ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦିବାସୀ ଅଧ୍ୟୁଷିତ ବ୍ଲକ ରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା ହେବ. ରାଜ୍ୟସଭା ସାଂସଦ ଙ୍କୁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଙ୍କ ଚିଠି

ବଲାଙ୍ଗିର ତା 13/03/2023 // ବଲାଙ୍ଗିର ଜ଼ିଲ୍ଲା ର ପାଟଣାଗଡ ବ୍ଲକ, ବେଲପଡା ବ୍ଲକ , ଖପ୍ରାଖୋଲ ବ୍ଲକ , ସଇଁତଲା ବ୍ଲକ , ବଲାଙ୍ଗିର ସଦର ବ୍ଲକ, ଟିଟିଲାଗଡ଼ ବ୍ଲକ, ଲୋଇସିଂହା ବ୍ଲକ, ସେହିପରି ନୂଆପଡା ଜ଼ିଲ୍ଲା ର ଆଦିବାସୀ ଅଧ୍ୟୁଷିତ ସିନାପାଲି ବ୍ଲକ, ବୋଡେ଼ନ ବ୍ଲକ, ଖଡ଼ିଆଳ ବ୍ଲକ, କୋମନା ବ୍ଲକ ନୂଆପଡା ବ୍ଲକ, ବରଗଡ଼ ଜ଼ିଲ୍ଲା ର ଝାରବନ୍ଧ ବ୍ଲକ, ପାଇକମାଳ ବ୍ଲକ, ପଦ୍ମପୁର ବ୍ଲକ ରେ ୨0୧୧ ଜନଗଣନା ଅନୁସାରେ ୨0 ହଜାର ରୁ ଉର୍ଦ୍ଧ ଆଦିବାସୀ ବସବାସ କରୁଥିବାରୁ ଏହି ସବୁ ବ୍ଲକ ରେ ଗୋଟିଏ ଲେଖାଏଁ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା କରିବାକୁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଙ୍କୁ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଚିଠି ଦ୍ୱାରା ଦାବୀ କରିଥିଲେ l କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ର ପତ୍ର ସଂଖ୍ୟା DO NO MTA VIP 50/328/2023 ତା 24.02.2023 ରେ ଉକ୍ତ ବ୍ଲକ ଗୁଡିକ ରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ସାଂସଦ ଶ୍ରୀ ବିଶି ଙ୍କ ପ୍ରସ୍ତାବ କୁ ବିଭାଗ ଗ୍ରହଣ କରିଛି l ସୂଚନା ଯୋଗ୍ୟ ଯେ ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କୁ କେନ୍ଦ୍ର ସରକାର ଙ୍କ ଜନଜାତୀୟ କାର୍ଯ୍ୟ ମନ୍ତ୍ରଣାଳୟ ତରଫରୁ ସିବିଏସଇ ପାଠ୍ୟକ୍ରମ ରେ ନିଃଶୁଳ୍କ ଶିକ୍ଷାଦାନ କରିବାର ସାମ୍ବିଧାନିକ ବ୍ୟବସ୍ଥା ଅଛି. ଯେଉଁ ବ୍ଲକ ରେ ଆଦିବାସୀ ଜନସଂଖ୍ୟା ୨0 ହଜାର ରୁ ଉର୍ଦ୍ଧ ଥିବ ସେହି ବ୍ଲକ ରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା କରିବା ର ଵିଧି ରହିଛି l ବର୍ତ୍ତମାନ ତିନି ରୁ ଚାରି ଲକ୍ଷ ଆଦିବାସୀ ଜନସଂଖ୍ୟା ବିଶିଷ୍ଟ ବଲାଙ୍ଗିର, ନୂଆପଡା ଏବଂ ବରଗଡ଼ ଜ଼ିଲ୍ଲା ରେ ଗୋଟିଏ ଲେଖାଏଁ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ରହିଛି ବୋଲି ରାଜ୍ୟସଭା ସାଂସଦ ଶ୍ରୀ ବିଶି ପ୍ରକାଶ କରିଛନ୍ତି l ପ୍ରତି ବ୍ଲକ ରେ ଆସନ୍ତା ଶିକ୍ଷା ବର୍ଷ ଠାରୁ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଚଳିତ ଦ୍ଵିତୀୟ ବଜେଟ ସତ୍ର ରେ ବ୍ୟୟ ଅଟକଳ ବ୍ୟବସ୍ଥା କରିବାକୁ ସାଂସଦ ଶ୍ରୀ ବିଶି ଦାବୀ କରିଛନ୍ତି l

ବଲାଙ୍ଗିର ରୁ ଦୁର୍ଯ୍ୟୋଧନ ବର୍ଗେ ଓ ପ୍ରମୋଦ କୁମାର ବେହେରା ଙ୍କ ରିପୋର୍ଟ୍ 

Related posts

ସର୍ବ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ଆତ୍ମ ସୁରକ୍ଷା ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରିୟ କର୍ମଶାଳା” ଲକ୍ଷପତି ଦିଦି “

masiha

ଲଙ୍ଗଳେଶ୍ୱର ବିକାଶ ମହୋତ୍ସବ ନାମରେ ଚଞ୍ଚକତା ,ଅଭିଯୋଗ ଆଣିଲେ ଗ୍ରାମବାସୀ

Sunil Chandra Nayak

Leave a Comment

error: Content is protected !!