ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋକସରା ଠାରେ ବିକଶିତ ଭାରତ ସଂକଳ୍ପ ରଥକୁ ସ୍ୱାଗତ ଓ ସଚେତନତା କାର୍ଯ୍ୟକ୍ରମ

କୋକସରା ଠାରେ ବିକଶିତ ଭାରତ ସଂକଳ୍ପ ରଥକୁ ସ୍ୱାଗତ ଓ ସଚେତନତା କାର୍ଯ୍ୟକ୍ରମ

କୋକସରା,୨୩/୧୨ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କୋକସରା ସଦର ପଞ୍ଚାୟତ ଠାରେ ବ୍ଲକ ପ୍ରଶାସନ ଓ ପଞ୍ଚାୟତ ପକ୍ଷରୁ ବିକଶିତ ଭାରତ ସଂକଳ୍ପ ରଥକୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି। କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ, ଓଏଲଏମ ବ୍ଲକ ସଂଯୋଜକ ସୁରେଶ ରାଉତ, ପୋଷ୍ଟାଲ କର୍ମଚାରୀ ଏମ. ଗଇନ୍ତା, ତପନ ପଟ୍ଟନାୟକ, ଅନ୍ତରାମ ପାତ୍ର ଓ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନେ ସ୍ୱାଗତ କରିଥିଲେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ଜନ ହିତକର ଯୋଜନା ସମ୍ପର୍କରେ ସଚେତନ କରାଯାଇଛି।ମଞ୍ଚ ପରିଚାଳନା ତ୍ରିଲୋଚନ ବାଗ କରିଥିବା ବେଳେ ପିଇଓ ଭବିଷ୍ୟତ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଭାରସ୍ୟାମ ହରାଇ ରାସ୍ତା କଡ଼କୁ ଓଲଟିଲା ପାଉଁଶ ବୋଝେଇ ଟ୍ରକ, ଚାଳକ ଗୁରୁତର

masiha

ମିନି ଷ୍ଟାଡିୟମ ନିର୍ମାଣରେ ଲକ୍ଷାଧିକ ଟଙ୍କା ଚଳୁ , ଏହା ପାଇଁ ଦାୟୀ କିଏ ତଦନ୍ତ ସାପେକ୍ଷ

Sunil Chandra Nayak

ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!