ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଲୁପ୍ତ ପ୍ରାୟ ପାରମ୍ପରିକ କୌଳିକ ବୃତ୍ତି ଓ ଆଦିବାସୀଙ୍କ ଜୀବନ ଜୀବିକା ପ୍ରଭାବିତ 

ବିଲୁପ୍ତ ପ୍ରାୟ ପାରମ୍ପରିକ କୌଳିକ ବୃତ୍ତି ଓ ଆଦିବାସୀଙ୍କ ଜୀବନ ଜୀବିକା ପ୍ରଭାବିତ 

ଢେ଼ଙ୍କାନାଳ (ମନିସ)13/11/25 — ଲୌହଦାନବ ରୂପପରେ ଟ୍ରକ,ଟ୍ରାକ୍ଟର ପିକଅପ୍ ଆସିବାରୁ ଚଷାଭାଇ ମାନଙ୍କ ଶଗଡ଼ଗାଡ଼ି ଏବଂ ହଳଲଙ୍ଗଳ କାର୍ଯ୍ୟକୁ ପ୍ରଭାବିତ କଲା। ଚୀନଦେଶର ସୌକିନ ସାମଗ୍ରୀ ବ୍ୟବହାର ଫଳରେ କୁମ୍ଭକାର ଭାଇ ମାନଙ୍କ ମାଟି ତିଆରି ବିଭିନ୍ନ ଆକର୍ଷଣୀୟ ସାମଗ୍ରି ବଯବସାୟ ଠପ୍ ହୋଇଗଲା। ଦୈନନ୍ଦିନ ବ୍ୟବହାରିକ ପ୍ଲାଷ୍ଟିକ ନିର୍ମିତ ବିଭିନ୍ନ ସୌକିନ ସାମଗ୍ରୀ ପାଇଁ ଆଦିବାସୀ ମାନଙ୍କ ବାଉଁଶ ତିଆରୀ ସାମଗ୍ରୀ ଚାହିଦା କମିଗଲା। ସେହିଭଳି କାଗଜ ନିର୍ମିତ ବ୍ୟବହାର ଫଳରେ ପତ୍ର ନିର୍ମିତ ଖଲି ଏବଂ ଦନାର ଚାହିଦା କମ୍ ହୋଇଗଲା। ଏହି ଚିନ୍ତାରେ ଚିନ୍ତିତ କୌଲିକ ବୃତ୍ତିକରି କିଛି ଅର୍ଥ ରୋଜଗାର କରୁଥିବା କୁମ୍ଭରକାର ଏବଂ ଜଙ୍ଗଲରେ ବସବାସ କରୁଥିବା ଆଦିବାସୀମାନଙ୍କ କୌଲିକ ବ୍ୟବସାୟ ପ୍ରଭାବିତ ହେବା ସହିତ ଗ୍ରାମାଞ୍ଚଳର କୌଲିକ ଶ୍ରମଜୀବୀ ମାନଙ୍କର ମଧ୍ୟ ରୋଜଗାର କମିଯାଇଛି। ଏଭଳି ଏକ ସୂଚନା ଆସିଛି ଢେ଼ଙ୍କାନାଳ ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଗୁଡିକରୁ। ସେମାନେ କହିବା ଅନୁସାରେ ପୁରୁଷାନୁକ୍ରମେ ସେମାନଙ୍କ ପରିବାର କୌଳିକ ବୃତ୍ତି ଭାବରେ ପତ୍ର ନିର୍ମିତ ଖଲି ଓ ଦନା ତିଆରି କରି ଆସୁଛନ୍ତି । ସେମାନେ ଜଙ୍ଗଲକୁ ଯାଇ ବହୁ କଷ୍ଟରେ ପତ୍ର ତୋଳିଆଣି ଖଲି ଓ ଦନା ନିର୍ମାଣ କରିଥାନ୍ତି। ଆଗେ ଏହି ବ୍ୟବସାୟରେ ଭଲ ଅର୍ଥ ରୋଜଗାର ହେଉଥିଲା। ହେଲେ ବର୍ତ୍ତମାନ ପ୍ଲାଷ୍ଟିକ ଏବଂ କାଗଜ ନିର୍ମିତ ଖଲି ଓ ଦନାର ଚାହିଦା ପ୍ରବଳ ମାତ୍ରାରେ ରହିଥ‌ିବା ହେତୁ,ସେମାନଙ୍କ କୌଲିକ ଜୀବିକା ପ୍ରଭାବିତ ହବା ସହିତ ସେମାନେ ଘୋରଆର୍ଥିକ ସଙ୍କଟଦେଇ ଗତି କରୁଛନ୍ତି। ଜୀବନ ଜୀବିକା ପ୍ରଭାବିତ କହିବା ଅନୁସାରେ,ସେମାନେ ହେଉଛନ୍ତି ଆଦିବାସୀ ଜୁଆଙ୍ଗ,ପାତୁଆ,ଶବର ସେମାନେ ସରକାରଙ୍କ ଠାରେ ଦାବି ରଖୁଛନ୍ତି। ସମସ୍ତ ଆଦିବାସୀ କଲ୍ୟାଣକାରୀ  ଯୋଜନାରେ ସେମାନଙ୍କୁ ଅନ୍ତର୍ଭୁକ୍ତ କରାଯାଉ। ଏବିଷୟନେଇ ବୁଦ୍ଧିଜୀବୀ ମହଲରେ ମଧ୍ୟ ଚର୍ଚ୍ଚା ଜୋର ଧରିଛି। ସରକାର ଏଭଳି କୌଲିକ ଶ୍ରମଜୀବୀମାନଙ୍କୁ ଚିହ୍ନଟକରି,ତାଙ୍କର ଜୀବିକାକୁ କୁଟୀରଶିଳ୍ପ ମାନ୍ଯତା ଦେଇ,ସେମାନଙ୍କ ଦ୍ୱାରା ନିର୍ମିତ ବିଭିନ୍ନ ସାମଗ୍ରିକୁ ବିକ୍ରୀ କରିବା ପାଇଁ ସୁବ୍ୟବସ୍ଥା କରିବା ସହିତ ପ୍ରଚାର ପ୍ରସାର କରିବା ଦିଗରେ ପଦକ୍ଷେପ ନିଅନ୍ତୁ। ଏହା ସହିତ ସେମାନଙ୍କୁ ଆର୍ଥିକ ସହଯୋଗ କରି ସ୍ଵାବଲମ୍ବୀ ହେବାପାଇଁ ଶକ୍ତି ପ୍ରଦାନ କରନ୍ତୁ। କୌଲିକ ବୃର୍ତ୍ତୀକୁ ଚିରକାଳରୁ ଆପଣେଇ,ପ୍ରାକୃତିକ ବସ୍ତୁରେ ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ତିଆରି କରି ପରିବାର ପ୍ରତି ପୋଷଣ କରିବା ସହିତ ପରିବେଶକୁ ସୁସ୍ଥସବଳ ରଖୁଥିବା,ଏହି ନିରୀହ ଆଦିବାସୀ ମାନଙ୍କ ଦ୍ୱାରା ନିର୍ମିତ ବିଭିନ୍ନ ସାମଗ୍ରିର ଚାହିଦା କେତେ ରହୁଛି ତାହା ଦେଖୁବାର ଅଛି। ବର୍ତମାନ ପ୍ଲାଷ୍ଟିକ ମୁକ୍ତ ଭାରତଯୋଜନା କ୍ରମେ,ପ୍ରଦୂଷଣକାରୀ ପ୍ଲାଷ୍ଟିକ ସାମଗ୍ରୀକୁ ବର୍ଜନ ପୂର୍ବକ,ଏମାନଙ୍କ ଦ୍ୱାରା ନିର୍ମିତ ପରିବେଶ ସହାୟକ ପାରମ୍ପରିକ ସାମଗ୍ରୀ ଗୁଡିକୁ ଆପଣେଇବା ପାଇଁ ଉପଭୋକ୍ତାମାନେ ସଚେତନ ହୋଇ,ତତ୍ପରତାର ଦେଖାଇବା ନିହାତି ଜରୁରୀ ହୋଇପଡ଼ଛି। ହେଲେ ଆଗକୁ ସରକାର ଏହି ଆଦିବାସୀ ମାନଙ୍କ ପାଇଁ ଏହି କୌଳିକ ବୃତ୍ତି ପାଇଁ କି ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବେ ତାହା ଦେଖିବାକୁ ବାକି ରହିଲା।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଜିଲ୍ଲାପାଳଙ୍କ ମହାନତା 

masiha

ବି.ବି.ହାଇସ୍କୁଲ, ଢେଙ୍କାନାଳର (୧୯୭୫ -୧୯୮୦) -ଶିକ୍ଷା ବର୍ଷର ସହପାଠୀ ୧୯୮୦ ବ୍ୟାଚର ବନ୍ଧୁମିଳନ – ‘ମୋ ସ୍କୁଲ ଅଭିଯାନ’ର ଆଲୁମିନି -ବିଦ୍ୟାଳୟ ଯୋଡ଼ କାର୍ଯ୍ୟକ୍ରମ -୨୦୨୩ ମହାସମାରୋହରେ ଅନୁଷ୍ଠିତ

Sunil Chandra Nayak

ସକ୍ଷମ ଅଙ୍ଗନୱାଡ଼ି କେନ୍ଦ୍ର ଆଭାସି ମାଧ୍ୟମରେ କେନ୍ଦ୍ର ସରକାରଙ୍କ ଶୁଭ ଉଦଘାଟନ

masiha

Leave a Comment

error: Content is protected !!