ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିମିଳିପାଳ କଲେଜ ଅଫ୍ ନର୍ସିଂରେ ସ୍ବାଗତ ଉତ୍ସବ

ଶିମିଳିପାଳ କଲେଜ ଅଫ୍ ନର୍ସିଂରେ ସ୍ବାଗତ ଉତ୍ସବ

 ମୟୂରଭଞ୍ଜ – ୨୯/୧୨ // : ରାଇରଙ୍ଗପୁରସ୍ଥିତ ଶିମିଳିପାଳ କଲେଜ ଅଫ୍ ନର୍ସିଂରେ ସ୍ବାଗତ ଉତ୍ସବ ମହତାବ ଭବନରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ଚେୟାରମ୍ୟାନ ଇଂ ଦୀନବନ୍ଧୁ ମହାନ୍ତଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ଏହି ଉତ୍ସବରେ ନିର୍ଦ୍ଦେଶକ ଇଂ ଉମାକାନ୍ତ ମହାନ୍ତ ସଭାପତିତ୍ୱ କରିଥିବାବେଳେ , ପ୍ରଶାସନିକ ଅଧିକାରୀ ଭବାନୀ ଶଙ୍କର ମହାନ୍ତି,ଯୁଗ୍ମ ନିର୍ଦେଶିକା ପୂଜା ରାଣୀ ସାହୁ, କଥାଶିଳ୍ପୀ ଲଳିତ ମହାନ୍ତ ,ଶ୍ରମିକ ନେତା ନିଗମାନନ୍ଦ ପଟ୍ଟନାୟକ,ଅଧ୍ୟାପିକା ପ୍ରୀୟଦର୍ଶିନୀ ମହାନ୍ତ ଯୋଗଦେଇ ସେବା ହେଉଛି ସ୍ବର୍ଗୀୟ ଏବଂ ମାନବ ସେବା ହିଁ ପ୍ରକୃତ ଇଶ୍ବର ସେବା ବୋଲି କହିଥିଲେ। ଫ୍ଲୋରେନ୍ସ ନାଇଟିଙ୍ଗେଲ ଓ ମଦର ଟେରେସା ପ୍ରମୁଖ ମାନବ ସେବାର ଏକ ପ୍ରତୀକ ଵୋଲି କହିଥିଲେ । ସେବାରେ କୌଣସି ସ୍ବାର୍ଥାଭିଳାଷ ନ ଥାଏ ବୋଲି କହିଥିଲେ। ସଂଘମିତ୍ରା ଚୌଧୂରୀ, ପମାଲି ହେମ୍ବ୍ରମ, ରଶ୍ମି ଚାଟାର୍ଜୀ, ସୁଭୁରା ମହାପାତ୍ର, ଭବାନୀ ଶଙ୍କର ମହାନ୍ତି ଓ ତାପସ ମହାନ୍ତ ପ୍ରମୁଖ କାର୍ଯ୍ୟକ୍ରମର ଉଦେଶ୍ୟ ଉପରେ ବକ୍ତବ୍ୟ ପ୍ରଦାନ କରିଥିବାବେଳେ ସନ୍ତୋଷ ଦତ୍ତ ମଂଚ ପରିଚାଳନା କରିଥିଲେ। ପରେ ବିଦ୍ୟାର୍ଥୀ ମାନଙ୍କ ଦ୍ଵାରା ଆକର୍ଷଣୀୟ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିବାବେଳେ କାର୍ଯ୍ୟକ୍ରମକୁ ବାସନ୍ତୀ ହେମ୍ବ୍ରମ,ମାନସ କୁମାର ନାଏକ, ଓମ୍‌ ଆୟୁଷ ବେହେରା ଓ ପ୍ରଣବ କୁମାର ଗିରି ପ୍ରମୁଖ ସଂଯୋଜନା କରିଥିଲେ।ଶେଷରେ ନିର୍ଦେଶକ ଇଂ ଉମାକାନ୍ତ ମହାନ୍ତ ଆସନ୍ତା ୨୦୨୫ ନବ ବର୍ଷ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ସମସ୍ତଙ୍କର ମଙ୍ଗଳ ହେଉ ଏବଂ ସୁଖ, ଶାନ୍ତି, ସୌହାର୍ଦ୍ଦ୍ୟପୂର୍ଣ୍ଣରେ ଵିତୁ ବୋଲି କାମନା କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ସନାତନ ଧର୍ମର ପୁନଃ ଉଦ୍ଧାର ପାଇଁ ଗୀତା ଗ୍ରନ୍ଥ ବଣ୍ଟନ 

masiha

୧୨୭ତମ ବାର୍ଷିକ ଉତ୍ସବ ପାଳନ

Sunil Chandra Nayak

ଭୂମିହୀନଙ୍କୁ ଘର ଡିହ ପଟ୍ଟା ବଣ୍ଟନ

Sunil Chandra Nayak

Leave a Comment

error: Content is protected !!