ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନର୍ଲା ହାଇସ୍କୁଲ୍ ର ୧୯୯୫ ବ୍ୟାଚ୍ ର ବନ୍ଧୁ ମିଳନ

ନର୍ଲା ହାଇସ୍କୁଲ୍ ର ୧୯୯୫ ବ୍ୟାଚ୍ ର ବନ୍ଧୁ ମିଳନ

କଳାହାଣ୍ଡି ଜିଲ୍ଲା ନର୍ଲା ହାଇସ୍କୁଲ ର ବନ୍ଧୁ ମିଳନ ସମର କଟା ବାଞ୍ଜି ନାଲ ଠାରେ ବିଶିଷ୍ଠ ସାମ୍ୱାଦିକ ଦୀପକ କୁମାର ଠାକୁର ଙ୍କ ଅଧ୍ୟକ୍ଷତାରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କୋଣ ଅନୁକୋଣରୁ ସମସ୍ତ ବନ୍ଧୁ ମାନେ ଯୋଗ ଦେଇ ଥିଲେ। ବହୁଦିନ ବ୍ୟବଧାନ ପରେ ବର୍ଷକୁ ଥରେ ବନ୍ଧୁ ମିଳନ ହୋଇ ଥିବାରୁ ପରିବେଶ ରେ ଆନନ୍ଦ ମୟ ହୋଇଯାଇଥିଲା। ଏହି ବନ୍ଧୁ ମିଳନ ରେ ସମ୍ବଲପୁର ର (ଏ.ଏସ୍. ସି. ଓ) ଅଜୟ କୁମାର ଚାନ୍ଦ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ବରିଷ୍ଠ ଶିକ୍ଷକ ଲଳିତ ମାଝୀ, ବରିଷ୍ଠ ଶିକ୍ଷକ ଯୁଧିଷ୍ଟିର ମାଝୀ,ସାମ୍ୱାଦିକ ନିରଞ୍ଜନ ଗଉଡ଼, ବରିଷ୍ଠ କିରାଣୀ ଖିତିଶ୍ ପୋଢ଼, ବେଦାନ୍ତ ରେ କାର୍ଯ୍ୟ କରୁଥିବା କର୍ମ ଚାରି ଦୈତାରି ବାଗ, ଲାଞ୍ଜିଗଡ଼ ର ଚାଷୀ ମନୋଜ୍ ବେହେରା ,ପ୍ରିୟବ୍ରତ ଚାନ୍ଦ, ସୁଦାମ ଝାଙ୍କର (ସମିତି ସଭ୍ୟ), ପ୍ରଦୀପ ଚନ୍ଦନ, ଚାଷୀ ଲୋହିତ ଭୋଇ, ଓ କୀର୍ତ୍ତି ଭୋଇ ସହ ୨୫ ରୁ ଉର୍ଦ୍ଧ ବନ୍ଧୁ ଯୋଗ ଦେଇ ନିଜ ନିଜର ଭାବନା ଆଦାନ ପ୍ରଦାନ କରି ଅତି ସୁରୁଖୁରୁରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ସମାପନ ହୋଇଥିଲା।

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

୭୫ତମ ସାଧାରଣତନ୍ତ୍ର ଦିବସ ପାଳନ ପ୍ରସ୍ତୁତି ବୈଠକ

masiha

ବୁଢ଼ାରଜା ହାଇସ୍କୁଲର କର୍ମଚାରୀ ଙ୍କ ଅକାଳ ବିୟୋଗ

Sunil Chandra Nayak

ପ୍ରାଧ୍ୟାପିକା ବିଷ୍ଣୁପ୍ରିୟା ରାଉତରାୟଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ।। “ଶିକ୍ଷାଦାନ କ୍ଷେତ୍ରରେ ଅବସର ନାହିଁ ” 

masiha

Leave a Comment

error: Content is protected !!