ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମାଜ ସେବୀ ଇଂଜିନିୟର ଅଲେଖ ଚନ୍ଦ୍ର ପଲାଇଙ୍କ ବିୟୋଗରେ ଶୋକ

ସମାଜ ସେବୀ ଇଂଜିନିୟର ଅଲେଖ ଚନ୍ଦ୍ର ପଲାଇଙ୍କ ବିୟୋଗରେ ଶୋକ

ରାଉରକେଲା,  ବାସୁଦେବପୁର ଜନ କଲ୍ୟାଣ ପରିଷଦର ବୟୋଜ୍ୟେଷ୍ଠ ସଦସ୍ୟ ତଥା ଉପଦେଷ୍ଟା ଅଲେଖ ଚନ୍ଦ୍ର ପଲାଇ ମେ’ ମାସ ୩୧ ତାରିଖ ଦିନ ଇହଲୀଳା ସମ୍ବରଣ କରିଛନ୍ତି। 

୧୯୪୫ ମସିହା ଅକ୍ଟୋବର ୨ ତାରିଖରେ ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକ୍, ଏଡ଼ତାଳ ଗ୍ରାମରେ ଜନ୍ମଗ୍ରହଣ କରିଥିବା ସ୍ବର୍ଗତ ପଲାଇ ପିଲାଟି ଦିନରୁ ଜଣେ ଅତ୍ୟନ୍ତ ମେଧାବୀ ଛାତ୍ର ଥିଲେ। ସେ ଉଭୟ ମେଟ୍ରିକ୍ (ବାଗୁରାଇ ହାଇସ୍କୁଲ) ଏବଂ ଇଣ୍ଟରମିଡିଏଟ(ରେଭେନ୍ସା କଲେଜ)ରେ ବେଷ୍ଟ ଟେନ୍ଥରେ ସ୍ଥାନ ପାଇଥିଲେ। ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟରୁ କୃତିତ୍ଵର ସହ ବିଟେକ୍ ପାସ୍ କରିବାପରେ ସେ ବରଗଡ଼ ସ୍ଥିତ ସିମେଣ୍ଟ କାରଖାନାରେ ଏକ୍ଜିକ୍ୟୁଟିଭ୍ ଡାଇରେକ୍ଟର, ଯାଜପୁର ସ୍ଥିତ ଫେରୋକ୍ରୋମ୍ ପ୍ଲାଣ୍ଟ୍ ରେ ମେନେଜିଂ ଡାଇରେକ୍ଟର, ବିରମିତ୍ରପୁର ସ୍ଥିତ ବାର୍ଡ ଗୃପ୍ ଅଫ୍ କମ୍ପାନିର ଏକ୍ଜିକ୍ୟୁଟିଭ୍ ଡାଇରେକ୍ଟର, ସୁନ୍ଦରଗଡ଼ର ଚେରିଅଟ୍ ସିମେଣ୍ଟ କମ୍ପାନୀର ସଭାପତି ଭାବେ କାର୍ଯ୍ୟ କରି ଅବସର ପରେ ରାଉରକେଲାର ବାସନ୍ତୀ କଲୋନୀ ସ୍ଥିତ ନିଜ ଘରେ ରହୁଥିଲେ। ରାଉରକେଲାରେ ସେ ‘ବାସୁଦେବପୁର ଜନ କଲ୍ୟାଣ ପରିଷଦ’, ବ୍ରହ୍ମ କୁମାରୀ ସଙ୍ଗଠନ ସହ ଅନ୍ୟାନ୍ୟ ବହୁ ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ସହ ଜଡ଼ିତ ରହି ସମାଜ ସେବାରେ ବ୍ରତୀ ଥିଲେ। ତାଙ୍କର ଏକମାତ୍ର ପୁତ୍ର ଆମେରିକାରେ ରହୁଥିବା ବେଳେ, ଏକମାତ୍ର କନ୍ୟା ପଣ୍ଡିଚେରୀ ସ୍ଥିତ JIPMERରେ ଜଣେ ବିଶେଷଜ୍ଞ ଡାକ୍ତର ଭାବେ କାର୍ଯ୍ୟରତ। ମୃତ୍ୟୁ ବେଳକୁ ସ୍ବର୍ଗତ ପଲାଇ ସସ୍ତ୍ରୀକ ପଣ୍ଡିଚେରୀରେ ନିଜ ଝିଅଙ୍କ ପାଖରେ ରହି ଚିକିତ୍ସିତ ହେଉଥିଲେ।

ତାଙ୍କ ତିରୋଧାନରେ ‘ବାସୁଦେବପୁର ଜନ କଲ୍ୟାଣ ପରିଷଦ’ ତରଫରୁ ଏକ ଶୋକ ସଭାରେ ଗଭୀର ଶ୍ରଦ୍ଧାଂଜଳି ଅର୍ପଣ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରାଯାଇଛି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ 

Related posts

ଅର୍ଜୁନ କେଣ୍ଡ୍ରୁକା ଙ୍କ ଶ୍ରାଦ୍ଧ ଦିବସ ପାଳନ

Sunil Chandra Nayak

୪୨ ମୌଜାରେ ପ୍ରସ୍ତାବିତ ଦମକଳ କେନ୍ଦ୍ର ଖୋଲାଯିବା ନେଇ ବିଳମ୍ବ 

masiha

କଳିକା କେନ୍ଦ୍ରର ତ୍ରିଦିବସୀୟ କର୍ମୀ ସମ୍ମିଳନୀ

Sunil Chandra Nayak

Leave a Comment

error: Content is protected !!