ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟସଭାପତି ରାଜନଗର ଅଞ୍ଚଳର ବାତ୍ୟାରେ ଫସଲର କ୍ଷୟକ୍ଷତି ପରିଦର୍ଶନ କଲେ

ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟସଭାପତି ରାଜନଗର ଅଞ୍ଚଳର ବାତ୍ୟାରେ ଫସଲର କ୍ଷୟକ୍ଷତି ପରିଦର୍ଶନ କଲେ

ରାଜନଗର-29.10.024କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକରେ ବାତ୍ୟା ‘ଦାନା’ କୃଷକର ଦାନା ଛଡାଇ ନେଇଥିବା ଏପରି ଅଭାବନୀୟ ଘଟଣାର ସଠିକ ଭାବେ ଦଳଗତ ନିର୍ବି ଶେଷରେ ସ୍ବଛତାର ସହ କ୍ଷେତ୍ର ଉପରକୁ ଯାଇ ଧାନ ଫସଲର କ୍ଷୟକ୍ଷତିର ପରି ଦର୍ଶନ କଲେ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି।ଏହା କେତେ କ୍ଷତି ହୋଇଛି ଆକଳନ କରି ଯେତେ ଶୀଘ୍ର ସରକାରଙ୍କ ନିକଟରେ ରିପୋର୍ଟ ପଠାଇବାକୁ ,ବାତ୍ୟା ସଫଳତାର ଶ୍ରେୟ ନେଇଥିବା ଜନ କଲ୍ୟାଣ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝି ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦେଇଛନ୍ତି।ଜିଲ୍ଲାପାଳଙ୍କ ଆଦେଶ ପ୍ରକାର ରାଜସ୍ବ ଵିଭାଗ ପକ୍ଷରୁ ଧାନଫସଲର କ୍ଷୟକ୍ଷତି ଆକଳନ କରିବା ସହ ଗାଁଗାଁବୁଲି ବାତ୍ୟାରେ ଘର ଭଙ୍ଗାର ତଦନ୍ତ କରି ଚାଲୁଛନ୍ତି।ଏହିତଦନ୍ତ ରିପୋର୍ଟ ସାତଦିନ ମଧ୍ୟରେ ସରକାରଙ୍କ ପାଖରେ ପହଁଚିଲେ ଵିପନ୍ନ କ୍ଷତିଗ୍ରସ୍ତ ହିତାଧିକାରୀଙ୍କୁ ସହାୟତା ଯୋଗାଇ ଦିଆଯିବ ଵୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।ବାତ୍ୟାରେ ପୂର୍ବ ଵିଜେଡି ସରକାର ସମୟରେ ଯେମିତି ସରକାରୀ ଅଧିକାରୀ ଓ କର୍ମଚାରୀ ମାନେ, କିଂକର୍ତ୍ତଵ୍ୟ ମୂଢ ‘ ହୋଇ ତାଙ୍କର କର୍ମୀମାନେ ସର୍ଵ ସର୍ବା ହୋଇ ଵିଧାୟକଙ୍କ ନିର୍ଦ୍ଦଶରେ ଅନୀୟମିତ ଭାବେ ଵାତ୍ୟାର ଅସଫଳ ମୁକାବିଲା ହେଉଥିଲା। ମୋହନ ସରକାରଙ୍କ ସମୟରେ ଵାତ୍ୟା ଦାନା ରେ ପ୍ରଶାସନକୁ ସ୍ବାଧୀନତା ଦିଆ ଯାଇଥିଲା,ସେମାନେ ସ୍ବଛତା ରଖି ବାତ୍ୟାରେ ଜନସାଧାରଣଙ୍କୁ ସଫଳତା ଯୋଗାଇ ଶ୍ରେୟ ନେଇଥିବା ମୁଖ୍ୟମନ୍ତ୍ରୀଙ୍କୁ ଔଷଧ ବିନା ତାଟିଆ କାମୁଡିବା ନ୍ୟାୟରେ ଵିଧାୟକ ଧୃଵ ସାହୁ ଵାତ୍ୟା ଦାନାରେ ଵିଜେପି ସରକାରର ବିଫଳତା ବୋଲି କହୁଥିବା ତାହା ଦୁର୍ଭାଗ୍ୟ ଜନକ ଓ ହାସ୍ୟାସ୍ପଦ ଵୋଲି ଵିଜେପି ନେତା ଲଳିତ କୁମାର ଵେହେରାଙ୍କ ସମେତ ଜନସାଧାରଣ କହିଛନ୍ତି। ସେଥିପାଇଁ ବିଜେପି କର୍ମୀମାନେ ଗାଁଗାଁକୁ ଯାଇ ପ୍ରଶାସନ ପକ୍ଷରୁ ଘରଭଙ୍ଗାର ସଠିକ ତଦନ୍ତ କରି ଲୋକଙ୍କୁ ସେବା ଯୋଗାଉଛନ୍ତିକି ନାହିଁ ତାହା ପଚାରି ବୁଝୁଛନ୍ତି।ଅପରପକ୍ଷରେ ଆଜି ବିଜେପି କୃଷକ ମୋର୍ଚ୍ଚାର କେନ୍ଦ୍ରାପଡା ଜିଲ୍ଲା ସଭାପତି ଶ୍ରୀଧର ପ୍ରଧାନଙ୍କ ନେତୃତ୍ବରେ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଶ୍ରୀଯୁକ୍ତ ମହେଶ୍ୱର ସାହୁ ବିଜେପିକୃଷକ ମୋର୍ଚ୍ଚାର ଉଚ୍ଚସ୍ତରୀୟ ଅନୁଧ୍ୟାନକାରି କମିଟି କେନ୍ଦ୍ରାପଡ଼ା ଜିଲ୍ଲାର ଵିଭିନ୍ନ ଵ୍ଲକରେ ବାତ୍ୟାରେ କ୍ଷତିଗ୍ରସ୍ତ କୃଷକଙ୍କୁ ଭେଟି ଧାନ କ୍ଷତ ପରିଦର୍ଶନ କରିଥିଲେ।ଏହି ଅବସରରେ ରାଜନଗର ବ୍ଲକର ରଙ୍ଗିଣୀ, ତାଳଚୁଆ, ବଗପାଟିଆ, ମହିଂସାସୁର, ହାତୀନା, କଣ୍ଡିରା, ଡେରା,ମହୁଲିଆ,ଗୁପ୍ତି,ସାତଭାୟା ଆଦି ପଞ୍ଚାୟତର କ୍ଷୟକ୍ଷତି ଅଞ୍ଚଳ ପରିଦର୍ଶନ କରି କୃଷକ ମାନଙ୍କ କ୍ଷୟକ୍ଷତି ଅନୁଧ୍ୟାନ କରି କୃଷକ ମାନଙ୍କ ସହିତ ଆଲୋଚନା ମାଧ୍ୟମରେ କହିଥିଲେ,ତହସିଲଦାର ଓ କୃଷି ଵିଭାଗ ସହିତ ଆଲୋଚନା କରି ତୁରନ୍ତ ତଦନ୍ତ ଵିବରଣୀ ପୈଠ କରିବାକୁ କହିଥିଲେ। ପ୍ରତିନିଧି ମାନଙ୍କ ମଧ୍ୟରେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସମ୍ପାଦକ ବିକ୍ରମ କେଶରୀ ରାଉତରାଏ, ସୁରଥ ସେଠି,ଚାନ୍ଦବାଲି ପ୍ରଭାରୀ ଉପେନ୍ଦ୍ର ରାଉଳ, ରାଜନଗର ବିଜେପି ପ୍ରଭାରୀ ସୁନାକାର ପ୍ରଧାନ, କୃଷକ ମୋର୍ଚ୍ଚାର ରାଜ୍ୟକାର୍ଯ୍ୟକାରିଣି ସଦସ୍ୟ ରାଜକିଶୋର ସାହୁ,କୃଷକ ମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦକ ବିଚିତ୍ର କୁମାର ପ୍ରଧାନ, ବିଶ୍ୱରଞ୍ଜନ ପଣ୍ଡା, ମୋର୍ଚ୍ଚାର ଜିଲ୍ଲା ଉପସଭାପତି ଶ୍ରୀକାନ୍ତ ସେନାପତି,ସୁଧାଂଶୁ ଜେନା,ସମ୍ପାଦକ ସତ୍ୟରଞ୍ଜନ ସାହୁ, ଜିତେନ୍ଦ୍ର ପଣ୍ଡା,ମୋର୍ଚ୍ଚାର ରାଜନଗର ବିଧାନସଭର ସଂଯୋଜିକା ଗୀତାଞ୍ଜଳି ଦାସ,31ନମ୍ବର ଜୋନର ନେତା ରାଜୀବ ଲୋଚନ ନାୟକ ଏବଂ ୩୧ନମ୍ବର ମଣ୍ଡଳ ସଭାପତି ତଥା ୪ଥର ସରପଞ୍ଚ ଥିବା ଦିଲୀପ ରାଉତ, ପଞ୍ଚାନନ ବିଶ୍ୱାଳ, ଟିଟନ ସେଠି, ହୃଷିକେଶ ସେଠି ପ୍ରମୁଖ ଉପସ୍ଥିତଥିଲେ।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!

Related posts

ସତ୍ୟାନନ୍ଦ ସରସ୍ଵତୀ ମହାରାଜଙ୍କ ଜନ୍ମ ଉତ୍ସବରେ ରକ୍ତଦାନ ଶିବିର

masiha

ମହାଶିବରାତ୍ରୀରେ ପଣା ବଣ୍ଟନ କାର୍ଯ୍ୟକ୍ରମ 

Sunil Chandra Nayak

ଜିଲ୍ଲା କ୍ରୀଡା ସଂଘ ପକ୍ଷରୁ ଫୁଟବଲ ରେଫରି ଚୟନ ପରୀକ୍ଷା 

masiha

Leave a Comment

error: Content is protected !!