ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁରେ  ଖରିପ ମାଣ୍ଡିଆ ମଣ୍ଡି ଉଦ୍ଘାଟନ

ବନ୍ଧୁଗାଁରେ  ଖରିପ ମାଣ୍ଡିଆ ମଣ୍ଡି ଉଦ୍ଘାଟନ 

ବନ୍ଧୁଗାଁ ତା, ୧୧/୧/୨୫, ଆଜି ସରପୋଲି ନିକଟ ଆର. କେ. ନଗର ଠାରେ ଶ୍ରୀ ଅନ୍ନ ଅଭିଯାନ ଖରୀପ ମାଣ୍ଡିଆ ମଣ୍ଡିର ବନ୍ଧୁଗାଁ ବ୍ଲକର ବିଡ଼ିଓ ଶ୍ରୀଅଭିଜିତ ବିଶ୍ୱଜିତ ସେଠି ଓ ତହସିଲଦାର ଶ୍ରୀମତି ସନାଲି ପାତ୍ର ମୁଖ୍ୟ ଅଧିକାରୀ ଭାବେ ଉପସ୍ଥିତ ରହି ଶୁଭ ଉଦ୍ଧଘାଟନ ହୋଇଥିଲା I ବନ୍ଧୁଗାଁ ବ୍ଲକର ଲେମନ ଘାସ ର ଅଧିକ୍ଷଙ୍କ ଦ୍ୱାରା ଖୋରିପ ମାଣ୍ଡିଆ ମଣ୍ଡି ଉଦ୍ଧଘାଟନ ହୋଇଥିବା ବେଳେ ହର୍ଷା ଟ୍ରଷ୍ଟ ର କର୍ମଚାରି ମାନେ ସହଯୋଗ କରିଥିଲେ I ଆଜି ପ୍ରଥମ ଦିନରେ ମାଣ୍ଡିଆ ୨୦ କୁଇଣ୍ଟାଲ ଉଠା ହେଇଛି I କୁଇଣ୍ଟାଲ ପିଛା ୪୫୦୦ ଦରରେ ଦୁଇଜଣ ଚାଷୀଙ୍କ ଠୁ ଉଠା ଯାଇଥିଲା I ଏଥିରେ ବନ୍ଧୁଗାଁ ବ୍ଲକରୁ ମୋଟ ହୋଇଥିଲା ୫୦୦ ଜଣ ଚାଷୀ ପଞ୍ଜିକରଣ କରିଛନ୍ତି, ଏହି ଖୋରିପ ମାଣ୍ଡିଆ କୋରାପୁଟ ଜିଲ୍ଲା  ଅନ୍ତର୍ଗତ ର ସୁନାବେଡାର ସରକାର  ଦ୍ୱାରା ହୋଇଥିବା ଏକ (ଟି. ଡି. ସି.) ନାମକ କେନ୍ଦ୍ର ଏହାକୁ ଉଠଉଥିବାର ଜାଣିବାକୁ ମିଳିଛି I ମାଣ୍ଡିଆ ମଣ୍ଡିରେ ମାଣ୍ଡି ଓଜନ କରି ଚାଷୀଙ୍କ ନାମ ପଞ୍ଜି କରଣ ଅନୁଯାଇ ସହଯୋଗ କରିବା ପାଇଁ ହର୍ଷା ଟ୍ରଷ୍ଟ ର ଅଧିକାରୀ ଗଣ ହେଲେ କାମେଶ ଖେମୁଣ୍ଡି, ଚୌଧରି କରକୋରିଆ, ଜି.ନରେଶ କୁମାର, ଏମ.ଗଣେଶ, ଅରୁଣ ବିଡ଼ିକା ଓ ବ୍ଲକର ସମସ୍ତ ସିଆରପି ମାନେ ଉପସ୍ଥିତ ରହିଥିଲେ I ଆଜିଠାରୁ ଆରମ୍ଭ କରି ୩ ମାସ ପର୍ଯ୍ୟନ୍ତ ଏହି ଖରିପ ମାଣ୍ଡିଆ ମଣ୍ଡି ଚାଲିବ ଓ  ସପ୍ତାହକୁ ମାତ୍ରକ ଦୁଇଦିନ ହିଁ ଖୋଲାଯିବ ଜନ ୧ରେ ମଙ୍ଗଳ ବାର ଓ ଜନ ୨ ରେ ଶୁକ୍ରବାର ଦୁଇ ଦିନ ହିଁ, ଖୋଲା ହବ ବଲି ସୂଚନା ମିଳିଛି I 

  ସଞ୍ଜୀବ କୁମାର ବାଙ୍ଗାରୀ ରିପୋର୍ଟର

 

Related posts

ମେଦିନୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ର ବୃକ୍ଷରୋପଣ କାର୍ଯ୍ୟକ୍ରମ

Sunil Chandra Nayak

ଲାଞ୍ଜିଗଡ଼ ବ୍ଲକ ପ୍ରଶାସନ ପକ୍ଷରୁ ଗୋବର୍ଦ୍ଧନପୁର ପଞ୍ଚାୟତରେ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର

Sunil Chandra Nayak

ଜିଲ୍ଲା ପର୍ଯ୍ୟଟନ ବିଭାଗ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ  “ଏକ ପେଡ ମା କେ ନାମ “ଅନୁଷ୍ଠିତ 

masiha

Leave a Comment

error: Content is protected !!