ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିକ୍ଷକ ହେଉଛନ୍ତି ବିଶ୍ଵକର୍ମା .., ଆଦର୍ଶ ବିଦ୍ୟାଳୟ ର ବାର୍ଷିକୋତ୍ସବ 

ଶିକ୍ଷକ ହେଉଛନ୍ତି ବିଶ୍ଵକର୍ମା ..,

ଆଦର୍ଶ ବିଦ୍ୟାଳୟ ର ବାର୍ଷିକୋତ୍ସବ 

ରାଉରକେଲା/ ବିଶ୍ରା ବ୍ଲକ ଅନ୍ତର୍ଗତ ମହିପାଣିରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ବାର୍ଷିକୋତ୍ସବ ଧୁମଧାମରେ ପାଳିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ପଲେଇଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରାଧ୍ୟାପିକା ହେମଲତା ତାଲେସେରା, ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍ ଡ଼ଃ କିଶୋରୀ ଦାଶ, ସମ୍ମାନିତ ଅତିଥି ଭାବେ ଏବିଇଓ କୃପାସିନ୍ଧୁ ପତି, ସମାଜସେବୀ ପ୍ରଦୀପ ରାଉତରାୟ, ମହେନ୍ଦ୍ର ସାହୁ,ବିଶ୍ରା ସରପଞ୍ଚ ସୁରଜ ନାୟକ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଆଶ୍ରିବଚନ ପ୍ରଦାନ କରିଥିଲେ। ମୁଖ୍ୟଅତିଥି ତାଙ୍କ ବକ୍ତବ୍ୟରେ ଶିକ୍ଷକ ମାନଙ୍କୁ ବିଶ୍ଵକର୍ମା ଋପଏ ଅବହିତ କରିଥିଲେ। ସମ୍ମାନିତ ଅତିଥି ଶ୍ରୀ ପତି, ଶ୍ରୀ ରାଉତରାୟ, ଶ୍ରୀ ସାହୁ ଓ ଶ୍ରୀ ନାୟକ ପ୍ରମୁଖ ବିଦ୍ୟାଳୟର ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ୱାରୋପ କରିବା ସହ ପିତାମାତା ଓ ଗୁରୁ ଙ୍କୁ ସମ୍ମାନ ତଥା ସଂସ୍କାରୀ ହେବା ପାଇଁ ପରାମର୍ଶ ଦେଇଥିଲେ। ଏହି ଅବସରରେ ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜାତୀୟ ସେବା ଯୋଜନା ରାଜ୍ୟ ସ୍ତରୀୟ ପୁରସ୍କାର ପାଇଁ ମାଁ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରୁ ‘ପ୍ରତାପ ଚନ୍ଦ୍ର ଦାଶ ଓ ଦୀପକ କୁମାର ବେହେରା’ ମନୋନୀତ

masiha

କଥା ଦେଇଥିଲେ କଥା ରଖିଲେ ୫ ଟି ସଚିବ ଭି କେ ପାଣ୍ଡିଆନ! ରାଇରଙ୍ଗପୁର ଗୋଶାଳାର ସ୍ଥାୟୀ ପଟାକୁ ସରକାରଙ୍କ ସ୍ଵିକୃତି

Sunil Chandra Nayak

ସାମ୍ବାଦିକଙ୍କ ପିତୃ ବିୟୋଗ

Sunil Chandra Nayak

Leave a Comment

error: Content is protected !!