ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାତୁଲ ଗାଁରେ ଅଗ୍ନି ଭୈରବଙ୍କ ଝାମୁଯାତ୍ରା 

ରାତୁଲ ଗାଁରେ ଅଗ୍ନି ଭୈରବଙ୍କ ଝାମୁଯାତ୍ରା 

ନର୍ଲା,୪|୧୦ : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ବଡ଼ଧରପୁର ପଞ୍ଚାୟତର ରାତୁଲ ଗାଁରେ ଅଗ୍ନି ଭୈରବଙ୍କ ଝାମୁ ଯାତ୍ରା ପ୍ରବଳ ଉତ୍ସାହ ଉଦ୍ଦୀପନା ସହ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ୨୦୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ରାତୁଲ ଗାଁରେ ଆୟୋଜିତ ହୋଇଆସୁଛି ଏହି ଯାତ୍ରା। ରାତୁଲ ଗାଁର ଅଗ୍ନି ଭୈରବୀ ବଡ଼ ପ୍ରତକ୍ଷ୍ୟ ଦେବତା, ତାଙ୍କ ଉପରେ ଅଞ୍ଚଳର ଜନସାଧାରଣଙ୍କ ଗଭୀର ଆସ୍ଥା ରହିଛି। ତେଣୁ ଅନ୍ୟ ବର୍ଷ ପରି ଚଳିତବର୍ଷ ମଧ୍ୟ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ଏହି ଝାମୁଯାତ୍ରାରେ ସାମିଲ ହୋଇ ଅଗ୍ନି ଭୈରବୀଙ୍କ ଆଶିଷ ଭିକ୍ଷା କରିଥିଲେ। ଉଦ୍ଧବ ଦୋରା, ମଧୁସୂଦନ ଦୋରା, ପରମେଶ୍ୱର ମାଝୀ, ଅକ୍ଷୟ ମାଝୀ, ମୋହନ ଦୋରା, ଜଗତ ରାମ ମାଝୀ, ସନ୍ତୋଷ ପତ୍ର, ଟିକେଚନ ଗହିରଙ୍କୁ କାଳିସୀ ଲାଗିଥିଲା। ଅଗ୍ନି ଭୈରବ ନିଆଁରେ ଚାଲି ନିଜ ଶକ୍ତି ପ୍ରଦର୍ଶନ କରିଥିଲେ। ଏହି ଯାତ୍ରାର ମୁଖ୍ୟ ହେଉଛନ୍ତି ବଳ ଦୋରା, ନରେନ୍ଦ୍ର ଦୋରା, ଜୟରାମ ଦୋରା। ସେମାନେ କାଳିସୀ ମାନଙ୍କ ଦାୟିତ୍ୱରେ ରହନ୍ତି। ଏହି ଅବସରରେ ମାନସିକଧାରୀମାନେ ଦେବତାଙ୍କ ପାଖରେ ଭୋଗ ଅର୍ପଣ କରିଥିଲେ। ଅଗ୍ନି ଭୈରବ ମନ୍ଦିର ନିକଟରେ ଏକ ଶିବ ମନ୍ଦିର ଅଛି। ଏଣୁ ଏହି ଦୁଇ ମନ୍ଦିରକୁ ସରକାରୀ ସହାୟତା ଯୋଗାଇ ଦେଲେ ଆଗକୁ ଝାମୁଯାତ୍ରା ଓ ଶିବରାତ୍ରି ସୁରୁଖୁରୁରେ ହୋଇ ପାରନ୍ତା ବୋଲି ବୁଦ୍ଧିଜୀବୀ ଏବଂ ଗ୍ରାମବାସୀମାନେ ମତ ପ୍ରକାଶ କରିଛନ୍ତି। ତେବେ ଚଳିତବର୍ଷର ଝାମୁଯାତ୍ରା ପରିଚାଳନାରେ ଗାଁର ନୀଳକଣ୍ଠ ଦୋରା, ଫକୀର ଦୋରା, ଭେକା ଦୋରା, ଚଇତୁ ଦୋରା, ଗିରିଧାରୀ ଗଉଡ଼, ଗୋବର୍ଦ୍ଧନ ଗଉଡ଼, ମଦନ ସାହୁ, ଘାସିରାମ ହରିଜନ, ଟୁନୁ ପବିତ୍ର ଗହିର, ନେପାଳ ଦୋରା, ଯାନୀ ଦୋରା, ବୁଦୁ ମାଝୀ ଓ ଗ୍ରାମବାସୀ ସହଯୋଗ କରିଥିଲେ। 

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୩ ପାଳିତ

Sunil Chandra Nayak

ବିଭିନ୍ନ ପ୍ରକଳ୍ପ ର ଭୂମିପୂଜନ

Sunil Chandra Nayak

କଡ଼ାକଡ଼ିଭାବେ ପାଳନ ହେବ ନିର୍ବାଚନ ଆଦର୍ଶ ଆଚରଣ ବିଧି 

masiha

Leave a Comment

error: Content is protected !!