ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମ୍ବିଧାନ ପ୍ରଣେତା ଡ଼ଃ ବି.ଆର.ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ପାଳିତ 

ସମ୍ବିଧାନ ପ୍ରଣେତା ଡ଼ଃ ବି.ଆର.ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ପାଳିତ 

ରାୟଗଡ/୧୪/୦୪/୨୦୪ ଭାରତର ସମ୍ବିଧାନ ପ୍ରଣେତା ଭାରତରତ୍ନ ଡଃ. ବାଵାସାହେବ ଭୀମାରାଓ ଆମ୍ବେଦକରଙ୍କ ୧୩୩ ତମ ଜୟନ୍ତୀ ରାୟଗଡ ଜିଲ୍ଲା ପ୍ରଶାସନ ପକ୍ଷରୁ ପାଳିତ ହୋଇଯାଇଛି l ୩୨୬ ନମ୍ବର ଜାତୀୟ ରାଜପଥ ରାୟଗଡା ସହରର ବସଷ୍ଟାଣ୍ଡ ନିକଟସ୍ଥ ଆଇଟିଡିଏ କାର୍ଯ୍ୟାଳୟ ସମ୍ମୁଖ ଟ୍ରାଫିକ ଛକ ଓ ରାମା ଟକିଜ ନିକଟସ୍ଥ ଆମ୍ବେଦକର ନଗରରେ ଅବସ୍ଥାପିତ ପ୍ରତିମୂର୍ତ୍ତିରେ  ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ,ଜିଲ୍ଲାମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଜିଲ୍ଲାପରିଷଦ ନିହାର ରଞ୍ଜନ କହଁର,ଅତରିକ୍ତ ଆରୋକ୍ଷୀ ଅଧିକ୍ଷକ ବିଷ୍ଣୁ ପ୍ରସାଦ ପାତ୍ର,ଉପଜିଲ୍ଲାପାଳ କଲ୍ୟାଣୀ ସଙ୍ଘ ମିତ୍ରା ଦେଵୀ, ଅତିରକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଭଗବାନ ଖରା,ଭାରପ୍ରାପ୍ତ ସୂଚନା ଓ଼ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ସୁସ୍ମିତା ବାଉରୀ ଏବଂ ଆମ୍ବେଦକର ପ୍ରେମୀ ଯୋଗଦାନ କରି ମଲ୍ୟାର୍ପଣ କରିଥିଲେ l

  ଏହାପରେ ସ୍ଥାନୀୟ ରାୟଗଡ କୃଷ୍ଣ ଚନ୍ଦ୍ର ନଗରଭବନ ଠାରେ ଜିଲ୍ଲାସ୍ତରୀୟ ସ୍ମୁତି ଚାରଣ ସଭା ଆୟୋଜିତ ହୋଇଥିଲା l ଜିଲ୍ଲାପାଳଙ୍କ ଶ୍ରୀ ମହାଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ, ଜିଲ୍ଲାମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ କହଁର, ଅତିରିକ୍ତ ଆରୋକ୍ଷୀ ଅଧିକ୍ଷକ ବିଷ୍ଣୁପ୍ରସାଦ ପାତ୍ର,ଉପଜିଲ୍ଲାପାଳ ଶ୍ରମତି କଲ୍ୟାଣୀ ଦେଵୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ମାଝୀ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଭଗବାନ ଖରାଆଦି ଯୋଗ ଦେଇ ନିଜର ବକ୍ତବ୍ୟରେ କହିଲେ ଯେ ଆମ୍ବେଦକର ହେଉଛନ୍ତି ସାମାଜିକ ଗଣତନ୍ତ୍ରର ପ୍ରତିଷ୍ଠାତା ଥିଲେ ଓ ଆମ୍ବେଦକରଙ୍କ ସଙ୍ଘର୍ଷମୟ ଜୀବନ ଓ ଭାରତ ପାଇଁ ତାଙ୍କର ଅତୁଳନୀୟ ଅବଦାନ ଉପରେ ଆଲୋକପାତ କରିଥିଲେ l ଡ଼ଃ ଅମ୍ବେଦକରଙ୍କ ଜୟନ୍ତି ପାଳନ ଉପଲକ୍ଷେ ଉଚ୍ଚ ବିଦ୍ୟାଳୟ ସ୍ତରରେ ଅନୁଷ୍ଠିତ ହୋଇଥିବା ବକ୍ତୃତା, ପ୍ରବନ୍ଧ ଓ଼ କଣ୍ଠ ସଂଘୀତ ପ୍ରତିଯୋଗିତାରେ କୃତି ପ୍ରତିଯୋଗିମାନଙ୍କୁ ଅଥିଥିମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା ।ଶେଷରେ ଭାରପ୍ରାପ୍ତ ସୂଚନା ତଥା ଜିଲ୍ଲା ସଂସ୍କୃତି ଅଧିକାରୀ ସୁସ୍ମିତା ବାଉରୀ ଧନ୍ୟବାଦ ଅର୍ପଣ କରିଥିଲl ବେଳେ ଶ୍ରୀ ସ୍ଥାନୀୟ ଗିବିନ୍ଦ ଚନ୍ଦ୍ର ଉଚ ବିଦ୍ୟାଳୟର ଏନସିସି ଶିକ୍ଷକ ପ୍ରଦୀପ ଦlଶ ସଂଯୋଜନା କରିଥିଲେ l ପୌର ପରିଷଦର ଓ଼ ଶିକ୍ଷା ବିଭାଗ ବିଶେଷ ସହାୟତା କରିଥିଲେ l ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ଭବାନୀ ଶବର , କୁମୁଦିନୀ ମିଶlଲ,ସୁଭାଷ କେରକେଟା,ସମ୍ରାଟ ସାହୁ, ଶ୍ରୀକାନ୍ତ ବିଶ୍ୱାଳ, ରାଜେନ୍ଦ୍ର ଦୋରା ପ୍ରମୁଖ ସହଯୋଗ କରିଥିଲେ l

ରାୟଗଡ଼ା ରୁ ଗୌରୀ ଶଙ୍କର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

କିନ୍ନର ମାନଂକ ଇଷ୍ଟ ଦେବୀ ପୁଜା ପାଳିତ

Sunil Chandra Nayak

ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇଲା_ପ୍ରାଥମିକଶିକ୍ଷକ ସଂଘ ଏକ୍ସ କ୍ୟାଡର 

Sunil Chandra Nayak

ସତୁରି ଦଶକର ବରିଷ୍ଠ କଳାକାର ଙ୍କ ବିୟୋଗରେ ସ୍ମୃତିଚାରଣ ସଭା 

masiha

Leave a Comment

error: Content is protected !!