ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ବନ୍ଧୁଗାଁ ବ୍ଲକରେ ମା ଅଗ୍ନିଗଙ୍ଗାମା ଠାକୁରାଣୀ ଘଟ ଯାତ୍ରା

ବନ୍ଧୁଗାଁ ତା,୧୩।/୩/୨୩,କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକର ନିଲାବାଡି ଗ୍ରାମ ଠାରେ ବିଗତ ସୋମବାର ୬ ତାରିଖରୁ ଆରମ୍ଭ ହୋଇଯାଇଛି ମା ଅଗ୍ନିଗାଙ୍ଗାମା ଠାକୁରାଣୀ ଘଟ ଯାତ୍ରା I ଏହି ଦକ୍ଷିଣ ଓଡିଶାର ପ୍ରସିଦ୍ଧ ଆନ୍ଦ୍ର ଓ ଓଡିଶା ଦୁଇ ରାଜ୍ୟର ଭକ୍ତଙ୍କ ସମାଗୋମ ରହିଥାଏ I ଏହି ଯାତ୍ରା ୬ ରୁ ଆରମ୍ଭ ହୋଇ ୧୪ ତାରିଖ ବୁଧବାର ଦିନ ଶେଷ ହୋଇଥାଏ I ଏଥିରେ ମାଙ୍କ ଶ୍ରଦ୍ଧାଳୁ ଦୂର ଦୁରାନ୍ତରୁ ଦୋକାନ ବଜାର ଆଣି ନଅ ଦିନ ଦୋକାନ କରି ଥାନ୍ତି I ମାଙ୍କ ଦର୍ଶନ ପାଇଁ ସଖାଳ ଠାରୁ ରାତ୍ର ପର୍ଯ୍ୟନ୍ତ ଦର୍ଶନ କରବା ପାଇଁ ପୂଜା କମିଟିର ମେମ୍ବର ଦାୟୀତ୍ୱରେ ରହିଥିବା ଭୋଲୁଣ୍ଟର ମାନେ ଭକ୍ତଙ୍କ ପାଇଁ ତିନି ଗୋଟି ଟିକେଟ କାଉଁଟର କରାଯାଇଛି I ଶ୍ରଦ୍ଧାଳୁଙ୍କ  ରହଣି ପାଇଁ ଖାଲି ପଡିଆ ଓ ପାଣିର ବ୍ୟବସ୍ତା ଓ ଦର୍ଶନ ପାଇଁ ଟିକେଟ ଅନୁଯାଇ ବ୍ୟବସ୍ଥା ହୋଇଛି I ଭକ୍ତଙ୍କ ମନକୁ ଟା ଣୁଛନ୍ତି ମା ଅଗ୍ନିଗାଂଗାମା, ଯଦ୍ୱାରାକି ଭକ୍ତମାନେ ମାଙ୍କ ଠାରେ ଦିନକୁ ଦିନ ହଜାର ହଜାର ଭକ୍ତଙ୍କ ଠାରୁ ପୂଜା ପାଉଥିବାର ଦେଖିବାକୁ ମିଳିଛି I ମାଙ୍କ ଦର୍ଶନ ପାଇଁ ଦୂରଦୁରାନ୍ତରୁ ଆସି ମାଙ୍କୁ ବିଶ୍ୱାସ କରି ମୁଣ୍ଡନ ପାଇଁ ମଧ୍ୟ ମନତ କରିଥାନ୍ତି I ଏଥିସହ ମନତର ପୁରା ହେଲେ ମାଙ୍କୁ ଛେଳି କୁକୁଡ଼ା, ପାରା, ଇତ୍ୟାଦି ମଧ୍ୟ ବଳି ଚଢାଇ ଥାନ୍ତି I ଏପରି ଭାବରେ ଭକ୍ତଙ୍କ ଠାରେ ମାଙ୍କ ବିଶ୍ୱାସ ଭରି ରହିଥାଏ I ଦିନକୁ ଦିନ ଶ୍ରଦ୍ଧାଳୁ ପହଞ୍ଚି ଥୁବାର ଦେଖିବାକୁ ମିଳିଥାଏ I ଆଉ ଦୁଇଦିନ ଅର୍ଥାତ ବୁଧବାର ସକାଳେ ମାଙ୍କୁ ବିଦାୟ କରିବା ସହ ଯାତ୍ରା ଶେଷ ହୋଇଥାଏ I

ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ପେରାପେରୀ ପାହାଡ ଶୀର୍ଷରେ ପୂଜା ପାଉଛନ୍ତି ମା ବନଦୁର୍ଗା

Sunil Chandra Nayak

ଆଳତୁମା ଗ୍ରାମର ପ୍ରତିଷ୍ଠିତ ପାର୍ଶ୍ଵଦେଵୀ ମା ଵ୍ରାହ୍ମଣୀଦେଵୀଙ୍କ ଶକ୍ତି ପୀଠରେ ବୈଶାଖ ପୂର୍ଣ୍ଣିମା ପର୍ବ ଅନୁଷ୍ଠିତ

ରୁପ୍ରା ରୋଡ ରେ ହନୁମାନ ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!