ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇମ୍ଫା ରେ ୪ଥ ଜାତୀୟ ବୈଦ୍ୟୁତିକ ସୁରକ୍ଷା ସପ୍ତାହ ପାଳିତ

ଥେରୁବାଲି-୪ ତାରିଖ // ଜୁନ ୨୬ ତାରିଖ ଠାରୁ ଜୁଲାଇ ୨ ତାରିଖ ଯାଏ ଇମ୍ଫା କାରଖାନା ପରିସରରେ ଏକ ସପ୍ତାହବ୍ୟାପୀ ୪ର୍ଥ ଜାତୀୟ ବୈଦ୍ୟୁତିକ ସୁରକ୍ଷା ସପ୍ତାହ ମହାସମାରୋହରେ ପାଳିତ ହୋଇଯାଇଛି । ଏହାର ଉଦଘାଟନ ଉତ୍ସବରେ ଇମ୍ଫା ର , ଉପସଭାପତି –ତଥା-ଭରପ୍ରାପ୍ତ ନିର୍ବାହୀ ଅଧିକାରୀ ଶ୍ରୀମାନ ଆଶିଷ କୁମାର ରାୟ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ସମବେତ ଶ୍ରମିକ ଓ ଅଧିକାରୀ ମାନଙ୍କୁ ସୁରକ୍ଷା ଶପଥ ପାଠ କରାଇବା ସହ ଚଳିତ ବର୍ଷର ବିଷୟବସ୍ତୁ “ ସାଲିସ କର ନି , ବୁଦ୍ଧିମାନ ହୁଅ “ ଉପରେ ଆଲୋକପାତ କରି “ ବିଦ୍ୟୁତ ଆପଣଙ୍କୁ ବନ୍ଦ କରିପାରେ “ ତେଣୁ ସତର୍କତାର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ କାରଖାନା ପରିସର ଭିତରେ ଓ ବାହାରେ ବିଦ୍ୟୁତ ସତର୍କତା ସମ୍ବନ୍ଧୀୟ ବିଭିର୍ଣ୍ଣ ପ୍ରକାର ପ୍ରାଚୀର ପତ୍ର ପ୍ରଦର୍ଶିତ ହୋଇଥିଲା । ଇମ୍ଫା ବିଦ୍ୟୁତ ବିଭଗର ଭରପ୍ରାପ୍ତ ମୁଖ୍ୟ ଅଧିକାରୀ ଶ୍ରୀ କିଶୋର ଚନ୍ଦ୍ର ଦାସ ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେବା ସହ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ସପ୍ତାହ ବ୍ୟାପି ପାଳନ ଅବସରରେ ଶ୍ରମିକ ଓ କର୍ମଚାରୀ ମାନଙ୍କ ମଧ୍ୟରେ ବିଭିର୍ଣ୍ଣ ପ୍ରତିଯୋଗୀତା ତଥା ପ୍ରଶିକ୍ଷଣ ମାନ ଆୟୋଜନ କରାଯାଇ ଥିଲା ଏବଂ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରଯାଇଥିଲା । ଉକ୍ତ ସପ୍ତାହ ବ୍ୟାପି କାର୍ଯ୍ୟ କ୍ରମ କୁ ଇମ୍ଫା ର ବିଦ୍ୟୁତ୍ ବିଭାଗର ଅଧିକାୀମାନେ ପରିଚାଳନା କରିଥିଲେ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବ୍ଲକ କାର୍ଯ୍ୟାଳୟ , ସ୍ୱାସ୍ଥ୍ୟକେନ୍ଦ୍ର ତଥା ପର୍ଯ୍ୟଟନ ସ୍ଥଳି ଯିବା ରାସ୍ତା ବେହାଲ କିନ୍ତୁ ପ୍ରଶାସନ ଚୁପ 

Sunil Chandra Nayak

ବନ୍ଧୁଗାଁ ବ୍ଲକରେ ନୂତନ ବିଡ଼ିଓ ଙ୍କ ଉପସ୍ଥିତରେ ପଞ୍ଚାୟତ ସମିତି ବୈଠକ 

ବିଧାୟକ ଦୁର୍ଗାଙ୍କୁ ବିଧାନସଭାର ବିଭିନ୍ନ କମିଟିର ସଦସ୍ୟ ଭାବେ ଦାୟିତ୍ୱ ମିଳିଲା

masiha

Leave a Comment

error: Content is protected !!