ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଆନ୍ତଃରାଜ୍ୟ ବ୍ୟାଡ୍‌ମିଣ୍ଟନ ଟୁୁର୍ଣ୍ଣାମେଣ୍ଟ ଫାଇନାଲରେ ବାଜି ମାରିଲା ଅନୁଗୁଳ ଦଳ 

ତେନ୍ତୁଳିଖୁଣ୍ଟି -୧୩/୩/୨୩ : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଥିବା ସ୍ଥାଟନ୍ କ୍ଲବ ଇଣ୍ଡୋର ଷ୍ଟାଡିୟମ ଠାରେ ଗତ ୯ ତାରିଖ ଠାରୁ ଆରମ୍ଭ ହୋଇଥିବା ଆନ୍ତଃରାଜ୍ୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ବାର ତାରିଖରେ ଶେଷ ହୋଇଯାଇଛିି ।ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ ଓ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ।ଟୁର୍ନାମେଣ୍ଟ ରେ ବିଭିନ୍ନ ସ୍ଥାନରୁ ୫୦ଟି ଦଳ ଖେଳରେ ଭାଗ ନେଇଥିବା ବେଳେ 2 ଦଳ ଅନୁଗୁଳ ଓ ଜୟପୁର ଶେଷ ପର୍ଯ୍ୟାୟରେ ପହଂଚି ଥିଲେ । ଟୁର୍ନାମେଣ୍ ଆୟୋଜନ କମିଟି ର ସଭାପତି ଡାକ୍ତର ସମଲାଇ ପ୍ରସାଦ ପଣ୍ଡା ଅଧ୍ୟକ୍ଷତାରେ ପୁରସ୍କାର ବିତରଣ ଉତ୍ସବ ଆୟୋଜିତ ହୋଇଥିଲା। ଅନ୍ୟତମ ସମ୍ମାନୀତ ଅତିଥି ରୂପେ ଜିଲ୍ଲା ପରିଷଦଚେୟାରମ୍ୟାନ ମୋତିରାମ ନାୟକ, ଜିଲ୍ଲା ଆଥଲଟିକ ସଂଘ ରୁ ପ୍ରହଲ୍ଲାଦ ତ୍ରିପାଠୀ ଜିଲ୍ଲା ଓ ୟୁ ଜେ ର ସଭାପତି ତଥା ପାପଡାହାଣ୍ଡି ବ୍ଲକ ଉପାଧ୍ୟକ୍ଷ ସୁଶାନ୍ତ ବେହେରା ବିଡ଼ିଓ ଦୁର୍ଯ୍ୟୋଧନ ଭୋଇ ପ୍ରମୁଖ ତଥା ମୁଖ୍ୟଅତିଥି ଭାସ୍କର ରଇତ ଓ ମୁଖ୍ୟବକ୍ତା ମନୋହର ରନ୍ଧାରୀ ମଞ୍ଚାସୀନ ଥିଲେ। ଫାଇନାଲ ମ୍ୟାଚରେ ଅନୁଗୁଳ ବିଜୟ ଲାଭ କରିଥିଲା ।ବିଜୟଦଳକୁ ଅତିରିକ୍ତ ଜିଲ୍ଲାପାଳ ଟ୍ରଫି ସହ 15555 ପୁରସ୍କୃତ କରିଥିବା ବେଳେ ରନର୍ସ ଅପ ଦଳଙ୍କୁ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଟ୍ରଫି ସହ 11111 ଟଙ୍କା ପୁରସ୍କୃତ କରିଥିବା ଦେଖିବାକୁ ମିଳିଥିଲା ।ସ୍ଵାଧୀନ ପୁଜାରୀ,ସୁରଜ୍ ମହାରଣା,କପିଲ ଅଗ୍ରୱାଲ ଆଜିର ଖେଳ ପରିଚାଳନା କରିଥିବା ବେଳେ ଡାକ୍ତର ସଚ୍ଚିକାନ୍ତ ଲେଙ୍କା, ପ୍ରଦୀପ ଦାସ, ସନ୍ତୋଷ ବରାଡ,ପ୍ରଦ୍ୟୁମ୍ନ ଦାସ, ବାରିଜ ପଟ୍ଟନାୟକ, ହାନେଶ ପାତ୍ର ବାଘ ସମେତ ସ୍ପା ର୍ଟ ନ କ୍ଳବ ର ସମସ୍ତ ସଦସ୍ୟ ଟୁର୍ଣ୍ଣାମେଣ୍ଟ ପରିଚାଳନା ରେ ସହଯୋଗ କରିଥିଲେ ।

ଗୋବର୍ଦ୍ଧନ ସାହୁ,ତେନ୍ତୁଳିଖୁଣ୍ଟି

Related posts

ହୃଷିକେଶ ରାୟ ମହାବିଦ୍ୟାଳୟ ରେ ଛାତ୍ରୀ ଆତ୍ମ -ସୁରକ୍ଷା କୌଶଳ କାର୍ଯ୍ୟକ୍ରମ ଉଦଯାପିତ

Sunil Chandra Nayak

ନବରଙ୍ଗପୁର ଜ଼ିଲ୍ଲା ରେ କ୍ରୀଡା ଭିତିଭୂମି ର ବିକାଶ ପାଇଁ ଜ଼ିଲ୍ଲାପାଳ ଙ୍କ ତତ୍ପରତା

ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ଦ୍ୱିତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ 

Sunil Chandra Nayak

Leave a Comment

error: Content is protected !!