ଫୁଲବାଣୀ / ସଭା ସମିତି ଠାରୁ ଆରମ୍ଭ କରି ବିବାହ, ବ୍ରତ, ବିବାହ ବାର୍ଷିକୀ, ଜନ୍ମଦିନରେ ସବୁଠି ଦିନକୁ ଦିନ ଫୁଲ ର ଚାହିଦା ବଢ଼ିବାରେ ଲାଗିଛି l ଫଳରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ର ସ୍ବୟଂ ସହାୟିକା ଗୋଷ୍ଠୀ ମହିଳାମାନଙ୍କୁ ଫୁଲ ଚାଷ କରିବା ଲାଗି ଫିରିଙ୍ଗିଆ ବ୍ଲକ ତରଫରୁ ଆନ୍ତରିକତା ଦେଖାଇ ନିଷ୍ଠାପର ଉଦ୍ୟମ, ଓ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଚଳିତ ବର୍ଷ ବ୍ଲକ ର ପନ୍ଦର ରୁ ଊର୍ଦ୍ଧ୍ଵ ପଂଚାୟତ ରେ ପାଖପାଖି ୫0ଟି ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ପଚାଶ ଏକର ଜମିରେ ଗେଣ୍ଡୁ ଫୁଲ ଚାଷ କରିଛନ୍ତି l ଏବେ ଫୁଲ ବିକ୍ରୀ କରି ବେଶ ଲାଭବାନ ହୋଇପାରିଛନ୍ତି ମହିଳା ମାନେ l ପ୍ରଥମ ପର୍ଯ୍ୟାୟ ରେ କିଲୋ ପିଛା ଷାଠିଏ ଟଙ୍କା ଦର ରେ ଫୁଲ ବିକ୍ରୀ କରିଥିବା କହିଛନ୍ତି l ଫୁଲବାଣୀ ସମେତ, ରାଜଧାନୀ ଭୁବେନେଶ୍ୱର, ବ୍ରହ୍ମପୁର ଆଦି ଅଂଚଳ ର ବ୍ୟବସାୟୀ ମାନେ ଆଗ୍ରହ ରେ ଗତ ଦୁଇ ସପ୍ତାହ ମଧ୍ୟରେ ଏକ କୁଇଣ୍ଟାଲ ଫୁଲ କିଣି ନେଇଥିବା ବିଡ଼ିଓ ରଶ୍ମି ରଞ୍ଜନ ମହନ୍ତ କହିଛନ୍ତି l
ଆଗକୁ ଆହୁରି ଅଧିକା ଫୁଲ ଉତ୍ପାଦନ ହେବ, ଆଉ ଗ୍ରୁପ ମହିଳାମାନେ ଭଲ ଦୁଇ ପଇସା ଲାଭବାନ ହେବେ ବୋଲି ବିଡ଼ିଓ ଶ୍ରୀ ମହନ୍ତ କହିଛନ୍ତି l ଫୁଲ ବ୍ୟବସାୟୀ ମାନେ ସେମାନଙ୍କ ବଗିଚାରୁ ଫୁଲ ସଂଗ୍ରହ କରିକି ନେବା ଲାଗି ଚୁକ୍ତି କରିଥିବା କହିଛନ୍ତି ବିଡ଼ିଓ l ଏହି ଫୁଲ ସେମାନଙ୍କୁ ରୋଜଗାର ଯୋଗାଇ ଥିବାରୁ ବ୍ଲକ ପ୍ରଶାସନ କୁ ଧନ୍ୟବାଦ ଜଣାଇଛନ୍ତି ସ୍ବୟଂ ସହାୟିକା ଗୋଷ୍ଠୀ ମହିଳା l ଫୁଲ ଚାଷ ଦେଖି ଜିଲାପାଳ ଆଶିଷ ଈଶ୍ୱର ପାଟିଲ, ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡି ଆର ଡି ଏ ବିଶ୍ୱରଂଜନ ନାୟକ ଖୁସି ବ୍ୟକ୍ତ କରିବା ସହ ଆଗାମୀ ଦିନରେ ଫୁଲ ଚାଷ ପ୍ରତି ଗୁରୁତ୍ୱ ଦେଇ ଅଧିକା ଚାଷ କରାଯିବା ଲାଗି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି l