ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦରମା ବୃଦ୍ଧି ଏବଂ ସୁରକ୍ଷା ନେଇ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ଉପଜିଲ୍ଲାପାଳଙ୍କ୍କୁ ଲିଖିତ ଦାବିପତ୍ର

ଦରମା ବୃଦ୍ଧି ଏବଂ ସୁରକ୍ଷା ନେଇ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ଉପଜିଲ୍ଲାପାଳଙ୍କ୍କୁ ଲିଖିତ ଦାବିପତ୍ର

ମୟୂରଭଞ୍ଜ -୨୩/୧୨ ( ମସିହା) ରାଜ୍ୟରେ ୧୦୮ ଆମ୍ବୁଲାନ୍ସଙ୍କ ଅବଦାନ ଅବର୍ଣ୍ଣନୀୟ ।କି ଦୁର୍ଘଟଣା,କରୋନା ମହାମାରୀ, ବାତ୍ଯା,ବନ୍ୟା,ଫୋନ କଲ୍ ପାଇବା ମାତ୍ରେ ନିମିଷକ ମଧ୍ୟରେ ପହଞ୍ଚିବା ଇତ୍ୟାଦି ।ଏମାନେ ଏକ ଘରୋଇ ସଂସ୍ଥା ଅଧୀନରେ ସ୍ବଳ୍ପ ବେତନ ଏବଂ ମାଲିକର ଜୁଲମ ଖାଇ ପେଟପାଟଣା ନେଇ ଦାୟିତ୍ଵ ନିର୍ବାହ କରୁଛନ୍ତି ।୧୦୮ ଆମ୍ବୁଲାନ୍ସର କାର୍ଯ୍ୟରତ କର୍ମଚାରୀ ତଥା ଇଏମଟି,ପାଇଲଟ, ଏବଂ ଆଟେଣ୍ଡାଣ୍ଟ ମାନେ ୨୦୧୩ ମସିହାରୁ ନିର୍ଦ୍ଦିଷ୍ଟ ଭାବରେ କାମ ଓ ସେବା କରୁଛନ୍ତି । ଯେକୌଣସି ପରିସ୍ଥିତିରେ କି ଥିବା କି ରାତି ସଵୁଵେଳେ ଅଲର୍ଟ ହୋଇଥାନ୍ତି । ହେଲେ ସରକାର ସେମାନଙ୍କ ଦାବିପୂରଣ କରୁନାହାନ୍ତି । ସେମାନଙ୍କ ମୁଖ୍ୟ ଦାବି ହେଲା କାର୍ଯ୍ୟରତ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ନିୟମିତ କରିବା,ପାରିଶ୍ରମିକ ଅନୁସାରେ ୩୦ ହଜାର ଟଙ୍କା,ଫାଇଲଟିକୁ ୨୫ ହଜାର ଟଙ୍କା, ଏବଂ ଆଟଏଣ୍ଡଆଣ୍ଟଙ୍କଉ ୨୦ ହଜାର ଟଙ୍କା, ଏବଂ ଆଡଭଆନ୍ସ ଲାଇଫ ସାପୋର୍ଟକୁ ୩୫ ହଜାର ଟଙ୍କା ଦେବା, ;କାର୍ଯ୍ୟରତ ୧୦୮ ଆମ୍ବୁଲାନ୍ସ ଲୋକମାନଙ୍କୁ କାର୍ଯ୍ଯକ୍ଷେରରେ କାର୍ଯ୍ୟକ୍ଷେତ୍ରରେ ଆକ୍ରମଣକାରୀଙ୍କ ଉପରେ‌ କଠୋର‌କାର୍ଯ୍ଯାନୁଷ୍ଠାନ, ପ୍ରତ୍ୟେକ ଆ୧୦୮ ଆମ୍ବୁଲାନ୍ସ ରହୁଥିବା ସ୍ଥାନରେ କର୍ମଚାରୀଙ୍କ ପାଇଁ ରହଣି ଓ ଶୌଚାଳୟ ବ୍ୟବସ୍ଥା, କର୍ମଚାରୀଙ୍କ ଆକସ୍ମିକ ମୃତ୍ୟୁ ଜନିତ ଅନୁକମ୍ପା ରାଶି ୨୦ ଲକ୍ଷ ଏବଂ ଅକର୍ମଣ୍ୟ ପାଇଁ ୧୦ ଲକ୍ଷ ଟଙ୍କା ପ୍ରଦାନ କରିବା ଇତ୍ୟାଦି ଦାବି ନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଏବଂ ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବାମନଘାଟୀ ଉପଜିଲ୍ଲାପାଳ ଶ୍ରୀ ସରୋଜ ଦାସଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଏସଆଇଆର କାର୍ଯ୍ୟ ତଦାରଖ ; ବିଧାୟକଙ୍କୁ ଫର୍ମ ବାଣ୍ଟିଲେ ଉପଜିଲ୍ଲାପାଳ 

ରୁପ୍ରା ସ୍ଥିତ ଶ୍ରୀ ଅରବିନ୍ଦ ପୁର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ୪୧ତମ ପ୍ରତିଷ୍ଠା ପାଳନ

Sunil Chandra Nayak

ତହସିଲଦାରଙ୍କ ଉଦ୍ୟମରେ ରାଇରଙ୍ଗପୁରର ଏବଂ ନୂଆଗାଁ ର କିଛି ଜବରଦଖଲକାରୀ ମାନେ ସ଼ତଃସ୍ଫୁର୍ତ୍ତ ଭାବେ ଯାଗା ଛାଡୁଛନ୍ତି 

masiha

Leave a Comment

error: Content is protected !!