ପୋଲିସ ମହା ନିର୍ଦ୍ଧେଶକ ୱାଇ ବି ଖୁରାନା ଙ୍କ ନୂଆପଡ଼ା ଗସ୍ତ, ସାମ୍ବାଦିକ ସମ୍ମିଳନୀ
ନୂଆପଡା,ନୂଆପଡ଼ା ଜିଲ୍ଲାର ୫ କିଲୋମିଟର ଦୂରତା ରେ ଓଡ଼ିଶା ଛତିଶଗଡ଼ ସୀମାନ୍ତରେ ପୋଲିସ କୁ ବଡ ସଫଳତା ମିଳିଛି । ଯବାନଙ୍କ ଏନକାଉଣ୍ଟର ରେ ୧୪ ମାଓବାଦୀଙ୍କ ନିହତ ଘଟଣା ନେଇ ବୁଧୁବାର ପୋଲିସ ମହା ନିର୍ଦ୍ଧେଶକ ୱାଇ ବି ଖୁରାନା ଆସି ଘଟଣା ସମ୍ପର୍କ ରେ ପୋଲିସ ଅଧିକାରୀ ସହ ଆଲୋଚନା କରିଥିବା ବେଳେ ପୋଲିସ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ରେ ସାମ୍ବାଦିକ ସମ୍ମିଳନୀ ରେ ଯୋଗ ଦେଇଥିଲେ। ନୂଆପଡ଼ା ଜିଲ୍ଲା ସୀମାନ୍ତ ଛତିଶଗଡ ଗରିଆବନ୍ଧ ଜିଲ୍ଲା ଅନ୍ତର୍ଗତ କୁଲାହାରିଘାଟ ର ଭାଲୁଡିଗି ଜଙ୍ଗଲ ରେ ଏନକାଉଣ୍ଟ ବେଳେ ମାଓବାଦୀ ନିହତ ସଂଖ୍ୟା ବୃଦ୍ଧି ହେବା ନେଇ ପୋଲିସ ମହା ନିର୍ଦ୍ଧେଶକ ୱାଈ ବି ଖୁରାନା ସୂଚନା ଦେଇଛନ୍ତି। ତାଙ୍କ ସହିତ ପୋଲିସ ଆଇ ଜି ଅପରେସନ, ନୂଆପଡ଼ା ପୋଲିସ ଆରକ୍ଷୀ ଅଧିକ୍ଷକ ଜିଆର ରାଘବେନ୍ଦ୍ର, ନୀତି ଶେଖର ଅଖିଳେଶ ସିଂ, ପ୍ରମୁଖ ଯୋଗାଇ ଦେଇଥିଲେ। ଅପରେସନ ରେ ତିନି ଗୋଟି ଯବାନ ଦଳ ସାମିଲ ହୋଇଥିବା ବେଳେ ଏହି ସଫଳତା ରେ ଅତ୍ୟାଧୁନିକ ରଣନୀତି ବ୍ୟବହାର ସହ ବହୁ ବିଷୟ ସମ୍ମୁଖକୁ ଆସିଅଛି। ଗତ ୧୯ ତାରିଖ ଦିନ ମାଓ ଓ ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟ ବେଳେ ୨ ଜଣ ମହିଳା ମାଓବାଦୀ ମୃତ୍ୟୁ ହୋଇଥିଲେ। ସର୍ଚ୍ଚ ଅପରେସନ ଜାରି ରହିଥିଲା। ୨୦ ତାରିଖ ଦିନ ୧୨ ଜଣ ମାଓ ବାଦି ନିହତ ହୋଇଥିଲେ। ସେଥି ମଧ୍ୟ ରୁ ମାଓବାଦୀ ସଙ୍ଗଠନ ର କେନ୍ଦ୍ର କମିଟି ସଦସ୍ୟ ଜୟୀରାମ ଏବଂ ଅନ୍ୟ ଜଣେ ଆନ୍ଦ୍ରା କେଡର ମାଓବାଦୀ ନିହତ ହୋଇଛନ୍ତି। ୨୧ ତାରିଖ ମଧ୍ୟ ସର୍ଚ୍ଚ ଅପରେସନ ଚାଲୁ ରହିଅଛି। ଆସନ୍ତା ଦିନ ରେ ନିହତ ସଂଖ୍ୟା ବୃଦ୍ଧି ହୋଇପାରେ ବୋଲି ପୋଲିସ ମହା ନିର୍ଦ୍ଧେଶକ ପ୍ରକାଶ କରିଛନ୍ତି। ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏସ ଓ ଜି ଙ୍କ ସଫଳତା ପାଇଁ ତାଙ୍କ ଆର୍ଥିକ ସଫଳତା କୁ ୮ ହଜାର ରୁ ବୃଦ୍ଧି କରି ସିଧା ସଳଖ ୨୫ ହଜାର କରିଥିବା ସୂଚନା ଦେଇଛନ୍ତି। ଗୃହ ମନ୍ତ୍ରୀ ଅମିତ ଶାହା ଙ୍କ ଦେଇଥିବା ପ୍ରତିଶ୍ରୁତି ଆସନ୍ତା ମାର୍ଚ୍ଚ ୨୦୨୬ ସୁଦ୍ଧା ମାଓବାଦୀ, ନକ୍ସଲ ମୁକ୍ତ ଭାରତ ଗଠନ ର ଏକ ପ୍ରୟାସ ବୋଲି ମତବ୍ୟକ୍ତ କରିଥିଲେ। ଏହି ଘଟଣା ପରେ ମାଓ ଗତିବିଧି ବୃଦ୍ଧି ହେବା ନେଇ ସୀମାନ୍ତ ଅଞ୍ଚଳ ରେ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀ ରେ ପ୍ରକାଶ କରିଛନ୍ତି।
ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

