ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଘରୋଇ ଯାତ୍ରୀବାହୀ ବସ ଓଲଟି ୨୦ ରୁ ଉର୍ଦ୍ଧ୍ବ ଆହତ ହୋଇଥିବା ବେଳେ ଦୁଇ ଗୁରୁତର

ମୟୂରଭଞ୍ଜ: ୧୩/୩/୨୩ (ମସିହା) ଯାତ୍ରୀବାହୀ ବସ ଓଲଟି ୨୦ ରୁ ଉର୍ଦ୍ଧ୍ବ ଆହତ ହୋଇଥିବା ବେଳେ ଦୁଇ ଗୁରୁତର ହୋଇଥିବାର ସୂଚନା ମିଳିଛି। ତେବେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଇନ୍ଦ୍ରାଣୀ ନାମକ ଯାତ୍ରୀବାହି ବସ ଟି ବେତନଟୀ ଥାନା ଅନ୍ତର୍ଗତ ୧୮ ନଂ ଜାତୀୟ ରାଜପଥ କୃଷ୍ଣଚନ୍ଦ୍ରପୁର ଠାରେ ଦୁର୍ଘଟଣା ଗ୍ରସ୍ତ ହୋଇଛି। 

       ସୂଚନା ଅନୁଯାୟୀ, ରାଇରଙ୍ଗପୁର ରୁ ପ୍ରାୟ ୫୦ ଜଣ ଯାତ୍ରୀ ଙ୍କୁ ନେଇ ଇନ୍ଦ୍ରାଣୀ ବସ ଟି ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ରାତ୍ରି ପ୍ରାୟ ୧୨:୩୦ ବେଳେ କୃଷ୍ଣଚନ୍ଦ୍ରପୁର ଫ୍ଲାଇ ଓଭର ନିକଟରେ ବସ ର ଆଗ ଚକ କୋଣସି କାରଣ ପାଇଁ ଫାଟି ଯିବାରୁ ଭାରସାମ୍ୟ ହରାଇ ଜାତୀୟ ରାଜପଥରେ ଓଲଟି ପଡ଼ିଥିଲା। ଏଥିରେ ବସରେ ଥିବା ୨୦ ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଏ ସମ୍ପର୍କରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ବେତନଟୀ ଥାନା ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ପ୍ରକ୍ରିୟା ଜାରି ରଖିଛନ୍ତି। ତେବେ ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପ୍ରଥମେ କେ.ସି.ପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ପ୍ରାୟ ୨୦ରୁ ଉର୍ଦ୍ଧ ଜଣ ଆହତ ମାନଙ୍କୁ ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଥି ମଧ୍ୟରୁ ୨ ଜଣ ଗୁରୁତର ଥିବା ବ୍ୟକ୍ତିଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇ ଥିବାର ସୂଚନା ମିଳିଛି। ତେବେ ଗୁରୁତର ବ୍ୟକ୍ତି ୨ଜଣ ହେଉଛନ୍ତି ରମେଶ ଚନ୍ଦ୍ର ମୁର୍ମୁ ଏବଂ ଯଶବନ୍ତ ସୋରେନ। ସେପଟେ ଦୁର୍ଘଟଣା କୁ ନେଇ ବେତନଟୀ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଜାମଦା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୫ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ;୨୦୨୫ ଷ୍ଟୁଡେଣ୍ଟ୍ ଅଫ୍ ଦ୍ୟା ଇଅର,୨୦୨୫ ର ଅନନ୍ୟା ଚୟନ

masiha

ସାମ୍ବିଧାନିକ ହକ୍ ଓ ଅଧିକାରର ସୁରକ୍ଷା ପାଇଁ ମହିଳାଙ୍କୁ ସ୍ବର ଉତ୍ତାେଳନ କରିବାର ସମୟ ଆସିଛି

Sunil Chandra Nayak

ଦଶପୁର ସରପଞ୍ଚ ଙ୍କ ମହାନତା ଅଂଚଳରେ ଭୁରି ଭୁରି ପ୍ରଶଂସା

Leave a Comment

error: Content is protected !!