ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମାଜ ସେବୀ ଇଂଜିନିୟର ଅଲେଖ ଚନ୍ଦ୍ର ପଲାଇଙ୍କ ବିୟୋଗରେ ଶୋକ

ସମାଜ ସେବୀ ଇଂଜିନିୟର ଅଲେଖ ଚନ୍ଦ୍ର ପଲାଇଙ୍କ ବିୟୋଗରେ ଶୋକ

ରାଉରକେଲା,  ବାସୁଦେବପୁର ଜନ କଲ୍ୟାଣ ପରିଷଦର ବୟୋଜ୍ୟେଷ୍ଠ ସଦସ୍ୟ ତଥା ଉପଦେଷ୍ଟା ଅଲେଖ ଚନ୍ଦ୍ର ପଲାଇ ମେ’ ମାସ ୩୧ ତାରିଖ ଦିନ ଇହଲୀଳା ସମ୍ବରଣ କରିଛନ୍ତି। 

୧୯୪୫ ମସିହା ଅକ୍ଟୋବର ୨ ତାରିଖରେ ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକ୍, ଏଡ଼ତାଳ ଗ୍ରାମରେ ଜନ୍ମଗ୍ରହଣ କରିଥିବା ସ୍ବର୍ଗତ ପଲାଇ ପିଲାଟି ଦିନରୁ ଜଣେ ଅତ୍ୟନ୍ତ ମେଧାବୀ ଛାତ୍ର ଥିଲେ। ସେ ଉଭୟ ମେଟ୍ରିକ୍ (ବାଗୁରାଇ ହାଇସ୍କୁଲ) ଏବଂ ଇଣ୍ଟରମିଡିଏଟ(ରେଭେନ୍ସା କଲେଜ)ରେ ବେଷ୍ଟ ଟେନ୍ଥରେ ସ୍ଥାନ ପାଇଥିଲେ। ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟରୁ କୃତିତ୍ଵର ସହ ବିଟେକ୍ ପାସ୍ କରିବାପରେ ସେ ବରଗଡ଼ ସ୍ଥିତ ସିମେଣ୍ଟ କାରଖାନାରେ ଏକ୍ଜିକ୍ୟୁଟିଭ୍ ଡାଇରେକ୍ଟର, ଯାଜପୁର ସ୍ଥିତ ଫେରୋକ୍ରୋମ୍ ପ୍ଲାଣ୍ଟ୍ ରେ ମେନେଜିଂ ଡାଇରେକ୍ଟର, ବିରମିତ୍ରପୁର ସ୍ଥିତ ବାର୍ଡ ଗୃପ୍ ଅଫ୍ କମ୍ପାନିର ଏକ୍ଜିକ୍ୟୁଟିଭ୍ ଡାଇରେକ୍ଟର, ସୁନ୍ଦରଗଡ଼ର ଚେରିଅଟ୍ ସିମେଣ୍ଟ କମ୍ପାନୀର ସଭାପତି ଭାବେ କାର୍ଯ୍ୟ କରି ଅବସର ପରେ ରାଉରକେଲାର ବାସନ୍ତୀ କଲୋନୀ ସ୍ଥିତ ନିଜ ଘରେ ରହୁଥିଲେ। ରାଉରକେଲାରେ ସେ ‘ବାସୁଦେବପୁର ଜନ କଲ୍ୟାଣ ପରିଷଦ’, ବ୍ରହ୍ମ କୁମାରୀ ସଙ୍ଗଠନ ସହ ଅନ୍ୟାନ୍ୟ ବହୁ ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ସହ ଜଡ଼ିତ ରହି ସମାଜ ସେବାରେ ବ୍ରତୀ ଥିଲେ। ତାଙ୍କର ଏକମାତ୍ର ପୁତ୍ର ଆମେରିକାରେ ରହୁଥିବା ବେଳେ, ଏକମାତ୍ର କନ୍ୟା ପଣ୍ଡିଚେରୀ ସ୍ଥିତ JIPMERରେ ଜଣେ ବିଶେଷଜ୍ଞ ଡାକ୍ତର ଭାବେ କାର୍ଯ୍ୟରତ। ମୃତ୍ୟୁ ବେଳକୁ ସ୍ବର୍ଗତ ପଲାଇ ସସ୍ତ୍ରୀକ ପଣ୍ଡିଚେରୀରେ ନିଜ ଝିଅଙ୍କ ପାଖରେ ରହି ଚିକିତ୍ସିତ ହେଉଥିଲେ।

ତାଙ୍କ ତିରୋଧାନରେ ‘ବାସୁଦେବପୁର ଜନ କଲ୍ୟାଣ ପରିଷଦ’ ତରଫରୁ ଏକ ଶୋକ ସଭାରେ ଗଭୀର ଶ୍ରଦ୍ଧାଂଜଳି ଅର୍ପଣ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରାଯାଇଛି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ 

Related posts

ଏସଆଇଆର କାର୍ଯ୍ୟ ତଦାରଖ ; ବିଧାୟକଙ୍କୁ ଫର୍ମ ବାଣ୍ଟିଲେ ଉପଜିଲ୍ଲାପାଳ 

ପୂର୍ବତନ ବିଧାୟକ ଦେବୀପ୍ରସନ୍ନ ଚନ୍ଦ ଓ ରାଜୀବ କୁମାର ପରିଡ଼ାଙ୍କୁ ପିସିସି କମିଟିରେ ନୂତନ ନିଯୁକ୍ତି ପାଇଁ ଜଳେଶ୍ୱର କଂଗ୍ରେସର ଅଭିନନ୍ଦନ ଓ ସମ୍ବର୍ଦ୍ଧନା

Sunil Chandra Nayak

ରାଇରଙ୍ଗପୁର ତହସିଲ ପକ୍ଷରୁ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବେଲ ସର୍ବତ ବଣ୍ଟନ 

masiha

Leave a Comment

error: Content is protected !!