ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ପିସିଏମ ଭବନ ପରିସରରେ ଭଂଜସେନାର ମିଶ୍ରଣ ପର୍ବ

 ମୟୂରଭଞ୍ଜ – ( ମସିହା) ମୟୂରଭଞ୍ଜ ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ଜାରି ରଖିଥିବା ଅଣରାଜନୈତିକ ସଂଗଠନ’ଭଂଜସେନା’ ପ୍ରତି ଆକୃଷ୍ଟ ହୋଇ ବହୁ ଆଦିବାସୀ ଯୁବକ ଓ ସଂଖ୍ୟା ଲଘୁ ଯୁବକ ଭଂଜସେନାରେ ଯୋଗ ଦେଇଛନ୍ତି । ଭଞ୍ଜସେନା ଅଧକ୍ଷ ଶୁଭେନ୍ଦୁ ମହାନ୍ତି, ଜିଲ୍ଲା ସଭାପତି ପିଣ୍ଟୁ ମାଈତି, ଆଦିବାସୀ ଶାଖା ସଭାପତି ବାଜୁନ ହାଁସଦା, ଜିଲ୍ଲା ଯୁବ ଶାଖା ସଭାପତି ସୌମ୍ୟରଞ୍ଜନ ମିଶ୍ର,ଜିଲ୍ଲା ଉପସଭାପତି ରାକେଶ ମହାନ୍ତି,ଜିଲ୍ଲା ଯୁବ ଶାଖା କାର୍ଯ୍ୟକାରୀ ସଭାପତି ସାଦନା ସର୍ଦାର, ବାମନଘାଟି ଉପଖଣ୍ଡ ସଭାପତି ଇଂ ରମଜାନ ବେଗ ଓ ରାଇରଙ୍ଗପୁର ସହର ଛାତ୍ର ଶାଖା ସଭାପତି ଶିବରାଜ ମହାନ୍ତି ପ୍ରମୁଖଙ୍କ ଉପସ୍ଥିତିରେ ଆଜି ରାଇରଙ୍ଗପୁର ସହରରେ ଥିବା ପିସିଏମ କଲ୍ୟାଣମଣ୍ଡପ ଠାରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା ଏବଂ ଉକ୍ତ ମିଶ୍ରଣ ପର୍ବରେ ଯୁବ ସଂଗଠକ ସୁନ୍ଦର ମୋହନ ଟୁଡୁଙ୍କ ନେତୃତ୍ୱରେ ଆକାଶ ମୁଣ୍ଡା,ଚନ୍ଦନ ବାସ୍କେ, ଖୀଧୁ ମାରାଣ୍ଡି, ଭାଗବତ ହେମ୍ବ୍ରମ, ରାମଚନ୍ଦ୍ର ମାରାଣ୍ଡି, ମୋହନଲାଲ ହେମ୍ବ୍ରମ, ମାନସ ମୁର୍ମୁ, ବିଘ୍ନେଶ୍ୱର ବାସ୍କେ, ଫାଗୁ ଟୁଡୁ, ଅନ୍ତୁ ମୁର୍ମୁ, ସୁନାରାମ ମାଝୀ, ପୂର୍ବତନ ସମିତି ସଭ୍ୟ (ବଡ଼ପାଲସା ଜିପି) ଗୋବିନ୍ଦ ମୁର୍ମୁ ଙ୍କ ସହିତ ଜାମଦା ବ୍ଲକ ବିଜେଡି ଆଇ ଟି ସେଲ ବ୍ଲକ ସଂଯୋଜକ ଅଭିମନ୍ୟୁ ସାହୁ, ଓ ଦୁର୍ଗା ସର୍ଦାର, ଦୁନ୍ଦୁ ଗ୍ରାମ ପଞ୍ଚାୟତର ନାଏବ ସରପଞ୍ଚ ଏମ. ଡି. ୱାଜିଦ, ଏମ ଡି ସୁଲେମାନ ପ୍ରମୁଖଙ୍କ ସହିତ ଶତାଧିକ ଯୁବ ସଂଗଠକମାନେ ଆଜିଉ ବିଧିବଦ୍ଧ ଭାବରେ ଭଞ୍ଜସେନା ରେ ସାମିଲ ହୋଇଥିଲେ

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଲୋକଙ୍କ ଭୁଲ ଯୋଗୁଁ ବିଦ୍ୟୁତ୍ ବିଭାଗ ନାକେଦମ୍ : ୬ ଘଣ୍ଟା ହେଲା ବିଶ୍ବନାଥପୁର ଅଞ୍ଚଳରେ ବିଜୁଳି ଗୁଲ୍

ଉଦୟ ପ୍ରତାପ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

Sunil Chandra Nayak

କୃପାସିନ୍ଧୁ ସାଂସ୍କୃତିକ ପରିଷଦ ର ୮୬ ତମ ବାର୍ଷିକ ଉତ୍ସବ ସହିତ ଦୋଳ ପୂର୍ଣ୍ଣିମା ପାଳିତ 

masiha

Leave a Comment

error: Content is protected !!