ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ଥାୟୀ ମନ୍ଦିର ପରିଚାଳନା କମିଟି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ

ସ୍ଥାୟୀ ମନ୍ଦିର ପରିଚାଳନା କମିଟି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ

ରାଉରକେଲା : ରାଉରକେଲା ସାରନଗରୀ, ସେକ୍ଟର ୨୨ର ଶ୍ରୀ ଜଗନ୍ନାଥ ମନ୍ଦିର ଓ ଶ୍ରୀ ଗୁଣ୍ଡିଚା ମନ୍ଦିର ର ଏକ ନୂତନ ପରିଚାଳନା କମିଟି ଗଠନ ପାଇଁ ସୁନ୍ଦରଗଡ ଜିଲ୍ଲାପାଳ ଙ୍କ ନିକଟରେ ଆବେଦନ କରାଯାଇଥିଲା। ସେଥିପାଇଁ ଗତ ୧ ତାରିଖ ଦିନ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ପାନପୋଷ ଉପଜିଲ୍ଲାପାଳ ଙ୍କ ଆବାହକତ୍ଵରେ ଏକ ବୈଠକ ଆହୁତ ହୋଇଥିଲା। ତେବେ ଏହି ବୈଠକରେ ବରିଷ୍ଠ ଆଧ୍ୟାତ୍ମିକବାଦୀ ଜନସାଧାରଣଙ୍କୁ ସାମିଲ ନକରି ସେହି ପୁରୁଣା କମିଟି ହାତରେ ଦାୟିତ୍ଵ ଅର୍ପଣ କରିବାରୁ ବରିଷ୍ଠ ନାଗରିକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। କାରଣ ମନ୍ଦିର ଗୁଡ଼ିକରେ ନୀତି କାନ୍ତି ଠିକଭାବେ ପାଳନ ନହେବା, ଆଧ୍ୟାତ୍ମିକ ପରିବେଶକୁ ନଷ୍ଟ କରିବା ନେଇ ପୂର୍ବରୁ ଅଭିଯୋଗ ହୋଇଆସୁଥିଲା। ଏପରି ସ୍ଥଳେ ପୁନର୍ବାର ସେହି କମିଟି ହାତରେ ଦାୟିତ୍ଵ ଦେବାରୁ ଅସନ୍ତୋଷ ଦେଖାଦେଇଥିଲା। ଏହି ପରିପ୍ରେକ୍ଷୀରେ ଅଞ୍ଚଳର ବରିଷ୍ଠ ସମାଜସେବୀ ପତିତପାବନ ରାୟ ଙ୍କ ନେତୃତ୍ବରେ ଆଧ୍ୟାତ୍ମିକବାଦୀ ମାନେ ଏହି ସମ୍ପର୍କରେ ଓ ଆଗାମୀ ଘୋଷଯାତ୍ରା ପାଇଁ ଏକ ସାର୍ବଜନୀନ ଖୋଲା ବୈଠକରେ ସ୍ଥାୟୀ କମିଟି ଗଠନ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଆବେଦନ କରିଛନ୍ତି। ଆବେଦନ ପତ୍ରରେ ଯେଉଁ ମାନଙ୍କ ନାମରେ ମନ୍ଦିର ପରିସରର ଆଧ୍ୟାତ୍ମିକ ପରିବେଶକୁ ନଷ୍ଟ ଭ୍ରଷ୍ଟ କରି, ମଦ୍ୟପାନ କରି ବ୍ୟବସାୟୀକରଣ ଓ ରାଜନୀତି କରଣ କରିବା ପାଇଁ ଅପସଂସ୍କୃତି କାର୍ଯ୍ୟକ୍ରମ କରୁଥିଲେ ତାଙ୍କ ନାମରେ କେଶ ୧୦୭ ଧାରା ଲଗାଯାଇଛି, ସେହିମାନଙ୍କୁ ପୁନର୍ବାର ବୈଠକରେ ପ୍ରାଧାନ୍ୟ ଦେଇ ଆଲୋଚନା ନକରି,ଭୋଟ କରିବା ପାଇଁ ହାତଟେକା ଅସ୍ଥାୟୀ କମିଟି ଗଠନ କରିବାକୁ ପ୍ରୟାସ କରିଥିଲେ। କିନ୍ତୁ ଏ ଯେଉଁ ଧାରାରେ ବୈଠକ ହେଲା,ତାକୁ ଅନେକ ବରିଷ୍ଠ ତଥା ଆଧ୍ୟାତ୍ମିକ ପ୍ରେମୀ ଜନସାଧାରଣଙ୍କ ଦ୍ବାରା ପ୍ରବଳ ବିରୋଧର ସମ୍ମୁଖୀନ ହୋଇଥିଲା ଏବଂ ଦାବି କରିଥିଲେ ଯେ ମାଇକ ମାଧ୍ୟମରେ ସମ୍ପୁର୍ଣ୍ଣ ଦକ୍ଷିଣ ରାଉରକେଲାର ଭକ୍ତ ସମୁହକୁ ଅବଗତ କରିବା ସଙ୍ଗେ ସଙ୍ଗେ ଏକ ସାଧାରଣ ସ୍ଥାନରେ ପୁନର୍ବାର ବୈଠକ ଅନୁଷ୍ଠିତ କରି ଏଭଳି ଅଗଣତାନ୍ତ୍ରିକ, ଅସାମ୍ବିଧାନିକ ଉପାୟରେ ଗଠନ କରାଯାଇଥିବା କମିଟିକୁ ଅସିଦ୍ଧ ଘୋଷଣା କରି, ଲୋକପ୍ରିୟ ଜିଲ୍ଲାପାଳ ଉପସ୍ଥିତ ରହି ଏକ ମୁକ୍ତ ଓ ନିରପେକ୍ଷ କମିଟି ଗଠନ କରି ପବିତ୍ର ରଥଯାତ୍ରା କାର୍ଯ୍ୟକ୍ରମ କୁ ସୁରୁଖୁରୁରେ ସମ୍ପର୍ନ୍ନ କରିବା ପାଇଁ ସର୍ବଶ୍ରୀ ସମାଜସେବୀ ପତିତପାବନ ରାୟ, ଅନିଲ କୁମାର ଗୁପ୍ତା, ରାଜେନ୍ଦ୍ର କୁମାର ସାହୁ, କରୁଣାକର ସାହୁ,ରାକେଶ କୁମାର ଅଗ୍ରୱାଲ ,ନିରଞ୍ଜନ ରାଉଳ, ସୁବାସ ଚନ୍ଦ୍ର ଶର୍ମା,ରାକେଶ କୁମାର ମୋଦୀ, ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଧାନ ସେବକ ସ୍ମୃତିରଞ୍ଜନ ମିଶ୍ର ପ୍ରମୁଖ ଆବେଦନ କରିଛନ୍ତି। ଏହି ପତ୍ରର ନକଲ ଆଇନ ମନ୍ତ୍ରୀ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ,ରଘୁନାଥପାଲି ବିଧାୟକ, ସୁନ୍ଦରଗଡ ଜିଲ୍ଲାପାଳ, ପାନପୋଷ ଉପଜିଲ୍ଲାପାଳ,ଆରକ୍ଷୀ ଅଧିକ୍ଷକ, ରାଉରକେଲା ଙ୍କୁ ଅବଗତ କରାଯାଇଛି ବୋଲି ଶ୍ରୀ ରାୟ ଜଣାଇଛନ୍ତି। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କବିତା ସଂକଳନ ” ଅପରୂପା ” ଲୋକାର୍ପଣ

masiha

ବି.ବି. ହାଇସ୍କୁଲ,ଢେଙ୍କାନାଳରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୬ ତମ ଜୟନ୍ତୀ ଉତ୍ସବ -୨୦୨୪ ପଞ୍ଚାୟତିରାଜ ତଥା ଲୋକସେବା ଦିବସ ଭାବରେ ପାଳିତ

masiha

ଉଠୋ ଜାଗୋ ମହୋତ୍ସବ ଯୁବଯାତ୍ରା

Sunil Chandra Nayak

Leave a Comment

error: Content is protected !!