ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିଶୁ ଓ ମହିଳା ବନ୍ଧୁ ଗ୍ରାମ ପଞ୍ଚାୟତ ସମ୍ବନ୍ଧୀୟ ଜାତୀୟ କର୍ମଶାଳା ରେ ଯୋଗ ଦେବା ପାଇଁ କଳାହାଣ୍ଡି ଜନ ପ୍ରତିନିଧି ଙ୍କ ଭୁବନେଶ୍ୱର ଯାତ୍ରା

ଭବାନିପାଟଣା ତା: ୧୬.୦୨.୨୦୨୩ :- ଆଜି ମଧ୍ୟାହ୍ନ ୧୨ ଘଣ୍ଟା ସମୟରେ କଳାହାଣ୍ଡି ଜିଲ୍ଲାର ୨୬ ଜଣ ସରପଞ୍ଚ, ୧୩ ଜଣ ପଞ୍ଚାୟତ ସମିତି ଅଧ୍ୟକ୍ଷ, ଜିଲ୍ଲାପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ପୁଷ୍ପେନ୍ଦ୍ର ସଂହଦେଓ ତଥା ସରକାରୀ ଅଧିକାରୀ ଭାବେ ଜିଲ୍ଲା ପଞ୍ଚାୟତ ଅଧିକାରୀ, କଳାହାଣ୍ଡି ଏବଂ DPM ( RGSA) ଏହି ପରି ମୋଟ ୪୨ ଜଣ ଜାତୀୟ କର୍ମଶାଳା ରେ ଯୋଗ ଦେବା ପାଇଁ ଭବାନୀପାଟଣା ଜିଲ୍ଲା ପରିଷଦ କାର୍ଯ୍ୟଳୟରୁ ବସ୍ ଯୋଗେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଛନ୍ତି । ଏହି ଯାତ୍ରା କୁ ଶ୍ରୀଯୁକ୍ତ ବିରଞ୍ଚି ନାରାୟଣ ଦରଭନ୍, ଅତିରିକ୍ତ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, କଳାହାଣ୍ଡି ପତାକା ଦେଖାଇ ଶୁଭ ଉଦ୍ ଘାଟନ କରିଥିଲେ ।

 ଆସନ୍ତା ତା: ୧୭.୦୨.୨୦୨୩ ରୁ ୧୯.୦୨.୨୦୨୩ ରିଖ ପର୍ଯ୍ୟନ୍ତ SIRD ( P.R Deptt.) ଦ୍ଵାରା KIIT ବିଶ୍ଵ ବିଦ୍ୟାଳୟ ଭୁବନେଶ୍ୱର ପରିସରରେ ଏହି ଜାତୀୟ କର୍ମଶାଳା ଅନୁଷ୍ଠିତ ହେବ । ଏହି କର୍ମଶାଳା ରେ LSDG କାର୍ଯ୍ୟକ୍ରମ ସମ୍ବନ୍ଧୀୟ ଶିଶୁ ବନ୍ଧୁ ଗ୍ରାମ ପଞ୍ଚାୟତ ଓ ମହିଳା ବନ୍ଧୁ ଗ୍ରାମ ପଞ୍ଚାୟତ ବିଷୟରେ ଆଲୋଚନା ହେବ । ଆସନ୍ତା ତା ୧୯.୦୨.୨୦୨୩ ଦିନ ଆମ ଜିଲ୍ଲାର ସଂପୃକ୍ତ ପ୍ରତିନିଧିବୃନ୍ଦ ଗଞ୍ଜାମ ଜିଲ୍ଲାକୁ କ୍ଷେତ୍ର ପରିଦର୍ଶନ ପାଇଁ ଯିବାର କାର୍ଯ୍ୟକ୍ରମ ରହିଛି ।

ମସିହା ନିଉଜ ସର୍ଭିସ୍ 

Related posts

ସର୍ଗୀଗୁଡ଼ା ପଞ୍ଚାୟତ ର ପୂର୍ବତନ ସରପଞ୍ଚଙ୍କ ଦେହାନ୍ତ 

masiha

ମୂଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ନୂତନ ପେନସନ ସ୍କିମ ଶିକ୍ଷକମାନଙ୍କ ଦୁଇ ଦଫା ଦାବିପତ୍ର ପ୍ରଦାନ

Sunil Chandra Nayak

ସର୍ଵ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିପର୍ଯ୍ୟୟ ପରିଚାଳନା ଓ ଅଗ୍ନି ନିରାପତ୍ତା କାର୍ଯ୍ୟକ୍ରମ ଆୟୋଜିତ 

masiha

Leave a Comment

error: Content is protected !!