ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟ୍ରକ ଦୁର୍ଘଟଣାରେ ଵୃଦ୍ଧଙ୍କ ମୃତ୍ୟୁ , କ୍ଷତିପୂରଣ ଦାବିରେ ପରିବାର ଲୋକଙ୍କ ରାସ୍ତା ଅବରୋଧ

ଟ୍ରକ ଦୁର୍ଘଟଣାରେ ଵୃଦ୍ଧଙ୍କ ମୃତ୍ୟୁ , କ୍ଷତିପୂରଣ ଦାବିରେ ପରିବାର ଲୋକଙ୍କ ରାସ୍ତା ଅବରୋଧ

ଜୁନାଗଡ଼,୧/୯(ମନୀ ସ)କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହର ସ୍ଥିତ ରେଳ ଷ୍ଟେସନ ଛକ ନିକଟରେ ସନ୍ଧ୍ୟାରେ ଟ୍ରକ ଧକ୍କାରେ ଜଣେ ବୃଦ୍ଧଙ୍କଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ମୃତ ବୃଦ୍ଧଙ୍କ ନାମ ଜଗଦୀଶ ହାତୀ ଏବଂ ସେଜୁନାଗଡ଼ ସହର ହଣ୍ଡାଖାଲପଡାର ବୋଲି ଜଣାପଡିଛି । ଅନ୍ୟ ପକ୍ଷରେ କ୍ଷତି ପୁରଣ ଦାବୀରେ ମୃତ ପରିବାର ଲୋକେ ରାସ୍ତା ଅବରୋଧ କରିଛନ୍ତି । ଘଟଣା ସ୍ଥଳରେ ଜୁନାଗଡ଼ ଥାନା ଭାରପ୍ରାପ୍ତ ଅଧିକାରୀ ଶେଷଦେଵ ବେହେରା ଓ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ରାସ୍ତା ଅବରୋଧ କାରୀଙ୍କୁ ବୁଝାସୁଝା କରିଥିଲେ।ଗାଡି ମାଲିକ ଓ ମୃତ ପରିବାର ଲୋକଙ୍କ ମଧ୍ୟରେ ବୁଝାମଣା ହେବାରୁ ରାସ୍ତାରୋକ ହଟିଥିଲା।ଅନ୍ୟପକ୍ଷ୍ୟରେ ସହରର ଜୁନାଗଡ଼ କୁରୁଗୁଡା ରାସ୍ତା ଏକ ଦୁର୍ଘଟଣା ପ୍ରବଣ ଅଂଚଳ ହୋଇଥିବା ସହ ମରଣ ଯନ୍ତା ପାଲଟିଛି।ଏହି ରାସ୍ତା ସଂକୀର୍ଣ୍ଣ ହୋଇଥିବା ବେଳେ ସବୁବେଳେ ଭାରି ଜାନ ଚଳାଚଳ ହୋଇ ଟ୍ରାଫିକ ସମସ୍ୟା ଲାଗିରହୁଛି।ଏହି ରାସ୍ତାରେ ରେଳ ଷ୍ଟେସନ, କେନ୍ଦ୍ରୀୟ ଓ ରାଜ୍ୟ ପନ୍ୟାଗାର,ଆଇଟିଆଇ,ଡିଗ୍ରୀ କଲେଜ, ମଡେଲ ସ୍କୁଲ, ଗ୍ରୀଡ଼, ତହସିଲ, କୃଷି କାର୍ଯ୍ୟାଳୟ ପରି ଅନେକ ସରକାରୀ ଓ ବେସରକାରୀ, କାର୍ଯ୍ୟାଳୟ ରହିଛି ,ଫଳରେ ସବୁବେଳେ ରାସ୍ତା ଜାମ ରହୁଛି।ସହରବସି ଅନେକଥର ରାସ୍ତାର ପ୍ରଶସ୍ତି କରଣ ପାଇଁ ଦାବି କରି ଆସୁଥିଲେ ମଧ୍ୟ ଆଜିପର୍ଯନ୍ତ ପ୍ରଶାସନ ନିରବ ରହିଛି।ଫଳରେ ଏହି ରାସ୍ତାରେ ଅନେକ ଥର ଏପରି ଦୁର୍ଘଟଣା ଘଟିଧନଜୀବନ ନଷ୍ଟ ହେଉଥିବା ଦେଖିବାକୁ ମିଳୁଛି।ଏଣୁ ତୁରନ୍ତ ରାସ୍ତାର ପ୍ରଶସ୍ତି କରଣ କରି ଯାତାୟତ ସୁବ୍ୟବସ୍ଥିତ କରି ବାକୁ ସହର ବସି ଦାବି କରିଛନ୍ତି।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଆମ୍ବୁଲାନ୍ସ ଅବହେଳାରୁ ନାବାଳିକାଙ୍କ ମୃତ୍ୟୁ: ନର୍ଲା ଥାନାରେ ଏତଲା ଦାଏର କଲେ ଯାଦବ ସମାଜ

Sunil Chandra Nayak

ଡକ୍ଟର ପବନ କୁମାର ଅଗ୍ରୱାଲ ମାଆ ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟର ନୂଆ କୁଳପତି

Sunil Chandra Nayak

ଜିଲ୍ଲାପାଳ,ରାୟଗଡ଼ଙ୍କ କାଶୀପୁର ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ 

masiha

Leave a Comment

error: Content is protected !!