ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ଏକତା ପଦଯାତ୍ରା ଅନୁଷ୍ଠିତ
ସୁନ୍ଦରଗଡ଼, ୨୪/୧୧/୨୫ — ଭାରତର ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ସମଗ୍ର ରାଜ୍ୟରେ ଅକ୍ଟୋବର ୩୧ ତାରିଖ ଠାରୁ ନଭେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଗୁଡ଼ିକ ଆୟୋଜିତ ହେବା ସଙ୍ଗେ ସଙ୍ଗେ “ଏକତା ପଦଯାତ୍ରା” ଆୟୋଜିତ ହେଉଅଛି। ଏହି ପରିପ୍ରେକ୍ଷୀରେ ଆଜି ସୁନ୍ଦରଗଡ଼ରେ ଜାତୀୟ ଏକତା ଏବଂ ଆତ୍ମନିର୍ଭରଶୀଳତାର ଭାବନାକୁ ଦୃଢ଼ କରି ଏକ ବିଶାଳ ଏକତା ପଦଯାତ୍ରା ଆୟୋଜିତ ହୋଇଯାଇଛି।
ଏହି ପଦଯାତ୍ରା ସ୍ଥାନୀୟ ଡି . ଆର. ଡି. ଏ. ଛକ ଠାରୁ ଆରମ୍ଭ ହୋଇ ଏସ ବି ଆଇ ଛକ, ସି ଡି ଏମ ଓ କାର୍ଯ୍ୟାଳୟ ଛକ ହୋଇ ବିଜୟ ଟକିଜ୍ ରୋଡ ଦେଇ ଜିଲ୍ଲା କ୍ରୀଡା ସଂସଦ ଷ୍ଟାଡିୟମ ଠାରେ ସମାପ୍ତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ରାଜ୍ୟ ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବ ବ୍ୟାପାର, ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ର ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ମାନ୍ୟବର ଉପ ବାଚସ୍ପତି ଶ୍ରୀ ଭବାନୀ ଶଙ୍କର ଭୋଇ, ମାନ୍ୟବର ରଘନାଥପାଲି ବିଧାୟକ ଶ୍ରୀ ଦୁର୍ଗା ଚରଣ ତନ୍ତୀ, ସୁନ୍ଦରଗଡ଼ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ତନୟା ମିଶ୍ର ଯୋଗ ଦେଇଥିଲେ। ଏହି ଅବସରରେ ଲୌହ ମାନବ ସର୍ଦ୍ଦାର ପଟେଲ ଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଏବଂ ଅତିଥି ମାନେ ପତାକା ଦେଖାଇ ପଦଯାତ୍ରା ର ଏହି ଏକତା ପଦଯାତ୍ରା ର ଶୁଭାରମ୍ଭ କରାଯାଇଥିଲା। ସେହିଭଳି ଉପରୋକ୍ତ ଚାରୋଟି ଛକ ମାନଙ୍କରେ ଠାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ଜିଲ୍ଲାବାସୀ ଙ୍କ ଦ୍ଵାରା ଏହି ପଦଯାତ୍ରା କୁ ବିପୁଳ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।
ସେହିଭଳି ଜିଲ୍ଲା କ୍ରୀଡା ସଂସଦ ଷ୍ଟାଡିୟମ ଠାରେ ଆୟୋଜିତ ସାଧାରଣ ସଭାରେ ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହିତ ସର୍ଦ୍ଦାର ପଟେଲ ଙ୍କ ଦୃଢ଼ ସଂକଳ୍ପ, କାର୍ଯ୍ୟନିଷ୍ଠା ଓ ଦେଶପ୍ରେମ ଆଜିର ପିଢ଼ି ମାନଙ୍କୁ ନିଶ୍ଚିତ ଭାବେ ପ୍ରେରଣା ଯୋଗାଇବ ଏବଂ ତାଙ୍କ ପଥ ଅନୁସରଣ କରି ଦେଶକୁ ଏକତା ର ସୂତ୍ର ରେ ବାନ୍ଧି ଦେଶକୁ ବିକାଶ ଦିଗରେ ଆଗେଇ ନେବେ ବୋଲି ନିଜ ଅଭିଭାଷଣରେ ପ୍ରକାଶ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ସର୍ଦ୍ଦାର ପଟେଲଙ୍କ ସାହସ ଏବଂ ଏକୀକରଣର ଚିରନ୍ତନ ଆଦର୍ଶକୁ ଆପଣେଇବା ପାଇଁ ଯୁବ ପିଢ଼ି ଙ୍କୁ ଆହ୍ବାନ ଦେଇଥିଲେ। ଯୁବ ଶକ୍ତି ମାନେ ବିକଶିତ ଭାରତ, ବିକଶିତ ଓଡ଼ିଶା ଏବଂ ବିକଶିତ ସୁନ୍ଦରଗଡ଼ ଗଠନ ରେ ସହାୟକ ହେବେ ବୋଲି ନିଜ ଅଭିଭାଷଣରେ ପ୍ରକାଶ କରିଥିଲେ। ସେହିଭଳି ଏହି ଅବସରରେ ମାନ୍ୟବର ମନ୍ତ୍ରୀ କହିଥିଲେ ସ୍ଵାଧୀନତା ସଂଗ୍ରାମ ରେ ସୁନ୍ଦରଗଡ଼ ଜିଲ୍ଳା ର ଅବଦାନ ଅତୁଳନୀୟ ଏବଂ ଜିଲ୍ଲା ର ସମସ୍ତ ସ୍ଵାଧିନତା ସଂଗ୍ରାମୀ ମାନଙ୍କ ସ୍ମୃତି ଚାରଣ କରିବା ସହିତ ସେମାନଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ସେହିଭଳି ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ସ୍ଵଦେଶୀ ଜିନିଷ ଆପଣାଇବା ଉପରେ ଗୁରୁତ୍ଵାରୋପ କରିଥିଲେ। ସ୍ଥାନୀୟ ଉତ୍ପାଦ କ୍ରୟ କରିବା ସହିତ, ସ୍ଥାନୀୟ ପର୍ଯ୍ୟଟନ ର ବ୍ୟାପକ ପ୍ରଚାର ପ୍ରସାର କରିବା ସହିତ ସ୍ଥାନୀୟ ଲୋକ ତଥା ଅଞ୍ଚଳ ର ଆର୍ଥିକ ବିକାଶ ଉପରେ ଗୁରୁତ୍ଵାରୋପ କରିଥିଲେ। ପରେ ପରେ ମାନ୍ୟବର ମନ୍ତ୍ରୀ ଉପସ୍ଥିତ ସମସ୍ତ ଙ୍କୁ ଏକତା ର ଶପଥ ପାଠ କରେଇଥିଲେ।
ଏହି କାର୍ଯ୍ୟକ୍ରମ ଅବସର ରେ ବିଭିନ୍ନ ଅନୁଷ୍ଠାନ ତଥା ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମରେ ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ଅମ୍ରିତ ପାଲ୍ କୌର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୂରଜ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ଅଭିମନ୍ୟୁ ମାଝୀ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ସୁରଞ୍ଜନ ସାହୁ, ସଦର ଉପଜିଲ୍ଲାପାଳ ସୁଶ୍ରୀ ତେଜସ୍ଵିନୀ ବେହେରା, ଆଇ ଏ ଏସ ଶିକ୍ଷାନବିଷ ସୁଶ୍ରୀ ଫାବୀ ରସିଦ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ମୁରଲୀ ବେହେରା, ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ନନ୍ଦିନୀ ମୁଣ୍ଡାରୀ, ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ତେଜ କୁମାର ଖେସ୍, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ, ମାନ୍ୟଗନ୍ୟ ଅତିଥି, ବିଭିନ୍ନ ଅନୁଷ୍ଠାନ ର କର୍ମକର୍ତ୍ତା ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ।
ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

