ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁରେ ଅଗ୍ନିସେବା ସପ୍ତାହ ପାଳିତ

ଡାବୁଗାଁରେ ଅଗ୍ନିସେବା ସପ୍ତାହ ପାଳିତ

ଡାବୁଗାଁ, ୧୪/୪(ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ମହକୁମା ସ୍ଥିତ ଅଗ୍ନିସମ କେନ୍ଦ୍ର ଠାରେ ଅଗ୍ନିସେବା ସପ୍ତାହ ରବିବାର ପାଳିତ ହୋଇଯାଇଛି | ଏହି ଅବସରରେ ଅଗ୍ନିସମ କେନ୍ଦ୍ର ଅଗ୍ନିସମ ଅଧିକାରୀ ହିମାଂଶୁ ଶେଖର ନାୟକ ଙ୍କ ନେତୃତ୍ଵରେ ସମସ୍ତ କର୍ମଚାରୀମାନେ ଦମକଳ ଗାଡି ନେଇ ଚାଲିଚାଲି ଅଗ୍ନି ନିରାପତ୍ତା ଉପରେ ସ୍ଲୋଗାନ ଦେଇ ଡାବୁଗାଁ ସହର ପରିକ୍ରମା କରି କାର୍ଯ୍ୟ|ଳୟରେ ପହଞ୍ଚି ଥିଲେ | ଅଗ୍ନିସେବା ସପ୍ତାହ ପାଳନ ର ମୁଖ୍ୟ ଉଦ୍ଦେଶ୍ୟ ଜନସାଧାରଣଙ୍କୁ ଅଗ୍ନି ବିପତ୍ତିରୁ ସୁରକ୍ଷା ପାଇବା ହେଉଛି ମୂଳ ଲକ୍ଷ୍ୟ | ପରେ ଡାବୁଗାଁର ପେଟ୍ରୋଲ ପମ୍ପରେ ପହଞ୍ଚି କର୍ମଚାରୀ ମାନଙ୍କୁ ଅଗ୍ନି ନିରାପତ୍ତା ଉପରେ ସଚେତନତା କରିଥିଲେ |ଏହି ସଚେତନତା ପରିକ୍ରମରେ ଏଲଏଫଏମ ଉପେନ୍ଦ୍ର କୁମାର ମହାରଣା, ଏଫଏମଡି ମଙ୍ଗଳଦାନ ହିକ୍କକା, ଆଗ୍ନିକ ହେମନ୍ତ କୁମାର ମାଝି, ହେମନ୍ତ ନାୟକ, ଜନ୍ମେଜୟ ପଟେଲ ପ୍ରମୁଖ ସାମିଲ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଜଙ୍ଗଲ ସୁରକ୍ଷା ପାଇଁଁ ସଚେତନତା ସଭା

Sunil Chandra Nayak

ଧରାକୋଟ ରେ ଧାନ ମଣ୍ଡି ଉଦ୍ଘାଟିତ 

masiha

ଜାମଶୂଳୀ କଲେଜରେ ନୂଆ -ଓ ” ଓଡ଼ିଆ ସାହିତ୍ୟ ପ୍ରତିଯୋଗୀତା ” ର ଉଦଯାପନୀ ଉତ୍ସବ 

masiha

Leave a Comment

error: Content is protected !!