ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ଵର୍ଗତ ଜୟନ୍ତ କୁମାର ସିଂ ଙ୍କ ଶୋକ ସଭା କଲେ ଜୟପାଟଣା ସରପଞ୍ଚ ସଂଘ

ଭବାନୀପାଟଣା – – କଳାହାଣ୍ଡି ଜିଲ୍ଲା ବଡ ଟେମରି ସରପଞ୍ଚ ଜୟନ୍ତ କୁମାର ସିଂ ଙ୍କ ସ୍ମୃତିରେ ଜୟପାଟଣା ସରପଞ୍ଚ ସଂଘ ପକ୍ଷରୁ ବାନେର ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ସଂଘ ସଭାପତି କୈଳାସ ଚନ୍ଦ୍ର ସାହୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ସରପଞ୍ଚ ସ୍ଵର୍ଗତ ଜୟନ୍ତ କୁମାର ସିଂ ଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ ଧୂପ ଦୀପ ଅର୍ପଣ ପରେ ଅମର ଆତ୍ମାର ସଦ୍ ଗତି କାମନା କରି ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ଇଣ୍ଡିଆନ ତିବତୀୟ ବୋର୍ଡର ଜବାନରୁ ଅବସର ଗ୍ରହଣ କରିବା ପରେ ଜନସେବା କରିବା ନିମନ୍ତେ ରାଜନୀତି କୁ ଆସିଥିବା ଶ୍ରୀ ସିଂ ନିଜ ଅମାୟିକ ବ୍ୟବହାର ଓ ପରୋପକାରୀ ଭାବେ ପରିଚିତ ଲାଭ କରିଥିଲେ ତାଙ୍କରି ନୀତି ଆଦର୍ଶ ଆମ ପାଇଁ ପ୍ରେରଣା ଦେବ, ତାଙ୍କର ଆକସ୍ମିକ ବିୟୋଗ ଏକ ଅପୂରଣୀୟ କ୍ଷତି ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ। ବୈଠକରେ ସଂଘ ସମ୍ପାଦକ ଯଦୁମଣି ସାହୁ, ଗୌତମ ମାଝୀ, କେଶବ ଲାଲ ପଣ୍ଡା, ମାର୍କଣ୍ଡ ପଣ୍ଡା, ପୁରଞ୍ଜନ ପୁଝାରୀ, ଟେମଲ ନାଏକ, ପରୀକ୍ଷିତ ନାଏକ, ଚନ୍ଦନ ପୁଝାରୀ ଙ୍କ ସମେତ ଜୟପାଟଣା ବ୍ଲକ ର ୨୧ ଗୋଟି ପଞ୍ଚାୟତର ସରପଞ୍ଚ ଓ ସରପଞ୍ଚ ପ୍ରତିନିଧି ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଥିଲେ।

ସହ ସମ୍ପାଦକ ଅର୍ଜୁନ ପଟ୍ଟନାୟକ ଙ୍କ ରିପୋର୍ଟ

Related posts

ଦାବି ପୂରଣ ପାଇଁ ଅମଲାମାନଙ୍କ ଆଜିଠାରୁ କଳା ଵ୍ଯାଜ୍ ପରିଧାନ

ବରିଷ୍ଠ ନାଗରିକ ମଞ୍ଚ ତରଫରୁ ଗୃହ ଓ ସହରାଞ୍ଚଳ ମନ୍ତ୍ରୀଙ୍କୁ ଦାବିପତ୍ର 

masiha

ବିଜାତଳାରେ ବ୍ଳକ ସ୍ତରୀୟ ବାଲ୍ୟ ବୈଜ୍ଞାନିକ ମେଳାରେ ୫୨ ପ୍ରକଳ୍ପ ପଂଜିକୃତ 

masiha

Leave a Comment

error: Content is protected !!