ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଆନ୍ତଃରାଜ୍ୟ ବ୍ୟାଡ୍‌ମିଣ୍ଟନ ଟୁୁର୍ଣ୍ଣାମେଣ୍ଟ ଫାଇନାଲରେ ବାଜି ମାରିଲା ଅନୁଗୁଳ ଦଳ 

ତେନ୍ତୁଳିଖୁଣ୍ଟି -୧୩/୩/୨୩ : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଥିବା ସ୍ଥାଟନ୍ କ୍ଲବ ଇଣ୍ଡୋର ଷ୍ଟାଡିୟମ ଠାରେ ଗତ ୯ ତାରିଖ ଠାରୁ ଆରମ୍ଭ ହୋଇଥିବା ଆନ୍ତଃରାଜ୍ୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ବାର ତାରିଖରେ ଶେଷ ହୋଇଯାଇଛିି ।ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ ଓ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ।ଟୁର୍ନାମେଣ୍ଟ ରେ ବିଭିନ୍ନ ସ୍ଥାନରୁ ୫୦ଟି ଦଳ ଖେଳରେ ଭାଗ ନେଇଥିବା ବେଳେ 2 ଦଳ ଅନୁଗୁଳ ଓ ଜୟପୁର ଶେଷ ପର୍ଯ୍ୟାୟରେ ପହଂଚି ଥିଲେ । ଟୁର୍ନାମେଣ୍ ଆୟୋଜନ କମିଟି ର ସଭାପତି ଡାକ୍ତର ସମଲାଇ ପ୍ରସାଦ ପଣ୍ଡା ଅଧ୍ୟକ୍ଷତାରେ ପୁରସ୍କାର ବିତରଣ ଉତ୍ସବ ଆୟୋଜିତ ହୋଇଥିଲା। ଅନ୍ୟତମ ସମ୍ମାନୀତ ଅତିଥି ରୂପେ ଜିଲ୍ଲା ପରିଷଦଚେୟାରମ୍ୟାନ ମୋତିରାମ ନାୟକ, ଜିଲ୍ଲା ଆଥଲଟିକ ସଂଘ ରୁ ପ୍ରହଲ୍ଲାଦ ତ୍ରିପାଠୀ ଜିଲ୍ଲା ଓ ୟୁ ଜେ ର ସଭାପତି ତଥା ପାପଡାହାଣ୍ଡି ବ୍ଲକ ଉପାଧ୍ୟକ୍ଷ ସୁଶାନ୍ତ ବେହେରା ବିଡ଼ିଓ ଦୁର୍ଯ୍ୟୋଧନ ଭୋଇ ପ୍ରମୁଖ ତଥା ମୁଖ୍ୟଅତିଥି ଭାସ୍କର ରଇତ ଓ ମୁଖ୍ୟବକ୍ତା ମନୋହର ରନ୍ଧାରୀ ମଞ୍ଚାସୀନ ଥିଲେ। ଫାଇନାଲ ମ୍ୟାଚରେ ଅନୁଗୁଳ ବିଜୟ ଲାଭ କରିଥିଲା ।ବିଜୟଦଳକୁ ଅତିରିକ୍ତ ଜିଲ୍ଲାପାଳ ଟ୍ରଫି ସହ 15555 ପୁରସ୍କୃତ କରିଥିବା ବେଳେ ରନର୍ସ ଅପ ଦଳଙ୍କୁ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଟ୍ରଫି ସହ 11111 ଟଙ୍କା ପୁରସ୍କୃତ କରିଥିବା ଦେଖିବାକୁ ମିଳିଥିଲା ।ସ୍ଵାଧୀନ ପୁଜାରୀ,ସୁରଜ୍ ମହାରଣା,କପିଲ ଅଗ୍ରୱାଲ ଆଜିର ଖେଳ ପରିଚାଳନା କରିଥିବା ବେଳେ ଡାକ୍ତର ସଚ୍ଚିକାନ୍ତ ଲେଙ୍କା, ପ୍ରଦୀପ ଦାସ, ସନ୍ତୋଷ ବରାଡ,ପ୍ରଦ୍ୟୁମ୍ନ ଦାସ, ବାରିଜ ପଟ୍ଟନାୟକ, ହାନେଶ ପାତ୍ର ବାଘ ସମେତ ସ୍ପା ର୍ଟ ନ କ୍ଳବ ର ସମସ୍ତ ସଦସ୍ୟ ଟୁର୍ଣ୍ଣାମେଣ୍ଟ ପରିଚାଳନା ରେ ସହଯୋଗ କରିଥିଲେ ।

ଗୋବର୍ଦ୍ଧନ ସାହୁ,ତେନ୍ତୁଳିଖୁଣ୍ଟି

Related posts

ମ.ରାମପୁର ବ୍ଲକସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଂଟ // ମହିଳା ବିଭାଗରେ ମ.ରାମପୁର ଓ ପୁରୁଷ ବିଭାଗରେ ମୁଡ଼ିଂ ଚମ୍ପିଅନ୍‌

Sunil Chandra Nayak

ରାୟଗଡ଼ ସ୍ଵୟଂଶାସିତ ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାର ଉଦ୍‌ଘାଟନ ଉତ୍ସବ

Sunil Chandra Nayak

ନବରଙ୍ଗପୁର ଓ ଜଗତସିଂପୁର ଜିଲ୍ଲା ଖେଳାଳିଙ୍କ ମିଳିତ ସଫଳତା

masiha

Leave a Comment

error: Content is protected !!