ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଜିଲ୍ଲାରେ “ଏକତା ପଦଯାତ୍ରା” ପ୍ରଥମ ଦିନ ମହାସମାରୋହରେ ଅନୁଷ୍ଠିତ

ନବରଙ୍ଗପୁର ଜିଲ୍ଲାରେ “ଏକତା ପଦଯାତ୍ରା” ପ୍ରଥମ ଦିନ ମହାସମାରୋହରେ ଅନୁଷ୍ଠିତ

ନବରଙ୍ଗପୁର:( ତା ୧୮.୧୧.୨୦୨୫)( ମ.ନି. ସ) ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ୧୫୦ ତମ ଜନ୍ମତିଥି ପାଳନ ଅବସରରେ ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗ ଏବଂ ଜିଲ୍ଲା ପ୍ରଶାସନ ତରଫରୁ ଆୟୋଜିତ ଭବ୍ୟ ସମାରୋହ” ଏକତା ପଦଯାତ୍ରା” ରେ ଆଜି ମୁଖ୍ୟ ଅତିଥି ରୂପେ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇଥିଲେ। ବିଶିଷ୍ଟ ଅତିଥି ରୂପେ ମାନ୍ୟବର ଲୋକସଭା ସାଂସଦ ବଳଭଦ୍ର ମାଝି,ସମ୍ମାନୀତ ଅତିଥି ରୂପେ ମାନ୍ୟବର ବିଧାୟକ ନବରଙ୍ଗପୁର ଗୌରୀ ଶଙ୍କର ମାଝୀ,ପୂର୍ବତନ ସାଂସଦ ପର୍ଶୁରାମ ମାଝୀ ପ୍ରମୁଖ ଯୋଗ ଦେଇ ପାପଡ଼ା ହାଣ୍ଡି ସ୍ଥିତ ସହିଦ ମିନାର ସ୍ମୃତିସ୍ତମ୍ବ ଠାରେ ସହିଦ ମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଏକତା ପଦଯାତ୍ରା ରେ ସାମିଲ ହୋଇ ଥିଲେ। ପଦଯାତ୍ରାରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତପନ କୁମାର ଖୁଣ୍ଟିଆ,ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ବିଶ୍ଵଜିତ ବର୍ମନ୍, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ,ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର, ସମାଜସେବୀ କୁଞ୍ଜ ବିହାରୀ ଦାସ,ପି ଏ, ଆଇ ଟି ଡି ଏ ରାଜୀବ ସାହୁ , ଡି ଇ ଓ ଛତ୍ରପତି ସାହୁ, ଡି ଡ଼ବ୍ଲୁ ଓ ରବୀନ୍ଦ୍ର ପାଳକା, ଡି ଆଇ ପି ଆର୍ ଓ ମନୋଜ ବେହେରା, ବି ଡି ଓ ନଦାହାଣ୍ଡି କ୍ଷୀରୋଦ ଚନ୍ଦ୍ର ସାହୁ, ବି ଡି ଓ ତେନ୍ତୁଳିଖୁଣ୍ଟି ମନୋଜ ପାଣିଗ୍ରାହୀ,ବି ଡି ଓ ନବରଙ୍ଗପୁର ସୁନିଲ ଖୁରା, ଡି ସି ଓ ଘଷିଆ ହରିଜନ,କ୍ରୀଡ଼ା ଅଧିକାରୀ ସୁଶାନ୍ତ ନାୟକ,ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଧିକାରୀ,ଅନ୍ୟ ବିଭାଗୀୟ ଅଧିକାରୀ , ସ୍କୁଲ ଓ କଲେଜ ଛାତ୍ର ଛାତ୍ରୀ,ସ୍ବେଛାସେବୀ ସଂଗଠନ କର୍ମକର୍ତ୍ତା,ଯୁବକ, ଏସ ଏଚ୍ ଜି ମହିଳା, ଅଙ୍ଗନୱାଡ଼ି କର୍ମୀ,ବହୁ ଜନସାଧାରଣ , ଗଣମାଧ୍ୟମ ପ୍ରତିନିଧି, ବୁଦ୍ଧିଜୀବୀ ଯୋଗ ଦେଇ ବନ୍ଦେ ମାତରଂ,ଭାରତ ମାତା କି ଜୟ ,ଜାତୀୟ ଏକତା ଜିନ୍ଦାବାଦ ନାରା ସହ ପ୍ରାୟ ୧୫ କିମି ପାଦରେ ଯାତ୍ରା ପୂର୍ବକ ଆର୍ ସି ଡି ପି ଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆଠାରେ ସମାବେଶ ହୋଇଥିଲେ। ପଦଯାତ୍ରାରେ ପାଇକ ଆଖଡ଼ା, ବିଭିନ୍ନ ସାଂସ୍କୃତିକ ଦଳ ନିଜ ନିଜର ରଣକୌଶଳ ଓ ନୃତ୍ୟ ପ୍ରଦର୍ଶନ କରିଥିଲେ। ଆର୍ ସି ଡି ହାଇସ୍କୁଲ ଖେଳ ପଡିଆ ରେ ଆୟୋଜିତ କାର୍ଯ୍ୟକ୍ରମରେ ପଦଯାତ୍ରା ରେ ସାମିଲ ଥିବା ଅତିଥି ଗଣ ମାନ୍ୟବର ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମାନ୍ୟବର ସାଂସଦ ବଳଭଦ୍ର ମାଝି, ମାନ୍ୟବର ବିଧାୟକ ନବରଙ୍ଗପୁର ଗୌରୀ ଶଙ୍କର ମାଝୀ,ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଖୁଣ୍ଟିଆ ଓ ବିଶ୍ଵଜିତ ବର୍ମନ୍,ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର, ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଯଦୁମଣି ନାଏକ,ସମାଜ ସେବୀ କୁଞ୍ଜ ବିହାରୀ ଦାସ ପ୍ରମୁଖ ମଞ୍ଚାସିନ ଥିଲେ। ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ନିଜ ବକ୍ତବ୍ୟରେ ଆଜିର ଯୁବପିଢ଼ି ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ନୀତି ଆଦର୍ଶକୁ ଅନୁସରଣ କରି ଦେଶ ମାତୃକାର ସେବା ରେ ନିଜକୁ ନିୟୋଜିତ ଏବଂ ନିଜକୁ ସ୍ୱାବଲମ୍ବୀ ମଣିଷ ରୂପେ ଗଢି ତୋଳିବା ପାଇଁ ଆହ୍ବାନ କଲେ। ମାନ୍ୟବର ସାଂସଦ ବଳଭଦ୍ର ମାଝି ନିଜ ବକ୍ତବ୍ୟରେ ପ୍ରଧାନମନ୍ତ୍ରୀ ଙ୍କ “ଏକ ଭାରତ ଆତ୍ମ ନିର୍ଭର ଭାରତ” ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶର ଉତ୍ପାଦ ଦ୍ରବ୍ୟର ବ୍ୟବହାର ଓ “ଶ୍ରେଷ୍ଠ ଓ ସମୃଦ୍ଧ ଭାରତ” ର ସ୍ବପ୍ନକୁ ସାକାର କରିବା ରେ ନିଜ ଉଦ୍ୟମ ଓ ସହଯୋଗ କୁ ଗୁରୁତ୍ବ ଦେଲେ।ମାନ୍ୟବର ବିଧାୟକ ଗୌରୀ ଶଙ୍କର ମାଝୀ ନିଜ ବକ୍ତବ୍ୟରେ ଦେଶର ଏକତା,ସଦ୍ଭାବ, ଜାତୀୟ ସଂହତି ଓ ଭାଇଚାରାର ବାର୍ତା ଦେଉଥିବା ଏହି ପଦଯାତ୍ରାରେ ସାମିଲ ସମସ୍ତଙ୍କୁ ଧନ୍ୟବାଦ୍ ଦେବା ସହ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେବାକୁ ଆହ୍ଵାନ କରିଥିଲେ। ଏହି କାର୍ଯ୍ୟକ୍ରମ ଉପଲକ୍ଷେ ସଭାରେ ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ସମସ୍ତଙ୍କୁ “ସ୍ୱଦେଶୀ ଦ୍ରବ୍ୟ ବ୍ୟବହାର ଓ ଆତ୍ମନିର୍ଭର ଭାରତ” ର ଶପଥ ପାଠ କରାଇଥିଲେ। ଏହି ଅବସରରେ ହାଇସ୍କୁଲ ସ୍ତର ପ୍ରବନ୍ଧ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ର କୃତି ପ୍ରତିଯୋଗୀଙ୍କୁ ଅତିଥି ଗଣ ପୁରସ୍କାର ପ୍ରଦାନ କରିଥିଲେ।ସଭା ପରେ ବିଭିନ୍ନ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ। ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ ବେହେରା ପାପଡ଼ାହାଣ୍ଡି ସହିଦମିନାର ସଭା ଏବଂ ଆର୍ ସି ଡି ହାଇସ୍କୁଲ ସଭା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ଘାଷିଆ ହରିଜନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଜିଲ୍ଲା କ୍ରୀଡ଼ା ଅଧିକାରୀ ସୁଶାନ୍ତ ନାୟକ କାର୍ଯ୍ୟକ୍ରମ ର ସଫଳ ରୂପାୟନ ରେ ସହଯୋଗ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ପ୍ରଧାନ ଶିକ୍ଷକ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

Sunil Chandra Nayak

ରବି ଚାଷ ଧାନ ବିକ୍ରି ପାଇଁ ତହସିଲଦାରଙ୍କୁ ଦାବିପତ୍ର ଦେଲେ କୋକସରା ସଚେତନ କୃଷକ ମଞ୍ଚର କର୍ମକର୍ତ୍ତା

Sunil Chandra Nayak

ଡ଼ଙ୍ଗରଗଡ଼ ମହୋତ୍ସବ ନଭେମ୍ବର ୨୫ରେ

Sunil Chandra Nayak

Leave a Comment

error: Content is protected !!