ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୁଲୱାମା ଆକ୍ରମଣ ରେ ସହିଦ୍ ଜବାନ ଙ୍କ ଉଦ୍ଦେଶ୍ୟରେ କାମାକ୍ଷା ନଗର ରେ କ୍ୟାଣ୍ଡେଲ୍ ଶୋଭା ଯାତ୍ରା 

କାମାକ୍ଷାନଗର: (ମନିସ ୧୫/୦୨_୨୦୧୯ ମସିହା ଫେବୃଆରୀ ୧୪ ତାରିଖ ଅପରାହ୍ନ ରେ ରାଜ ପଥରେ ଭାରତୀୟ ସେନାର କାଫିଲା ୭୮ ଟି ବସ୍‌ ରେ ଅଢ଼େଇ ହଜାର ଜବାନ ଟ୍ରାନ୍‌ଜିଟ୍ କ୍ୟାମ୍ପ କୁ ଫେରୁଥିବା ବେଳେ ବୋମା ବିସ୍ଫୋରଣ ରେ ୪୦ଜଣ ସି.ଆର. ପି.ଏଫ ଯବାନ ନିହତ ହୋଇଥିଲେ। ଏହି ଆତ୍ମଘାତି ଆଦିଲ୍ ଅହମଦ୍‌ ନିଜ ଜୀବନକୁ ବଳି ଦେଇ ଭାରତୀୟ ସେନାପକ୍ଷ ଙ୍କୁ ଦୋହଲାଇ ଦେଇଥିଲା।ଏହି ଯବାନ ମାନଙ୍କୁ ହରାଇ ସହିଦଙ୍କ ପାଇଁ ଲୁହ ଝରାଉଛନ୍ତି ପରିବାର ଓ ଦେଶ ବାସୀ । ଭାରତୀୟଙ୍କ ମନରେ ଏକ ଅଭୁଲା ସ୍ମୃତି କୁ ମନେପକାଇ କଳା ଦିବସ ଭାବେ ପାଳିତ ହୋଇଆସୁଛି ।ଏପଟେ ଏହି ଦିନଟି ସାର ରାଜ୍ୟ ପ୍ରେମ ଦିବସ ରୂପେ ପାଳିତ ହେଉଥିବା ବେଳେ ଏହି ଦୁର୍ଘଟଣାକୁ ନେଇ ସାରା ରାଜ୍ୟ କଳା ଦିବସ ରୂପେ ପାଳିତ ହୋଇଆସୁଛି ଆଜି ୪ ବର୍ଷ ପୂର୍ତ୍ତି ଅବସରରେ କାମାକ୍ଷାନଗର ସହିଦ ମାଟିର ଛାତ୍ର ସଂଗଠନ ପକ୍ଷରୁ କାମାକ୍ଷାନଗର ଜଗନ୍ନାଥ ମନ୍ଦିରରୁ କ୍ୟାଣ୍ଡେଲ ଶୋଭା ଯାତ୍ରା ବାହାରି ସହର ପରିକ୍ରମା କରି ଥିଲା l ଏହି କ୍ୟାଣ୍ଡେଲ ଶୋଭା ଯାତ୍ରାରେ ସମାଜସେବୀ ସରୋଜ କୁମାର ବେହେରାଙ୍କ ନେତୃତ୍ଵରେ ବିଭିନ୍ନ ୱାର୍ଡ ର ଛାତ୍ର ସଂଗଠନର ମୁଖ୍ୟ ପ୍ରିୟବତ ପଣ୍ଡା ,ଆଶୁତୋଷ ନାୟକ, ଦେବାସିସ୍ ସାହୁ, ଆଶୁତୋଷ ସାହୁ, ଶୁଭମ କୁମାର ପାତ୍ର, ପ୍ରତୀକ ବାରିକ୍ , ବଳରାମ ସାହୁ, ଚିନ୍ନମୟ ରଞ୍ଜନ ପ୍ରମୁଖ ୫୦ରୁ ଉର୍ଦ୍ଧ ଛାତ୍ର ସହିଦଙ୍କ ଉଦ୍ଦେଶ୍ୟରେ ନାରା ଦେଇ କ୍ୟାଣ୍ଡେଲ ଶୋଭା ଯାତ୍ରା କରି ସେହି ଅଭୁଲା ସ୍ମୃତି କୁ ମନେ ପକାଇଥିଲେ।କାମାକ୍ଷାନଗର ପୋଲିସ ଏଥିପାଇଁ ସହାୟତା କରିଥିଲେ ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଆନ୍ତଃ ବିଦ୍ୟାଳୟ ଆବାକସ ଷ୍ଟାର ଚମ୍ପିଆନସିପ୍ ଅନୁଷ୍ଠିତ

ଜାତିଗତ ପ୍ରମାଣପତ୍ର ପ୍ରଦାନ କ୍ଷେତ୍ରରେ ଜଳେଶ୍ଵର ତହସିଲର ଖାମଖିଆଲି ନୀତି ବିରୋଧରେ ପଶ୍ଚିମବାର୍ଡ ଗ୍ରାମବାସୀଙ୍କ ଆମରଣ ଅନଶନ ଓ ଗଣଧାରଣା 

Sunil Chandra Nayak

କଳା ବ୍ୟାଜ୍ ପିନ୍ଧି କାର୍ଯ୍ୟରେ ଯୋଗ ଦେଲେ ପିଇଓ

Sunil Chandra Nayak

Leave a Comment

error: Content is protected !!