ଶ୍ରୀ ଅରବିନ୍ଦ ଦର୍ଶନରେ ଭାଗବତ ତତ୍ବ ଆଲୋଚନାଚକ୍ର
ରାଉରକେଲା: ଅଖିଳ ଭାରତୀୟ ସାହିତ୍ୟ ପରିଷଦ କେଶବ ନଗର ଶାଖା ଓ ସେକ୍ଟର ୫ ସ୍ଥିତ ଶ୍ରୀଅରବିନ୍ଦ ରାଉରକେଲା ସ୍କୁଲର ମିଳିତ ଆନୁକୂଲ୍ୟରେ ମାସିକ ସାରସ୍ଵତ ସମାବେଶ ଓ ଶ୍ରୀ ଅରବିନ୍ଦ ଦର୍ଶନରେ ଭାଗବତ ତତ୍ବ ସମ୍ପର୍କରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। କେଶବ ନଗର ଶାଖା ସଭାପତି ଶିକ୍ଷାବିତ ବିଜୟିନୀ ଜେନା ଙ୍କ ଆବାହକତ୍ୱ ଓ ସ୍କୁଲର ଶିକ୍ଷୟତ୍ରୀ ଗୀତାରାଣୀ ବେହେରାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ଆରଏସପି ଡିଜିଏମ ସୁବାସ ମହାପାତ୍ର, ବିଷୟ ବିଶେଷଜ୍ଞ ଭାବେ ଶିକ୍ଷାବିତ୍ ସୁସ୍ମିତା ମହାପାତ୍ର ଓ ସ୍ବତନ୍ତ୍ର ଅତିଥି ଭାବେ ଶିକ୍ଷାବିତ୍ ବ୍ରଜେନ୍ଦ୍ର ଦାଶ, ସ୍କୁଲର ତଥା ନିର୍ଦ୍ଦେଶିକା ଡ ଜ୍ୟୋସ୍ନା ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଆଲୋଚ୍ୟ ପ୍ରସଙ୍ଗରେ ମତ ରଖିଥିଲେ। ଅତିଥି ଓ ବକ୍ତାମାନେ ସେମାନଙ୍କ ବକ୍ତବ୍ୟରେ ସାଧାରଣ ମଣିଷ ଏକ ଦିବ୍ୟବ୍ୟକ୍ତି ରେ ପରିଣତ କରିବା ପାଇଁ ଭାଗବତ ଓ ଶ୍ରୀଅରବିନ୍ଦ ଯେଉଁ ଉପାୟ ଦେଇଛନ୍ତି ସେ ସମ୍ପର୍କରେ ଆଲୋଚନା କରିଥିଲେ। ସେମାନଙ୍କ ବକ୍ତବ୍ୟରେ ଗୁରୁ ହେଉଛନ୍ତି ପରମାତ୍ମା ଙ୍କ ପାଖରେ ପହଞ୍ଚାଇବା ପାଇଁ ମାଧ୍ୟମ । ଭାଗବତର ଶ୍ଳୋକ ବୁଝିପାରିଲେ ଦ୍ବନ୍ଦ ଦୂରହେବ । ସ୍ଥିତପ୍ରଜ୍ଞତା,ମାନବାନ୍ତର, ବିବର୍ତ୍ତନବାଦ,ଭୈ।ତିକ ଜଗତ ପ୍ରତି ଅନାସକ୍ତ ଭାବ, ଭାଗବତର ଲକ୍ଷ୍ୟ, ଆଧ୍ୟାତ୍ମିକ ଚେତନାର ଉତ୍ତରଣ ସମ୍ପର୍କରେ ବ୍ୟାପକ ଆଲୋଚନା କରିଥିଲେ। ଭାଗବତର ମୂଳକଥା ଭା ରୁ ଭାଗବତ,ଗ ରୁ ଜ୍ଞାନ,ବ ରୁ ବୈରାଗ୍ୟ ଓ ତ ରୁ ତତ୍ବ ସମ୍ପର୍କରେ ଆଲୋଚନା କରିବା ସହ ଯାହା ଏବେ ବିଜ୍ଞାନରେ ଅଛି ତାହା ଭାଗବତରେ ଥିଲା ବୋଲି ମତ ରଖିଥିଲେ। ଭାଗବତର ଲେଖା ଓ ଶ୍ରୀ ଅରବିନ୍ଦ ଙ୍କ ଲେଖା ମଧ୍ୟରେ କିପରି ତାରତମ୍ୟ ରହିଛି ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା। ପ୍ରାରମ୍ଭରେ କାର୍ଯ୍ୟକାରୀ ସଭାପତି ଜଗନ୍ନାଥ ରାଉତ ଆଭିମୁଖ୍ୟ, ସଭାପତି ଶ୍ରୀମତୀ ଜେନା ସଭାପତିତ୍ବ ଅଭିଭାଷଣ ସହ ଅନୁଷ୍ଠାନର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ସ୍କୁଲର ଅଧ୍ୟକ୍ଷା ମମତା ନାୟକ ତାଙ୍କ ବକ୍ତବ୍ୟରେ ଏଭଳି କାର୍ଯ୍ୟକ୍ରମ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଆମର ପୁରୁଣା ସସ୍କତି କିପରି ମାନବବାଦ ଉପରେ ପର୍ଯ୍ୟବେସିତ ସେ ସମ୍ପର୍କରେ ବକ୍ତବ୍ୟ ରଖିବା ସହ ଏଭଳି କାର୍ଯ୍ୟକ୍ରମ ପାଇଁ ସାଧୁବାଦ୍ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଶିକ୍ଷାବିତ ବ୍ରଜେନ୍ଦ୍ର ଦାଶ ବକ୍ତବ୍ୟ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଂଗଠନ ସମ୍ପାଦକ କୁଞ୍ଜବିହାରୀ ରାଉତ, ଗଙ୍ଗାଧର ପୁହାଣ, ତୁଷାର କାନ୍ତ ମିଶ୍ର, ସୁନିଲ ଦାଶ, ପୁଷ୍ପାଞ୍ଜଳି ମହାନ୍ତି, ସନ୍ଧ୍ୟାରାଣୀ ଲେଙ୍କା, ରଞ୍ଜିତ ଦାସ, କଳ୍ପନା ଚୈ।ଧୁରୀ, ବନ୍ଦନା ଦାସ, ନଳିନୀ ଦାସ, ଅଞ୍ଜଳି ମହାନ୍ତି, ସୁଶାନ୍ତ ରାଉତ, ଶ୍ରୀଧର ରାଉତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଶେଷରେ ଗୈ।ତମ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।
କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

