ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯାଦବ ଶୌର୍ଯ୍ୟ ଦିବସ ପାଳନ ଅବସରରେ*ନବରଙ୍ଗପୁର ଜିଲ୍ଲା ଯାଦବ ମହାସଭା ଦାବୀ କରେ…ଅହିର ରେଜିମେଣ୍ଟ ଆମର ଦାବୀ

ଯାଦବ ଶୌର୍ଯ୍ୟ ଦିବସ ପାଳନ ଅବସରରେ*ନବରଙ୍ଗପୁର ଜିଲ୍ଲା ଯାଦବ ମହାସଭା ଦାବୀ କରେ…ଅହିର ରେଜିମେଣ୍ଟ ଆମର ଦାବୀ

ନବରଙ୍ଗପୁର:(୧୮|୧୧)(ମ.ନି.ସ)ଆଜି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ ଚଚରାଗୁଡା ଗ୍ରାମ ପଞ୍ଚାୟତ କୁସୁମବନ୍ଦ ଗ୍ରାମର ପୂର୍ଣ୍ଣେଶ୍ବର ମନ୍ଦିର ଠାରେ ଜିଲ୍ଲା ଯାଦବ ମହାସଭା ଓ ଡାବୁଗାଁ ବ୍ଳକ ଯାଦବ ମହାସଭା ର ମିଳିତ ଆନୁକୂଲ୍ୟରେ ଯାଦବ ଶୌର୍ଯ୍ୟ ଦିବସ ସଭାପତି ଶ୍ରୀଯୁକ୍ତ କୃପାସିନ୍ଧୁ ଗୈାଡ ଙ୍କ ସଭାପତିତ୍ବ ରେ ପାଳନ କରାଯାଇଥିଲା।ପ୍ରଥମେ ମନ୍ଦିର ଠାରୁ ସମସ୍ତ କର୍ମକର୍ତ୍ତା ଓ ଯାଦବ ଭାଇ ଭଉଣୀ ମାନେ ଏକତ୍ରିତ ହୋଇ ସହିଦ୍ ସ୍ଵର୍ଗତ ସୋନୁ ମାଝୀ ଙ୍କ ପରିବାର ବର୍ଗ ଙ୍କୁ ଭେଟି ସମ୍ମାନୀତ କରିଥିଲେ ଏବଂ ସହିଦ୍ ପରିବାର ସଦସ୍ୟା ଙ୍କ ଘରୁ ମଶାଲ ଶୋଭାଯାତ୍ରା କରି କୁସୁମବନ୍ଦ ଗ୍ରାମ ପରିକ୍ରମା କରିଥିଲେ।ଏହା ପରେ ଆଜି ସାରା ଭାରତ ବର୍ଷରେ ପାଳନ ହେଉଥିବା ଯାଦବ ଶୌର୍ଯ୍ୟ ଦିବସ ବା ରେଜେଙ୍ଗାଲା ଡେ ର ସବିଶେଷ ବିବରଣୀ ଅତିଥି ମାନେ ଉପସ୍ଥାପନା କରିଥିଲେ। ସହିଦ୍ ୧୧୪ ଜଣ ବୀର ଯାଦବ ସୈନିକ ମାନଙ୍କ ବୀରଗାଥା କହିଥିଲେ ଏବଂ ଯାଦବ ସମାଜ ଭାଇ ଭଉଣୀ ମାନଙ୍କ ସୁବିଧା ଅସୁବିଧା ବିଷୟରେ ଡାବୁଗାଁ ଅଧ୍ୟକ୍ଷା ଶ୍ରୀମତୀ ବୀଣା ମାଝୀ ଙ୍କୁ ସହଯୋଗ ପାଇଁ ଅନୁରୋଧ କରିଥିଲେ।ପରି ଶେଷରେ ନନ୍ଦା ହାଣ୍ଡି ବ୍ଳକ ସମ୍ପାଦକ ସୁରେନ୍ଦ୍ର ଭକ୍ତ ଧନ୍ୟବାଦ୍ ଅର୍ପଣ କରି ସଭା ସାଙ୍ଗ କରିଥିଲେ।ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଡାବୁଗାଁ ବ୍ଳକ ଅଧ୍ୟକ୍ଷା ଶ୍ରୀମତୀ ବୀଣା ମାଝୀ ଯୋଗଦାନ କରିଥିଲେ। ଏବଂ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ଯାଦବ ମହାସଭା ର ଯୁବ ସଭାପତି ଶ୍ରୀ ନବ କିଶୋର ଗୈାଡ,ଉପ ସଭାପତି ଶ୍ରୀ ସୈନିକ ଗୈାଡ,ହରି ଗୈାଡ,ସହ ସମ୍ପାଦକ ଶ୍ରୀଯୁକ୍ତ ମହାଦେବ ମାଝୀ, ସହିଦ୍ ପରିବାର ସଦସ୍ୟା ଶ୍ରୀମତୀ ବାଲମତି ମାଝୀ,ପାପଡାହାଣ୍ଡି ବ୍ଳକ ସଭାପତି ଶ୍ରୀଯୁକ୍ତ କୁଶନାଥ ଗୈାଡ, ଉମରକୋଟ ବ୍ଳକ ସମ୍ପାଦକ ଶ୍ରୀ ତ୍ରିନାଥ ମାଝୀ, ନନ୍ଦାହାଣ୍ଡି ବ୍ଳକ ସମ୍ପାଦକ ଶ୍ରୀ ସୁରେନ୍ଦ୍ର ଭକ୍ତ, ଉମରକୋଟ ବ୍ଳକ ବରିଷ୍ଠ କର୍ମକର୍ତ୍ତା ଶ୍ରୀ ଟଙ୍କଧର ଗୈାଡ ଏବଂ ବହୁତ ଯାଦବ ସମାଜ ଭାଇ ଭଉଣୀ ମାନେ ଯୋଗଦାନ କରିଥିଲେ।ଏହି କାର୍ଯ୍ୟକ୍ରମ ପାଇଁ ଆୟୋଜକ ଭାବେ ଡାବୁଗାଁ ବ୍ଳକ ଯାଦବ ମହାସଭାର ସମ୍ପାଦକ ଶ୍ରୀଯୁକ୍ତ ତ୍ରିନାଥ ଗୈାଡ ଏବଂ ଚଚରାଗୁଡା ଗ୍ରାମ ପଞ୍ଚାୟତ କୁସୁମବନ୍ଦ ଗ୍ରାମର ସମସ୍ତ କର୍ମକର୍ତ୍ତା ଓ ଯାଦବ ଭାଇ ଭଉଣୀ ମାନେ ସହଯୋଗ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ସର୍ଗିଗୁଡ଼ା ଏବଂ କୁଚାଗାଁରେ ଉଦ୍ଘାଟିତ ହେଲା ସମବାୟ ସମିତି

Sunil Chandra Nayak

ଆଇ ଇ ଆଇ ରାଉରକେଲା କେନ୍ଦ୍ରରେ ବିଶ୍ବ ଇଞ୍ଜିନିୟର୍ସ ଦିବସ ପାଳିତ

masiha

ଅବ୍ୟବସ୍ଥିତ ଡ୍ରେନେଜ୍ ବ୍ୟବସ୍ଥାକୁ ନେଇ ଜନ ଅସନ୍ତୋଷ। ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କଲା ଜଗନ୍ନାଥ ସେବା ସମିତି

masiha

Leave a Comment

error: Content is protected !!