ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗାନ୍ଧୀଙ୍କ ୧୫୬ତମ ଜୟନ୍ତୀ ପାଳନ 

ଗାନ୍ଧୀଙ୍କ ୧୫୬ତମ ଜୟନ୍ତୀ ପାଳନ 

ରାଉରକେଲା: ସେକ୍ଟର ୨୦ ସ୍ଥିତ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ତରଫରୁ ଗାନ୍ଧୀଜୀ ଙ୍କ ୧୫୬ ତମ ଜୟନ୍ତୀ ପାଳନ କରାଯାଇଛି। ଅନୁଷ୍ଠାନର ଆବାହିକା ଭଗବତୀ ଜେନାଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ ବ୍ରଜେନ୍ଦ୍ର ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗାନ୍ଧୀଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋଚନା କରି କହିଲେ ଯେ ସେ ଥିଲେ ଅହିଂସାର ପ୍ରତୀକ। ଗାନ୍ଧୀଙ୍କ ଶାନ୍ତି ଉଦ୍ଦେଶ୍ୟରେ ବାର୍ତ୍ତା ସମସ୍ତଙ୍କ ପାଇଁ ବ୍ରତ ବୋଲି କୁହାଯାଏ। ହସ୍ତତନ୍ତ,ଚରଖା,ସେ ବ୍ୟବହାର କରିଥିବା ଚପଲ, ଅହିଂସା, ସ୍ବଦେଶୀ ବସ୍ତୁର ବ୍ୟବହାର,ନଦୀ ଜଳ ସଂରକ୍ଷଣ,ହରିଜନ,ଶିଳ୍ପ, ବାଣିଜ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅରୁଣ କୁମାର ସ୍ବାଇଁ, ଜଗବନ୍ଧୁ ଦାସ, ପ୍ରଫୁଲ୍ଲ ବାରିକ, ରାଜେନ୍ଦ୍ର ପଣ୍ଡା ପ୍ରମୁଖ ସେମାନଙ୍କ ବକ୍ତବ୍ୟରେ ଗାନ୍ଧୀଙ୍କୁ ନିର୍ଭିକ ଓ ପ୍ରତିବଦ୍ଧତା ପୂର୍ଣ୍ଣ ବ୍ୟକ୍ତିତ୍ଵ ବୋଲି ଅବହିତ କରି ଖଟି ଖାଅ କାଟି ପିନ୍ଧ,ସମୟାନୁବର୍ତ୍ତିତା, ଆଜି ଦିନର ଆବଶ୍ୟକତା, ହରିଶ୍ଚନ୍ଦ୍ର ନାଟକ କିପରି ତାଙ୍କୁ ଅନୁପ୍ରାଣିତ କରିଥିଲା, ଯୁବପିଢୀ ଙ୍କ ସମ୍ମୁଖରେ ଥିବା ଆହ୍ବାନ ସମ୍ପର୍କରେ ଆଲୋଚନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କୁଞ୍ଜବିହାରୀ ରାଉତ, ସସ୍ମିତା ପ୍ରଧାନ, ସଂଗ୍ରାମ କିଶୋର ଭୂୟାଁ, ପ୍ରମୋଦ ଜଗଦ୍ଦେବ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ଆବାହିକା ଭଗବତୀ ଶାନ୍ତି ପାଠ ସହ ରାମଧୂନ ଗାନ କରିଥିଲେ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

୭୪ତମ ବନମହୋତ୍ସବ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସହ ଗଛ ଲଗେଇବା ପାଇଁ ଶପଥ ପାଠ 

ଜିଲ୍ଲାରେ ସଂପୂର୍ଣ୍ଣତା ଅଭିଯାନର ଶପଥ ପାଠ 

masiha

ବନ୍ଧୁଗାଁ ଥାନା ଦ୍ୱାରା ଚଳାଚଳ କରୁଥିବା ଯାନବାହାନ ଯାଞ୍ଚ ନଅ ହଜାର ଆଦାୟ

Sunil Chandra Nayak

Leave a Comment

error: Content is protected !!