶ୍ରୀଯୁକ୍ତ ପ୍ରସନ୍ନ କୁମାର ସାବତ – ସଭାପତି, ସୁବାସ ଚନ୍ଦ୍ର ମହାପାତ୍ର – କାର୍ଯ୍ୟକାରୀ ସଭାପତି, ଅଜୟ କୁମାର ପ୍ରଧାନ – ଉପସଭାପତି, ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ – ସାଧାରଣ ସମ୍ପାଦକ, ପ୍ରକାଶ ଚନ୍ଦ୍ର ପାଢ଼ୀ – ସହ ସମ୍ପାଦକ,ସଞ୍ଜୟ କୁମାର ମିଶ୍ର – କୋଷାଧକ୍ଷ, ବିଭୁଦତ୍ତ ବେହେରା -ସମ୍ପାଦକ (ଗ୍ରନ୍ଥାଗାର), ଶ୍ରୀକାନ୍ତ ପାଣିଗ୍ରାହୀ -ସହ ସମ୍ପାଦକ (ଗ୍ରନ୍ଥାଗାର), ଅରବିନ୍ଦ ପାତ୍ର -ସମ୍ପାଦକ (କ୍ରୀଡା), ଶ୍ରୀମତୀ କବିତା ଦାଶ -ସାଂସ୍କୃତିକ ସମ୍ପାଦିକା |କାର୍ଯ୍ୟକାରୀ ସଭ୍ୟ ଶରତ ଚନ୍ଦ୍ର ରାଉତ, ବସନ୍ତ କୁମାର ମହାରଣା, ସୁଭାଷିନୀ ସାହୁ, ସରୋଜ କୁମାର ପାତ୍ର, କିଶୋରୀ ମୋହନ କର, ନାରାୟଣ ଖଣ୍ଡେଲୱାଲ, ବିକାଶ ବାନେର୍ଜୀ, ସଂଗ୍ରାମପ୍ରିୟ ତନ୍ତୀ | ଉପଦେଷ୍ଟା ଡ଼. ଶକ୍ତି ପ୍ରସାଦ ସାମାନ୍ତରାୟ, ଶରତ କୁମାର ସ୍ୱାଇଁ, ବିଜୟ କୁମାର ବରାଳ, କୁଳମଣି ଦାସ, ହରିହର ଶତପଥୀ, ଗଦାଧର ରଥ, ଡ଼.ସନାତନ ପ୍ରଧାନ, ଚିତ୍ତରଞ୍ଜନ ଦାଶ | ଶେଷରେ ପ୍ରସନ୍ନ କୁମାର ସାବତ ଧନ୍ୟବାଦ ଅର୍ପଣ କରିଥିଲେ| 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପରିବାରର ଆର୍ଥିକ ଅନଟନ, ଗରିବୀ ତାକୁ ସଜାଉଛି ଦାଦନ ପୁଣି ଦାଦନ ଯାଇ ଗୁରୁତର ହୋଇ ଘରକୁ ଫେରିଲେ ଦୁଷ୍ମନ୍ତ

masiha

ଶିକ୍ଷୟତ୍ରୀଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

Sunil Chandra Nayak

ମୁମ୍ବାଇ ଓ ଜୁହାର ଫାଉଣ୍ଡେସନ ପକ୍ଷରୁ ,ଧୂମଧାମରେ ପାଳନ ହେଲା ପୁଷପୁନ

masiha

Leave a Comment

error: Content is protected !!