ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାହିତ୍ୟ ପରିଷଦର ଭାଗବତ ସଂଧ୍ୟା ଅନୁଷ୍ଠିତ

ସାହିତ୍ୟ ପରିଷଦର ଭାଗବତ ସଂଧ୍ୟା ଅନୁଷ୍ଠିତ

ରାଉରକେଲା: ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ନିର୍ମଳ ମୁଣ୍ଡା ନଗର ଶାଖା, ଛେଣ୍ଡ ଓ ଅବସରପ୍ରାପ୍ତ କର୍ମଚାରୀ ସଂଘ, କଳିଙ୍ଗ ବିହାରର ମିଳିତ ଆନୁକୂଲ୍ୟରେ ବିଶେଷ କାର୍ଯ୍ୟକ୍ରମ ଭାଗବତ ସଂଧ୍ୟା ଅନୁଷ୍ଠିତ ହୋଇଯାଇଛି। “ସାମ୍ପ୍ରତିକ ସମୟରେ ଭାଗବତର ଭୂମିକା” ଶୀର୍ଷକରେ ଏକ ଆଲୋଚନା ସାହିତ୍ୟ ପରିଷଦର ନଗର ସଭାପତି ତଥା ଅବସରପ୍ରାପ୍ତ ଓଡ଼ିଆ ପ୍ରାଧ୍ୟାପକ ଗିରିଜା ଶଙ୍କର ଗୋସ୍ୱାମୀଙ୍କ ଅଧ୍ୟକ୍ଷତାରେ କଳିଙ୍ଗ ବିହାର ସ୍ଥିତ ଅବସର କର୍ମଚାରୀ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଶିକ୍ଷାବିତ୍ ଶଙ୍କର ପ୍ରସାଦ ତ୍ରିପାଠୀ, ଅନ୍ୟତମ ଅତିଥି ଭାବେ ଅବସରପ୍ରାପ୍ତ କର୍ମଚାରୀ ସଂଘ, କଳିଙ୍ଗ ବିହାରର ସଭାପତି ମହେନ୍ଦ୍ର ମହାନ୍ତି, ବିଷୟ ବିଶେଷଜ୍ଞ ଭାବରେ ରାଉରକେଲା କଲେଜ, ରାଉରକେଲାର ଓଡ଼ିଆ ଅଧ୍ୟାପକ କରୁଣାକର ପାଟ୍ଟଶାଣୀ ଏବଂ ବରିଷ୍ଠ ଶିକ୍ଷୟିତ୍ରୀ ନିରୁପମା ପତି ଯୋଗଦେଇଥିଲେ। ଭାଗବତର ପଦାବଳୀ ଉଚ୍ଚାରଣରେ ଓଡ଼ିଆ ଜାତିର ପ୍ରାଣ ସତ୍ତା ତୃପ୍ତ ହୋଇଯାଏ ବୋଲି ଶ୍ରୀ ଗୋସ୍ୱାମୀ ତାଙ୍କ ଅଭିଭାଷଣରେ ପ୍ରକାଶ କରିଥିଲେ। ମୁଖ୍ୟ ଅତିଥି ଶିକ୍ଷାବିତ ଶ୍ରୀ ତ୍ରିପାଠୀ ଓଡ଼ିଆ ଜାତିର ଅବଚେତନ ମନରେ ଭାଗବତ ଏପରି ପ୍ରତିଷ୍ଠା ଲାଭ କରିଛି ଯେ, ଭାଗବତର ପଦାବଳୀ ଉଦ୍ଧାର କରି ସବୁ ଯୁକ୍ତି ଓ ବିତର୍କର ଅନ୍ତ ଘଟୁଥିଲା ବୋଲି ପ୍ରକାଶ କରିଥିଲେ। ବିଷୟ ବିଶେଷଜ୍ଞ ଶ୍ରୀମତୀ ପତି ଭାଗବତ ସଂସ୍କୃତ ଭଗବତର ଆକ୍ଷରିକ ଅନୁବାଦ ନୁହେଁ । ମୂଳ ସଂସ୍କୃତ ପଦାବଳୀ ଛାୟାରେ ଜଗନ୍ନାଥ ଦାସ ସ୍ୱତନ୍ତ୍ର ଭାଗବତ ରଚନା କରିଛନ୍ତି ବୋଲି ପ୍ରକାଶ କରିଥିଲେ। ଅନ୍ୟତମ ବିଷୟ ବିଶେଷଜ୍ଞ ଭାବେ ଅଧ୍ୟାପକ ପାଟ୍ଟଶାଣୀ ଯୋଗ ଦେଇ ଭାଗବତର ଅକୃତ୍ରିମ ସୌନ୍ଦର୍ଯ୍ୟ ଏହାକୁ ପୃଥିବୀର ଶ୍ରେଷ୍ଠ ଆଧ୍ୟାତ୍ମିକ ସାହିତ୍ୟ ଅନ୍ତର୍ଭୁକ୍ତ କରିବା ସହିତ ଓଡ଼ିଆ ଜାତୀୟ ଚରିତ୍ର ଗଠନ କରିବାରେ ଭାଗବତ ଏକ ନିର୍ଭରଯୋଗ୍ୟ ଭିତ୍ତିଭୂମି ନିର୍ମାଣ କରିପାରିଥିଲା ଏବଂ ବର୍ତ୍ତମାନର ସାମାଜିକ ଚଳଣିକୁ ଶୃଙ୍ଖଳିତ କରିବା ପାଇଁ ଭାଗବତର ବିଶେଷ ଆବଶ୍ୟକତା ରହିଛି ବୋଲି ପ୍ରକାଶ କରିଥିଲେ। ସାହିତ୍ୟ ପରିଷଦର ନଗର ସମ୍ପାଦକ ଗୌତମ ଦାସ ମଞ୍ଚ ପରିଚାଳନା କରିଥିବା ବେଳେ ତିଳୋତ୍ତମା ବଳ ପ୍ରାରମ୍ଭରେ ଭାଗବତ ପଠନ କରିଥିଲେ । ସଙ୍ଘର ସଭାପତି ଶ୍ରୀ ମହାନ୍ତି ଅତିଥିମାନଙ୍କୁ ସ୍ୱାଗତ କରିବା ସହିତ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଭାଗବତର ପଦାବଳୀଗୁଡିକ କେତେ ପ୍ରଭାବିତ କରିଥିଲା ଉଦାହରଣ ମାଧ୍ୟମରେ ପ୍ରକାଶ କରିଥିଲେ। ଶେଷରେ ପରିଷଦର ନଗର ଉପସଭାପତି ଅଜୟ କୁମାର ମହାନ୍ତି ଧନ୍ୟବାଦ ପ୍ରଦାନ କରିଥିଲେ । ଗଜେନ୍ଦ୍ର ସାହାଣୀ, ମଧୁସୂଦନ ବଳ, ସରୋଜ କୁମାର ସ୍ୱାଇଁ, ଆଦିକନ୍ଦ ନାୟକ, ସୁଦର୍ଶନ ସାହୁ, ଡ. ସୁଷମା ମୋଦି, ଧରିତ୍ରୀ ପାଇକରାୟ, ଅଧ୍ୟାପକ ସଞ୍ଜୟ କୁମାର ମହାପାତ୍ର ଏବଂ ଚିନ୍ମୟୀ ପୁରୋହିତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବାଲ୍ୟ ବିବାହ ରୋକିବା ଲାଗି ସଚେତନ ରାଲି 

Sunil Chandra Nayak

ଜୟପୁର ଠାରେ ଅନୁଷ୍ଠିତ ସୁନ୍ଦରୀ ସୁପର ଗ୍ଲାମ ପ୍ରତିଯୋଗିତା ରେ ପୂଜାରୀଗୁଡ଼ା ର ଝିଅ ପ୍ରଥମ

masiha

ବରିଷ୍ଠ ଆଇନଜୀବୀ ଗୈ।ରୀଶ୍ୟାମ ପଟ୍ଟନାୟକଙ୍କ ବିୟୋଗରେ ରାଉରକେଲା ଓକିଲ ସଂଘର ଶୋକସଭା

masiha

Leave a Comment

error: Content is protected !!