ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାନପୋଷ ଉପଖଣ୍ଡ ଡାକ୍ତରଖାନାର ପରିଚାଳନା ସମିତି ବୈଠକ ଆୟୋଜିତ

ପାନପୋଷ ଉପଖଣ୍ଡ ଡାକ୍ତରଖାନାର ପରିଚାଳନା ସମିତି ବୈଠକ ଆୟୋଜିତ

ବୈଠକରେ ବିଧାୟକ ଦୂର୍ଗାଙ୍କ ପ୍ରଶ୍ନ ଖୋଲିଲା ପାନପୋଷ ଉପଖଣ୍ଡ ଡାକ୍ତରଖାନାର ଅନେକ ଗୁମର କଥା

ରାଉରକେଲା: ରାଉରକେଲା ମହାନଗର ନିଗମ ଅଞ୍ଚଳର ପାନପୋଷ ସ୍ଥିତ ୟୁ ସି ଏଚ ସି ଦ୍ୱାରା ଆଜି ରାଉରକେଲା ମହାନଗର ନିଗମ ର ସମ୍ମିଳନୀ କକ୍ଷରେ ଡାକ୍ତରଖାନା ପରିଚାଳନା ସମିତିର ଏକ ବୈଠକ ଆୟୋଜିତ ହୋଇଥିଲା । ସମିତିର ଅଧକ୍ଷ ତଥା ମହାନଗର ନିଗମର କମିଶନର ଆଶୁତୋଷ କୁଲକର୍ଣ୍ଣିଙ୍କ ଉପସ୍ଥିତିରେ ଆୟୋଜିତ ଏହି ବୈଠକରେ ସମିତିର ସଦସ୍ୟ ତଥା ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ମଧ୍ୟ ଉପସ୍ଥିତ ଥିଲେ । ବୈଠକରେ ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ ଯୋଜନାର ମହାନାଗର ନିଗମ ଅଧୀନରେ ଥିବା ସମସ୍ତ ୪୦ଟି ଯାକ ୱାର୍ଡରେ ବର୍ତ୍ତମାନ ଡାକ୍ତରଖାନାର ପ୍ରତ୍ୟକ୍ଷ ତତ୍ୱାବଧାନରେ ଚାଲୁଥିବା ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ନିୟୋଜିତ ଥିବା ଡାକ୍ତରମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ ଆସୁନଥିବା ଏବଂ ଅନେକ ସମୟରେ ଡାକ୍ତରଖାନାରେ ଆବଶ୍ୟକ ଔଷଧ ମଧ୍ୟ ମହଜୁଦ ରହୁନଥିବା,ଅନେକ ସମୟରେ ଡାକ୍ତରଙ୍କ ଅନୁପସ୍ଥିତି ରେ ଫାର୍ମାସିଷ୍ଟ ରୋଗୀଙ୍କ ଔଷଧ ଦେଉଥିବା ସମେତ ଅନ୍ୟାନ୍ୟ ଅବ୍ୟବସ୍ଥାକୁ ନେଇ ବିଧାୟକ ଶ୍ରୀ ତନ୍ତୀ ଅସନ୍ତୋଷ ପ୍ରକାଶ କରିଥିଲେ । ପାନପୋଷ ସ୍ଥିତ ଉପଖଣ୍ଡ ସ୍ତରୀୟ ଡ଼ାକ୍ତରଖାନାରେ କେବେଠାରୁ ପ୍ରସୂତି ବିଭାଗର ଲେବର ରୁମ ବନ୍ଦ ଥିବା ନେଇ ବିଧାୟକ ଶ୍ରୀ ଦୂର୍ଗା ତନ୍ତୀଙ୍କ ପ୍ରଶ୍ନର ଉତ୍ତରରେ ଉପସ୍ଥିତ ଥୁବା ଡାକ୍ତର ଲେବର ରୁମ ଗତ ୨୦୧୪ରୁ ବନ୍ଦ ଥିବା କଥା କହିଥିଲେ । ସେହିପରି ଡାକ୍ତରଖାନାରେ ୨୦ଟି ବେଡ଼ ଥିବା ବେଳେ ଏଠି ରୋଗୀଙ୍କୁ ଭର୍ତ୍ତି କଣ ପାଇଁ ନ କରି ସମସ୍ତଙ୍କୁ ଆର ଜି ଏଚକୁ ପଠାଯାଇ ଅଯଥାରେ ଆରଜିଏଚରେ ଭିଡ ବୃଦ୍ଧି କଣ ପାଇଁ କରାଯାଉଅଛି ବୋଲି ହୋଇଥିବା ବିଧାୟକଙ୍କ ପ୍ରଶ୍ନର ଉତ୍ତର ବିଭାଗୀୟ କର୍ତ୍ତୃପକ୍ଷ ଦେଇପାରିନଥିଲେ । ଡାକ୍ତରଖାନା ପରିଚାଳନା ସମିତିର ଉପାଧକ୍ଷ ତଥା ଡାକ୍ତରଖାନାର ମୁଖ୍ୟ ଭାବେ ଏଡିୟୁପିଏଚଓ ପଦଟି ଦୀର୍ଘଦିନ ହେବ ଖାଲିଥିବାବେଳେ ଏହି ପଦରେ ଭୁବନେଶ୍ୱର ରେ ମୂଳ ନିଯୁକ୍ତି ପାଇଥିବା ଜଣେ ଡାକ୍ତର ଯିଏକି ଏଠି ଡାକ୍ତରଖାନାରେ ଭାରପ୍ରାପ୍ତ ମେଡ଼ିକାଲ ଅଫିସର ଭାବେ କାର୍ଯ୍ୟରତ ତଥା ଡେ଼ପୁଟେସନରେ ଆସିଛନ୍ତି ତାଙ୍କୁ କଣପାଇଁ ଏତେଦିନ ଏହି ପଦରେ ରଖାଯାଇଛି ବୋଲି ପ୍ରଶ୍ନ କରି ଏହି ପଦରେ ସ୍ଥାୟୀ ଜଣଙ୍କୁ ନିଯୁକ୍ତି ଦେବାପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଉପସ୍ଥିତ ଅଧକ୍ଷଙ୍କୁ ବିଧାୟକ ଶ୍ରୀ ତନ୍ତୀ ପରାମର୍ଶ ଦେଇଥିବା ଜଣାପଡିଛି । ଆସନ୍ତା ଦିନରେ ନିଜ ନିଜ ଦାୟୀତ୍ୱ ପ୍ରତି ସଚେତନ ରହି ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ ବିଧାୟକ ଶ୍ରୀ ତନ୍ତୀ ସମସ୍ତଙ୍କୁ ପରାମର୍ଶ ଡେଇଥିଲେ ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଆସନ୍ତା ୨୨ ରାଉରକେଲାରେ ପ୍ରଦର୍ଶିତ ହେବ ଓଡ଼ିଆ ଚଳଚ୍ଚିତ୍ର ଜଙ୍ଗଲ ଜଲୁଛେ 

Sunil Chandra Nayak

ମୋଦି ସରକାର ଙ୍କ କୁଶାସନ ଓ ଜନବିରୋଧୀ ନୀତି ବିରୋଧରେ ୧୬ ଫେବୃୟାରୀ ଦେଶବ୍ୟାପୀ ଧର୍ମଘଟ ଓ ହରତାଳ କୁ ସଫଳ କରିବା ପାଇଁ ମିଳିତ ଟ୍ରେଡ୍ ୟୁନିୟନ ପକ୍ଷରୁ ମୋଟର ସାଇକେଲ ରାଲି , ଜନସାଧାରଣ ସାମିଲ ହେବାକୁ ଆହ୍ୱାନ

masiha

ବ୍ଲକ୍ ସ୍ତରୀୟ ପଞ୍ଚାୟତି ରାଜ ଦିବସ ପାଳନ 

masiha

Leave a Comment

error: Content is protected !!