ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୨୦ ବର୍ଷ ହେଲା ମାନସିକ ରୋଗୀ ଙ୍କୁ ସହ ଯୋଗ ର ହାତ ବଢ଼ାଇଲେ କରୋନା ଯୋଦ୍ଧା ଡାକ୍ତର ଅନ୍ନଦା ଶଙ୍କର ଦାସ

ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଲୟର କରୋନା ଯୋଦ୍ଧା ଆୟୁଷ ଡାକ୍ତର ଅନ୍ନଦା ଶଙ୍କର ଦାସ ଜଣେ ରୋଗୀ ଙ୍କୁ ବ୍ୟକ୍ତିଗତ ଭାବରେ ସହଯୋଗ ର ହାତ ବଢ଼ାଇ ଛନ୍ତି । ସୂଚନା ଥାଉକି ଖଡ଼ିଆଳ ବ୍ଲକ ବରଗାଁ ଗ୍ରାମର ଅନ୍ତର୍ଯ୍ୟାମୀ ଯୋଶୀ (50) ଦୀର୍ଘ15 ବର୍ଷ ହେଲା ମାନସିକ ରୋଗରେ ପୀଡିତ ହୋଇ 20 ବର୍ଷ ହେଲା ଏକ ନିଭୃତ କୋଠରୀ ଭିତରେ ପଡିରହିଛନ୍ତି । ସେ ବିବାହ କରିନଥିବା ବେଳେ ପୁତୁରା ଓ ପୁରୁରା ବୋହୁ ସେବା କରୁଛନ୍ତି । ଦୁଃଖ ର ବିଷୟ ଯେଉଁ ଦୁଇଜଣ ମାନସିକ ରୋଗୀର ସେବା କରୁଛନ୍ତି ସେମାନେ ମଧ୍ୟ ସ୍ୱାମୀ ସ୍ତ୍ରୀ ଦୁଇଜଣ ମୁକ । ଏପରି ପ୍ରେକ୍ଷୀ ରେ ମାନସିକ ବିକୃତ ଯୋଶୀ ଭଲ ହେବାର ପରିବେଶ ସୃଷ୍ଟି ହୋଇ ପାରିନାହିଁ । ଏହି ଖବର ଡକ୍ଟର ଅନ୍ନଦା ଶଙ୍କର ଦାସ ଙ୍କ ଜ୍ଞାତ ରେ ଆସିଲା ପରେ ଖଡ଼ିଆଳ ଉପଖଣ୍ଡ ଚିକିତ୍ସା ଅଧିକାରୀ ଡାକ୍ତର ରଞ୍ଜିତ ରାଉତ ଙ୍କ ନିର୍ଦେଶ କ୍ରମେ ଜିଲ୍ଲା ମାନସିକ ଅଧିକାରୀ ଡାକ୍ତର ଉମାକାନ୍ତ ମେହେର ଓ ଟିମ ଆରଦିନ ସାଙ୍ଗେ ସାଙ୍ଗେ ବରଗାଁ ଗ୍ରାମ କୁ ଯାଇ ଅନ୍ତର୍ଯ୍ୟାମୀ ଯୋଶୀ ଙ୍କ ଚିକିତ୍ସା ର ଦାୟିତ୍ୱ ନେଇ ଗୋଟିଏ ମାସର ଔଷଧ ପ୍ରଦାନ କରିଛନ୍ତି । ସୂଚନା ଥାଉକି ତିନି ରୋଗୀ ସମେତ ଚିକିତ୍ସା କରୁଥିବା ପରିବାର ଭିନ୍ନକ୍ଷମ ରେ ଅନ୍ତର୍ଭୁକ୍ତ କିନ୍ତୁ ତାଙ୍କୁ ଅନ୍ତର୍ଦ୍ୱୟ କାର୍ଡ ରେ ସାମିଲ କରା ଯାଇ ନାହିଁ । ପ୍ରଶାସନ ଆଗରେ ଅନୁରୋଧ ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ଡାକ୍ତର ଅନ୍ନଦା ଶଙ୍କର ଦାସ ଙ୍କ ଉଦ୍ୟମ ରେ ଚିକିତ୍ସା ଦଳ ଆଗଭର ହୋଇ ଚିକିତ୍ସା ହାତକୁ ନେଇଥିବା ରୁ ଅଞ୍ଚଳ ବାସୀ ଡାକ୍ତରଙ୍କୁ ପ୍ରଶଂସା କରିଛନ୍ତି ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ମୁଖ୍ୟମନ୍ତ୍ରୀ ଙ୍କୁ ଭେଟି ଜଣାଇଲେ ବ୍ଲକର ଅନେକ ସମସ୍ୟା  ସାଧାରଣ ଜନତା 

masiha

ଜଳସେଚନ ପାଇଁ ଅଧିକ୍ଷଣ ଯନ୍ତ୍ରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କଲେ ଚାଷି

masiha

ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂଦେଓଙ୍କୁ ଭେଟିଲେ ଗୁଣୁପୁରର ବିଜେପି କାର୍ଯ୍ୟକର୍ତ୍ତା

masiha

Leave a Comment

error: Content is protected !!